ନୂଆଦିଲ୍ଲୀ : ମଲ୍ଲାପୁରମରେ ଘଟିଥିବା ହାତୀ ମୃତ୍ୟୁକୁ ନେଇ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯୁବ କଂଗ୍ରେସ , 4ଟି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଗୋଟିଏ ବ୍ୟକ୍ତିଗତ ଅଭିଯୋଗକୁ ନେଇ ସମୁଦାୟ 6ଟି ମାମଲା ରୁଜୁ କରାଯାଇଛି । ମଲ୍ଲାପୁରମ୍ର ନାମକୁ ମାନେକା ଖରାପ କରୁଛନ୍ତି ବୋଲି ଅଭିଯୋଗ କରି ଏହି 6ଟି ଅଭିଯୋଗ କରାଯାଇଛି । ଗୋଟିଏ ନୀରିହ ପଶୁର ମୃତ୍ୟୁକୁ ନେଇ ମାନେକା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ମାନେକାଙ୍କ ଅଫିସିଆଲ ଓ୍ବେବ୍ସାଇଟ୍ ହ୍ୟାକ୍ କରାଯାଇଥିବା ନେଇ ମାନେକା ସୂଚନା ଦେଇଛନ୍ତି । ମାନେକାଙ୍କ ଓ୍ବେବ୍ସାଇଟ୍ରେ କଫିନ୍ ଡ୍ୟାନ୍ସର ଗୀତ ବାଜୁଥିବା ଜଣାପଡିଛି । (ଏଜେନ୍ସି)
