Categories
ଆଜିର ଖବର ଖେଳ ଜାତୀୟ ଖବର

ଗୁଜୁରାଟ ଟାଇଟାନ୍ସକୁ ବଡ଼ ଝଟକା: ୨୦୨୪ ଆଇପିଏଲ୍ ରୁ ବାଦ ପଡିଲେ ମହମ୍ମଦ ଶାମି

ନୂଆଦିଲ୍ଲୀ: ODI ବିଶ୍ୱକପ ୨୦୨୩ ପରଠାରୁ ମହମ୍ମଦ ଶାମି କୌଣସି ମ୍ୟାଚ୍ ଖେଳି ନାହାଁନ୍ତି। ଗୋଡରେ ଆଘାତ ଲାଗିଥିବାରୁ ସେ କ୍ରିକେଟ୍ ଠାରୁ ଦୂରରେ ଅଛନ୍ତି। ବର୍ତ୍ତମାନ ରିପୋର୍ଟରୁ ଜଣାପଡିଛି ଯେ, କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍ ୨୦୨୪ ରୁ ଶାମିଙ୍କୁ ବାଦ ଦିଆଯାଇଛି। ଟୁର୍ଣ୍ଣାମେଣ୍ଟରୁ ଶାମିଙ୍କ ବାଦ ପଡିବା ଗୁଜୁରାଟ ଟାଇଟାନ୍ସ ପାଇଁ ଏକ ବଡ ଝଟକା ବୋଲି ପ୍ରମାଣିତ ହୋଇପାରେ।

ଶାମି ଗୁଜରାଟର ମୁଖ୍ୟ ଦ୍ରୁତ ବୋଲର। ସେ ଗତ ସିଜନରେ ଆଇପିଏଲ୍ ୨୦୨୩ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ। ସେ ହାରାହାରି ୧୮.୬୧ ରେ ୧୭ ଟି ମ୍ୟାଚ୍ ରେ ୨୮ ୱିକେଟ୍ ନେଇଥିଲେ। ଏହି ସମୟରେ ସେ ୨ ଥର ଚାରିଟି ଲେଖାଏଁ ୱିକେଟ ନେଇଥିଲେ।

ନ୍ୟୁଜ୍ ଏଜେନ୍ସି ‘ପିଟିଆଇ’ର ଉଦ୍ଧୃତ କରି ବିସିସିଆଇ ସୂତ୍ରରୁ ପ୍ରକାଶ ଯେ ବାମ ଗୋଡରେ ଆଘାତ ଲାଗିଥିବାରୁ ଶାମି ଆଇପିଏଲରୁ ବାହାରିଯାଇଛନ୍ତି। ଶାମିଙ୍କ ଆଘାତରେ ଅସ୍ତ୍ରୋପଚାର ଆବଶ୍ୟକ ହେବ, ଯାହା ବ୍ରିଟେନରେ ହେବ।

ଉଲ୍ଲେଖ ଯୋଗ୍ୟ ଯେ, ଯେ ଶାମି ଗୁଜୁରାଟ ଦଳଦ୍ଵାରା ୨୦୨୨ର ମେଗା ନିଲାମରେ ୬.୨୫ କୋଟି ଟଙ୍କାରେ କିଣାଯାଇଥିଲେ, ଯାହା ପରେ ସେ ଦଳ ପାଇଁ ଜଣେ ସଫଳ ଦ୍ରୁତ ବୋଲର ହୋଇଥିଲେ। ଏହାପୂର୍ବରୁ ଶାମି ପଞ୍ଜାବ କିଙ୍ଗ୍ସର ଏକ ଅଂଶ ଥିଲେ। ଶାମି ଏପର୍ଯ୍ୟନ୍ତ ମୋଟ ୧୧୦ ଆଇପିଏଲ୍ ମ୍ୟାଚ୍ ଖେଳି ୧୧୦ ଇନିଂସରେ ବୋଲିଂ କରି ୨୬.୮୬ ହାରରେ ୧୨୭ ୱିକେଟ୍ ନେଇଛନ୍ତି।