Categories
ଆଜିର ଖବର ଜାତୀୟ ଖବର

ସିଏଏ ବିରୋଧୀ ବୈଠକ : ଯୋଗ ଦେବେନି ମାୟା ଓ ମମତା

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ବିରୋଧ କରି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଦୁଇ ବିରୋଧୀ ନେତ୍ରୀ ମାୟାବତୀ ଏବଂ ମମତା ବାନାର୍ଜୀ । ଛାତ୍ର ମାନଙ୍କ ପକ୍ଷରୁ ସିଏଏ ଏବଂ ଏନ୍‌ଆର୍‌ସିକୁ ନେଇ ଆନ୍ଦୋଳନ ଚାଲିଥିବା ବେଳେ କଂଗ୍ରେସ ଏହି ସମୟରେ ବିରୋଧୀ ଦଳ ମାନଙ୍କୁ ନେଇ ଏହା ବିରୋଧରେ ଏକ ବୈଠକ କରିବାର ନିଷ୍ପତ୍ତି ନେଇଥିଲେ । କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ଏବଂ ବିଏସ୍‌ପି ମୁଖ୍ୟ ମାୟାବତୀ ଏହି ବୈଠକ ବର୍ଜନର ନିଷ୍ପତ୍ତି ନେଇଛନ୍ତି । ମାୟାବତୀ କହିଛନ୍ତି ସିଏଏ ବିରୋଧରେ ସ୍ବର ଉତ୍ତୋଳନ କରିବା ସଠିକ୍‌ ପଦକ୍ଷେପ । ମାତ୍ର କଂଗ୍ରେସ ଏବଂ ବାମଦଳ ବିରୋଧ ନାମରେ ଯେପରି ହିସା କରୁଛନ୍ତି ତାହା ଗ୍ରହଣୀୟ ନୁହେଁ ବୋଲି ମାୟାବତୀ ଟ୍ବିଟ୍‌ କରିଛନ୍ତି । ଟ୍ରେଡ ୟୁନିୟନ୍‌ ପକ୍ଷରୁ ଭାରତ ବନ୍ଦ ସମୟରେ ବାମଦଳ କର୍ମୀଙ୍କ ପକ୍ଷରୁ ଟିଏମ୍‌ସି କର୍ମୀଙ୍କ ଉପରେ ଆକ୍ରମଣକୁ ପ୍ରତିବାଦ କରି ମମତା ଏହି ବୈଠକକୁ ପ୍ରତ୍ୟାଖ୍ୟାନ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ପିଏସ୍‌ୟୁର ଘରୋଇକରଣ ପ୍ରସ୍ତାବ : ସର୍ବଦଳୀୟ ବୈଠକ ପାଇଁ ମମତାଙ୍କ ଦାବି

ପିଏସ୍‌ୟୁର ଘରୋଇକରଣ ନିଷ୍ପତ୍ତିକୁ ବିଭିନ୍ନ ବିରୋଧୀ ଦଳଙ୍କ ପକ୍ଷରୁ ବିରୋଧ କରାଯାଇଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବଦଳୀୟ ବୈଠକର ଦାବି କରିଛନ୍ତି । ଗୁରୁବାର ମମତା କହିଛନ୍ତି କୌଣସି ନିଷ୍ପତ୍ତି ପୂର୍ବରୁ ମୋଦି ସରକାର ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ଏକ ସର୍ବଦଳୀୟ ବୈଠକ ଡକାଇବା ଉଚିତ୍‌ ବୋଲି ମମତା କହିଛନ୍ତି । ପିଏସ୍‌ୟୁ ଗୁଡିକର ଘରୋଇକରଣ କରି ବର୍ତ୍ତମାନର ସଙ୍କଟର ମୁକାବିଲା କରିବା ଏକ ଅସ୍ଥାୟୀ ସମାଧାନ । ଅର୍ଥନୈତିକ ମାନ୍ଦାବସ୍ଥାର ମୁକାବିଲା ପାଇଁ ସୁଦୀର୍ଘ ଯୋଜନା ଆବଶ୍ୟକ ବୋଲି ମୁର୍ସିଦାବାଦର ବରହମ୍‌ପୁରରେ ମମତା ପ୍ରକାଶ କରିଛନ୍ତି । ଘରୋଇକରଣ ପ୍ରକ୍ରିୟା ଦ୍ବାରା ଅନେକ ନୂତନ ସମସ୍ୟା ସୃଷ୍ଟି ହେବ ବୋଲି ମମତା ମତ ଦେଇଛନ୍ତି ।