Categories
ଆଞ୍ଚଳିକ

ମହାକାଳପଡ଼ା ବ୍ଲକ ସମୁଖରେ ଗଣଧାରଣାରେ ସୂଚନା ଅଧିକାର କର୍ମୀ

ଗୁରୁପଦ ବେରା
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପରିସରରେ ସୂଚନା ଅଧିକାର କର୍ମୀ ଗଣଧାରଣାରେ ବସିଛନ୍ତି । କରୋନା ମହାମାରୀ ସମୟରେ ରାସନ ସାମଗ୍ରୀ ହେରଫେର ଅଭିଯୋଗରେ ଏହି ଗଣଧାରଣା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ଚାଉଳ ଓ କାର୍ଡ ପିଛା ୩ କିଲୋ ଡାଲି ଦେବାର ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଅନେକ ଡିଲର ଏହି ନିର୍ଦ୍ଦେଶକୁ ଖୋଲା ଉଲ୍ଲଂଘନ କରୁଛନ୍ତି ।

କିଛି ଡିଲର କେବଳ ଚାଉଳ ଦେଇ ଖସିଯିବାକୁ ବସିଥିବା ବେଳେ ଅନେକ ସ୍ଥାନରେ ଚାଉଳ ଗଣ୍ଡିଏ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚି ନାହିଁ । ଏଭଳି ଅନିୟମିତତାର ପ୍ରତିବାଦରେ ତଥା ସାଧାରଣ ଲୋକଙ୍କମ ହକ୍‌ ସେମାନଙ୍କ ନିକଟରେ ପହଞ୍ଚାଇବା ଦାବିରେ ସୂଚନା ଅଧିକାର କର୍ମୀ ପ୍ରକାଶ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଗଣଧାରଣାରେ ବସିଛନ୍ତି ଏକାଧିକ ସୂଚନାଧିକାର କର୍ମୀ ।

Categories
ଆଜିର ଖବର ରାଜ୍ୟ ଖବର

ଖେଳୁଥିବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଲା ଦୁଇ ବର୍ଷର ଶିଶୁ

ଗୁରୁପଦ ବେରା
କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ଖେଳୁଥିବା ବେଳେ ପୋଖରୀରେ ବୁଡି ପ୍ରାଣ ହରାଇଛି ଦୁଇ ବର୍ଷର ନିଷ୍ପାପ ଶିଶୁ। ଜମ୍ବୁ ପଞ୍ଚାୟତରେ ଘଟିଛି ଏହି ଅଭାବନୀୟ ଘଟଣା।

୮ ନମ୍ବର ଓ୍ବାର୍ଡର ନାରାୟଣ ରାୟଙ୍କ ୨ ବର୍ଷ ୧୦ ମାସର ଶିଶୁ ପୁତ୍ର ସମୀର ବାରି ପଟେ ଖେଳୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ମା ସୁପ୍ରିୟା ରାୟ ପୁଅକୁ ଖୋଜି ନପାଇବା ପରେ ମୃତ ବାଳକର ପିତା ପୋଖରୀରେ ପସି ଖୋଜାଖୋଜି କରିଥିଲେ। ଏହାପରେ ସମୀରଙ୍କୁ ଉଦ୍ଧାର କରି ମୋଟର ସାଇକେଲ ଯୋଗେ ବାବର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।