Categories
ଆଜିର ଖବର ଜାତୀୟ ଖବର

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16ହଜାର ଡେଇଁଲା, ଭ୍ୟାକ୍ସିନ୍‌ ଓ ଔଷଧ ପରୀକ୍ଷଣ ପାଇଁ ଟାସ୍କଫୋର୍ସ ଗଠନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା 16 ହଜାର ପାର୍‌ କରିଥିବାବେଳେ ମୃତ୍ୟୁ ସଂଖ୍ୟା 519ରେ ପହଞ୍ଚିଛି ।  କରୋନା ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି । କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର।  ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ। ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। ଏଥିରେ ଆୟୁଷ ମନ୍ତ୍ରାଳୟ, ଆଇସିଏମ୍ଆର୍, ବାୟୋଟେକ୍ନୋଲଜି ବିଭାଗର ପ୍ରତିନିଧି, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ପ୍ରମୁଖ ମଧ୍ୟ ସଦସ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

23ଟି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର 54ଟି ଜିଲ୍ଲା ପାଇଁ ଆଶ୍ବସ୍ତିକର ଖବର ରହିଛି  ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମସଚିବ। ଶେଷ 14 ଦିନରେ ଏହି 54ଟି ଜିଲ୍ଲାରେ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । କରୋନା ଚିହ୍ନଟ ପୁଡୁଚେରୀ ଓ କର୍ଣ୍ଣାଟକର ମଧ୍ୟ 2ଟି ଜିଲ୍ଲା ରହିଛନ୍ତି । ଶେଷ 28 ଦିନରେ ଏହି ଦୁଇଟି ଜିଲ୍ଲାରେ କେହି ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି ବୋଲି ସୂଚନା  ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ। ଆଜି ରାତିରୁ କୃଷି ସହ ଜଡିତ କିଛି କ୍ଷେତ୍ରରେ କଟକଣା କୋହଳ କରାଯିବ ବୋଲି ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବ ଘୋଷଣା ଅନୁଯାୟୀ କଟକଣା କୋହଳ ହେବ । ମାତ୍ର କଣ୍ଟେନମେଣ୍ଟ ଜୋନ୍‌ରେ କିଛି କଟକଣା କୋହଳ ହେବନି ବୋଲି ସୂଚନା ରହିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦିନକରେ 35 ମୃତ, 141 ସୁସ୍ଥ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ :  କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ କରୋନାରେ 35ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 141 ଜଣ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଛନ୍ତି । ଗତକାଲି ଗୋଟିଏ ଦିନରେ ମୋଟ 797ଟି ପଜିଟିଭି ଚିହ୍ନଟ ହୋଇଥିଲା । ଏଯାଏଁ ଦେଶରେ 9152ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେଳ 308 ଜଣ ମୃତବରଣ କରିଛନ୍ତି । ସେହିପରି ସୁସ୍ଥ ହୋଇଛନ୍ତି 857ଜଣ ।

ଦେଶର କିଛି ଜିଲ୍ଲାରେ କରୋନା ସଂକ୍ରମଣ ପ୍ରସାରକୁ ନିୟନ୍ତ୍ରିତ କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । ଦେଶର ପ୍ରାୟ 15ଟି ରାଜ୍ୟର 25ଟି ଜିଲ୍ଲାରେ ଏଭଳି 14 ଦିନ ହେଲା କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇନାହାନ୍ତି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

ସେହିପରି ଆଇସିଏମ୍‌ଆରର ଅଧିକାର କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଯାଞ୍ଚ ହୋଇସାରିଛି । ଆଗାମୀ 6 ସପ୍ତାହ ପର୍ଯ୍ୟନ୍ତ ସହଜରେ କରୋନା ଟେଷ୍ଟ କରାଯାଇପାରିବ ବୋଲି କହିଛନ୍ତି କହିଛନ୍ତି ଅଧିକାରୀ ।

ସେହିପରି  ଅତ୍ୟାବଶ୍ୟକ ମାଲ୍‌ ପାଇଁ ସବୁ ମାଲବାହୀ ଟ୍ରକ୍‌କୁ ନିର୍ବିଘ୍ନରେ ଯା’ ଆସ କରିବାକୁ ଅନୁମତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଟ୍ରକ୍‌ରେ ମାଲ୍‌ ଥାଉ କି ନ ଥାଉ, ନିର୍ବିଘ୍ନରେ ଯିବାକୁ ଦିଆଯିବ ବୋଲି ସୂଚନା ରହିଛି । ଏନେଇ ସବୁ ମୁଖ୍ୟ ସଚିବମାନଙ୍କୁ କାଲି ଗୃହ ସଚିବ ଚିଠି ଲେଖିଛନ୍ତି। ଅନ୍ତଃରାଜ୍ୟ ବା ରାଜ୍ୟ ଭିତରେ ମାଲବାହୀ ଟ୍ରକ୍‌ ଚଳାଚଳ କରିପାରିବ । ବୈଧ ଡିଏଲ୍‌ ଥିବା ଡ୍ରାଇଭର୍‌ ଓ ଜଣେ ସହାୟକଙ୍କୁ ଯିବାକୁ ଅନୁମତି ମିଳିବ ବୋଲି ସୂଚନା ଦିଆଯାଇଛି । ସେହିପରି ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ପାଇଁ କୌଣସି ପରମିଟ୍‌ ଅନାବଶ୍ୟକ ବୋଲି ସୂଚନା ରହିଛି । ଦେଶରେ ଅତ୍ୟାବଶକ ଜିନିଷ ପର୍ଯ୍ୟାପ୍ତ ମହଜୁଦ୍‌ ରହିଛି ବୋଲି ଗୃହ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । (ଏଜେନ୍ସି)