Categories
ଆଜିର ଖବର ଜାତୀୟ ଖବର

ଶାନ୍ତ ହେଲେ ଏକନାଥ ସିନ୍ଦେ!, ନେଲେ ଏଭଳି ନିଷ୍ପତ୍ତି

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଶାସକ ମେଣ୍ଟ ‘ମହାୟୁତୀ’ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏଥିରେ କେବଳ ବିଜେପି ୧୩୨ ଟି ଆସନରେ ଐତିହାସିକ ବିଜୟ ହାସଲ କରିଛି। କିନ୍ତୁ ଏବେ ପ୍ରଶ୍ନ ହେଉଛି ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ମହାୟୁତୀର ବିପୁଳ ବିଜୟ ପରେ ସମସ୍ତ ତିନି ଦଳ ବିଜେପି, ଶିବସେନା ସିନ୍ଦେ ଦଳ ଏବଂ ଏନସିପି ଅଜିତ ଦଳ ମୁଖ୍ୟମନ୍ତ୍ରୀ ପଦବୀ ଦାବି କରିଛନ୍ତି। ତେବେ ମହାୟୁତୀ ତରଫରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ତିନି ଦଳ ଏକାଠି ନିଷ୍ପତ୍ତି ନେବେ। ଏହା ଭିତରେ ଏକନାଥ ଶିନ୍ଦେ ଏହାକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ବର୍ତ୍ତମାନ ଏକନାଥ ସିନ୍ଦେଙ୍କ କ୍ରୋଧ ଦୂର ହୋଇଯାଇଛି। ଏକନାଥ ସିନ୍ଦେ ଆଜିଠାରୁ ଆକ୍ସନ୍ ମୋଡକୁ ଆସିଛନ୍ତି। ଆଜିଠାରୁ ସମସ୍ତ ବୈଠକ ଆରମ୍ଭ ହେବ। ଏକନାଥ ସିନ୍ଦେ ଗତ ଦୁଇ ଦିନ ଧରି ବୈଠକ ବନ୍ଦ କରିଦେଇଥିଲେ। ଆଜି ଅପରାହ୍ନରେ ଥାନେ ଏବଂ ମୁମ୍ବାଇରେ ସମସ୍ତଙ୍କୁ ଭେଟିବେ।