Categories
ଆଜିର ଖବର

ତେଲେଙ୍ଗାନା ଏନ୍‌କାଉଣ୍ଟର : ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ହେଲା ଏସ୍‌ଆଇଟି

ନୂଆଦିଲ୍ଲୀ,9/12: ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ 4 ଅଭିଯୁକ୍ତଙ୍କ ଏନ୍‌କାଉଣ୍ଟର ପରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ପରେ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସୋମବାର ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ଏସ୍‌ଆଇଟି ଗଠନ କରାଯାଇଛି । ରାଚାକୋଣ୍ଡା କମିଶନରେଟ୍‌ ପୋଲିସ୍‌ର କମିଶନର ମହେଶ ଭଗଓ୍ବତଙ୍କ ନେତୃତ୍ବରେ ଗଠିତ ଏହି କମିଟିରେ ଅନ୍ୟ 7 ଜଣ ସଦସ୍ୟ ରହିଛନ୍ତି । ତେଲେଙ୍ଗାନା ହେଇକୋର୍ଟରେ ଆଜିଠାରୁ ଏହି ମାମଲାର ଶୁଣାଣି ହେଉଥିବା ବେଳେ ସୁପ୍ରିମକୋର୍ଟରେ ଚଳିତ ବୁଧବାର ଠାରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଛି । ସେହିପରି 4 ଜଣ ନିହତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟର ଭିଡିଓ ସୁଟିଂ ମେହବୁବନଗର ଜିଲ୍ଲା ଜଜ୍‌ଙ୍କ ନିକଟରେ ଦାଖଲ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । (ଏଜେନ୍ସୀ)