ପାକିସ୍ତାନ : ନୋବେଲ ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜଇଙ୍କୁ ଗୁଳି ମାରିଥିବା ଆତଙ୍କବାଦୀ ପାକିସ୍ତାନ ଜେଲରୁ ଫେରାର ହୋଇଯାଇଛି । ଏହସାନୁଲ୍ଲା ଏହସାନ ନାମକ ଏହି ଅଭିଯୁକ୍ତ 2014ରେ ହୋଇଥିବା ପେଶାୱର ସ୍କୁଲ ଆକ୍ରମଣରେ ମଧ୍ୟ ସାମିଲ ଥିଲା । ଏହି ଆକ୍ରମଣରେ 132 ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ଏହସାସ ପଳାୟନ କରିଥିବାବେଳେ ଏନେଇ ଏକ ଅଡିଓ କ୍ଲିପ୍ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ସୂଚନାଯୋଗ୍ୟ, ପାକିସ୍ତାନର ସ୍ୱାତ ଘାଟିରେ 2012ରେ ଝିଅଙ୍କ ପାଇଁ ଶିକ୍ଷା ଅଭିଯାନରେ ମଲାଲା ସାମିଲ ହୋଇଥିବାରୁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିଲେ । (ଏଜେନ୍ସି)
Tag: malalayousafzai
ଭାରତ ଓ ପାକିସ୍ତାନର ଭିତରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତି ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଆଡକୁ ଗତି କରୁଛି । ନେବୋଲ୍ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଭାରତ ଓ ପାକିସ୍ତାନ ଭିତରେ ଚାଲିଥିବା ଦ୍ବନ୍ଦ୍ବ ତଥା ସମ୍ବେଦନଶୀଳ ପରିସ୍ଥିତିକୁ ଦେଖି ନିଜର ମନ୍ତବ୍ୟ ଦେଇଛନ୍ତି – ମୁଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଏହି କଠିନ ସମୟରେ ନିଜର କୁଶଳ ଦକ୍ଷତା ପ୍ରଦର୍ଶନ କରିବାକୁ ଅପିଲ୍ କରୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯୁଦ୍ଧ ଦ୍ବାରା ଆଜି ବି ବହୁତ ପୀଡ଼ିତ ରହିଛନ୍ତି । ଆମେ ଆଉ ଯୁଦ୍ଧ ଚାହୁଁନାହିଁ । ଶାନ୍ତିର କଥାବାର୍ତ୍ତା ପୂର୍ବକ ଏହି ସମସ୍ୟାର ସମାଧାନ କରିବାକୁ ସେ ଅପିଲ୍ କରିଛନ୍ତି ।