Categories
ଆଜିର ଖବର ରାଜ୍ୟ ଖବର

କରୋନା ମୁକ୍ତ ହେଲା ମାଲ୍‌କାନଗିରି ଜିଲ୍ଲା

ମାଲ୍‌କାନଗିରି : ମାଲ୍‌କାନଗିରି ଜିଲ୍ଲା କରୋନା ମୁକ୍ତ ହୋଇଥିବାର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାର ସମସ୍ତ 21 କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ଟୁଇଟ୍‌ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟର ସମସ୍ତ 30ଟି ଜିଲ୍ଲାରେ କରୋନା ବ୍ୟାପିସାରିଥିବାବେଳେ ମାଲ୍‌କାନଗିରି ଜିଲ୍ଲା କରୋନା ମୁକ୍ତ ହୋଇଛି ।

ପୂର୍ବରୁ ମଧ୍ୟ ଜଗତସିଂହପୁର ଓ ଭୁବନେଶ୍ବର କରୋନାମୁକ୍ତ ହୋଇଥିବାବେଳେ  ପ୍ରବାସୀଙ୍କ ଆଗମନ ପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍‌ ସଂକ୍ରମିତ ମାମଲା 2856 ଥିବାବେଳେ ସକ୍ରିୟ ମାମଲା 951 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 1894 ଜଣ ।  ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପାରିବାରିକ କଳହର କରୁଣ ପରିଣତି : ସ୍ବାମୀକୁ ଛୁରୀ ଭୁସି ହତ୍ୟା କଲା ସ୍ତ୍ରୀ

ସମୀକ୍ଷା ବ୍ୟୁରୋ
ମାଲକାନଗିରି : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ। ମାଲକାନଗିରିର ଆପନମାଲା ଅଞ୍ଚରେ ଏହି ଘଟଣା ଘଟିଥିବା ଜଣାପଡିଛି। ଘରୋଇ କଳହ କାରଣରୁ ସ୍ବାମୀକୁ ଛୁରୀ ଭୁସି ହତ୍ୟା କରିଛି ସ୍ତ୍ରୀ। ଏହି ହତ୍ୟାକାଣ୍ଡ ନେଇ ବାଲିମେଳା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଘରୋଇ କଳହକୁ ନେଇ ସ୍ବାମୀ ଛାତିରେ ଛୁରୀ ଭୁସି ହତ୍ୟା କରିଥିବା ଅନୁମାନ କରାଯାଉଛି । ଅଭିଯୁକ୍ତକୁ ବାଲିମେଳା ଥାନାରେ ଅଟକ ରଖି ପୁଲିସ୍‌ ପଚରାଉଚୁରା କରୁଛି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ଆସୁଛନ୍ତି ବିଜେପି ସାଂସଦ ରୂପା ଗାଙ୍ଗୁଲି, ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ୱର : ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ରୂପା ଗାଙ୍ଗୁଲି । ଗାଙ୍ଗୁଲି ନବରଙ୍ଗପୁର,ଜୟପୁର ଏବଂ ମାଲକାନଗିରିରେ ନାଗରିକତା ସଂଶୋଧନ ଆଇନ ଜନଜାଗରଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଗାଙ୍ଗୁଲି ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଗାଙ୍ଗୁଲି ରାଇଘର ମିନି ଷ୍ଟାଡିୟମରରେ ଅପରାହ୍ନ 1 ଟାରେ ପହଞ୍ଚି ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ସାଧାରଣ ସଭାରେ ସମ୍ଭୋଧିତ କରିବେ । 22 ତାରିଖରେ ଗାଙ୍ଗୁଲି ମାଲକାନଗିରି ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ସଚେତନ କରାଇବେ ଏବଂ ଅପରାହ୍ନ ଗୋଟାଏରେ ଜୟପୁରରେ ପହଞ୍ଚି ନାଗରିକତା ସଂଶୋଧନ ଆଇନର ବିଭିନ୍ନ ଦିଗ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଇବେ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ସୂଚନା ଦେଇଛନ୍ତି ।

Categories
ଆଜିର ଖବର

ମାଲକାନଗିରିରେ 84 ହଜାର ହଜାର ଗଞ୍ଜେଇ ଗଛ ନଷ୍ଟ

ମାଲକାନଗିରି ଜିଲ୍ଲାର କରୁକୋଣ୍ଡା ବ୍ଲକର ନାକମାମୁଡ଼ି ପଞ୍ଚାୟତରେ ଚଢ଼ଉ କରାଯାଇ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ଥାନା ମିଳିତ ଉଦ୍ୟମରେ ଗତକାଲି ଏହି ଚଢ଼ଉ କରାଯାଇଥିଲା । ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତର ଖଡିକାଝାଡୁ,ସିନ୍ଧିଗୁଡା,ଡାଇକ ଗ୍ରାମରେ ପାଖାପାଖି 50 ଏକର ଜମିରେ ହୋଇଥିବା 84 ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।