Categories
ଆଜିର ଖବର ଜାତୀୟ ଖବର

ମଲ୍ଲାପୁରମ୍‌ ହାତୀ ମୃତ୍ୟୁ ମାମଲା : ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ମଲ୍ଲାପୁରମରେ ଘଟିଥିବା ହାତୀ ମୃତ୍ୟୁକୁ ନେଇ ବିଜେପି ସାଂସଦ ମାନେକା ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଯୁବ କଂଗ୍ରେସ , 4ଟି ସ୍ବେଚ୍ଛାସେବୀ ସଙ୍ଗଠନ ଏବଂ ଗୋଟିଏ ବ୍ୟକ୍ତିଗତ ଅଭିଯୋଗକୁ ନେଇ ସମୁଦାୟ 6ଟି ମାମଲା ରୁଜୁ କରାଯାଇଛି । ମଲ୍ଲାପୁରମ୍‌ର ନାମକୁ ମାନେକା ଖରାପ କରୁଛନ୍ତି ବୋଲି ଅଭିଯୋଗ କରି ଏହି 6ଟି ଅଭିଯୋଗ କରାଯାଇଛି । ଗୋଟିଏ ନୀରିହ ପଶୁର ମୃତ୍ୟୁକୁ ନେଇ ମାନେକା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ଅଭିଯୋଗ ପରେ ମାନେକାଙ୍କ ଅଫିସିଆଲ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌ କରାଯାଇଥିବା ନେଇ ମାନେକା ସୂଚନା ଦେଇଛନ୍ତି । ମାନେକାଙ୍କ ଓ୍ବେବ୍‌ସାଇଟ୍‌ରେ କଫିନ୍‌ ଡ୍ୟାନ୍ସର ଗୀତ ବାଜୁଥିବା ଜଣାପଡିଛି । (ଏଜେନ୍ସି)

Categories
ଆଜିର ଖବର

କେରଳରେ ଗର୍ଭବତୀ ହାତୀ ମୃତ୍ୟୁ ଘଟଣା : ରାହୁଲଙ୍କୁ ଟାର୍ଗେଟ୍‌ କଲେ ମନେକା

କେରଳ : କେରଳର ମଲ୍ଲାପୁରମ୍‌ଠାରେ ବାଣଭର୍ତ୍ତି ସପୁରୀ ଖୁଆଇ ଗର୍ଭବତୀ ହାତୀର ଅମାନୁଷିକ ହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ନିରୀହକୁ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବାର ଏହା ଏକ ସବୁଠୁ ଘୃଣ୍ୟ ଉଦାହରଣ । ଏହି ଘଟଣାକୁ ପୂରା ଦେଶରେ ନିନ୍ଦା କରାଯାଉଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ତେବେ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନେକା ଗାନ୍ଧୀ ଏହି ଘଟଣାର  ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ଏହି ପ୍ରସଙ୍ଗରେ ରାହୁଲ୍‌ ଗାନ୍ଧିଙ୍କ ନିରବତା ଉପରେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି । ରାହୁଲ୍‌ ଗାନ୍ଧିଙ୍କ ନିର୍ବାଚନ କ୍ଷେତ୍ର ଓ୍ବାୟନଡ ହୋଇଥିବାରୁ ସେ ଏହି ପ୍ରସଙ୍ଗରେ ଚୁପ୍‌ ରହିଥିବାରୁ ଏନେଇ ପ୍ରଶ୍ନ କରିଛନ୍ତି ମନେକା । ମନେକା ପ୍ରଥମଥର ପାଇଁ ରାହୁଲ୍‌ ଗାନ୍ଧିଙ୍କ ନାମ ନେଇ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଓ୍ବାୟନଡରୁ ନିର୍ବାଚନ ଜିତି ଛନ୍ତି । ଏବେ ସେ ସର୍ବପ୍ରଥମେ ନିଜ ନିର୍ବାଚନ କ୍ଷେତ୍ରକୁ ଠିକ୍‌ କରନ୍ତୁ । ରାହୁଲ୍‌ ଏହି କ୍ଷେତ୍ରରେ ଏପର୍ଯ୍ୟନ୍ତ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ମନେକା ।

ପୁନଶ୍ଚ ମନେକା କହିଛନ୍ତି ଯେ, କେରଳରେ ପ୍ରତି ତିନି ଦିନରେ ହାତୀମାନଙ୍କୁ ହତ୍ୟା କରାଯାଉଛି । ବିଶେଷ କରି ମଲ୍ଲାପୁରମ ଜିଲ୍ଲାରେ ଏହା ହେଉଛି । ଏହା ଦେଶର ସବୁଠୁ ଅଧିକ ହିଂସକ ରାଜ୍ୟ । ଏଠାରେ ବିଷ ଦେଇ ପକ୍ଷୀ ଓ କୁକୁରଙ୍କୁ ମଧ୍ୟ ମାରିଥାନ୍ତି ।

ସୂଚନାଯୋଗ୍ୟ, ଗତ 27 ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୂରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ। ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି।ବନ କର୍ମଚାରୀ ନଦୀ ଭିତରୁ ହାତୀକୁ ମୃତଦେହ ଉଦ୍ଧାର କରିଥିଲେ।

ନୃଶଂସ ମଣିଷର ଏଭଳି ଜଘନ୍ୟ କାଣ୍ଡକୁ ଚାରିଆଡ଼ୁ ନିନ୍ଦା କରାଯାଇଛି। ସୋସିଆଲ ସାଇଟ୍‌ରେ ଫଟୋ ଓ କାର୍ଟୁନ୍‌ ଜରିଆରେ ଏହି ଘଟଣାକୁ କଡା ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।(ଏଜେନ୍ସି)

Categories
ଆଜିର ଖବର

ତେଲେଙ୍ଗାନା ପୋଲିସ୍‌ର ଏନ୍‌କାଉଣ୍ଟରକୁ ମାନେକା ଗାନ୍ଧୀଙ୍କ ନିନ୍ଦା

ନୂଆଦିଲ୍ଲୀ,6/12: ପଶୁ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏନ୍‌କାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅନେକ ନେତା, ଅଭିନେତା ଏବଂ ସାଧାରଣ ଲୋକ ପୋଲିସ୍‌କୁ ପ୍ରଶଂସା କରିଥିବା ବେଳେ ବିଜେପିର କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ଏହାକୁ ନାପସନ୍ଦ କରିଛନ୍ତି । ଯାହାବି ହେଲା ତାହା ବହୁତ ଭୟଙ୍କର ଏବଂ ଏପରି ହେବା ଅନୁଚିତ୍‌ ବୋଲି ମାନେକା କହିଛନ୍ତି । ଅଭିଯୁକ୍ତ ମାନଙ୍କୁ କୋର୍ଟେର ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡିତ କରାଯିବା ଉଚିତ୍‌ ହୋଇଥାନ୍ତା ବୋଲି ମାନେକା ପ୍ରକାଶ କରିଛନ୍ତି । ଯଦି ପୋଲିସ୍‌ ଏପରି ଆଇନକୁ ହାତକୁ ନେବ ତେବ ଦେଶରେ ଆଇନ କାନୁନ୍‌ ଏବଂ ନ୍ୟାୟିକ ବ୍ୟବସ୍ଥା ରହିବାର ଫାଇଦା କଣ ବୋଲି ସଂସଦ ବାହାରେ ମତ ଦେଇଛନ୍ତି ମାନେକା । ଏହି ମାମଲାରେ ମାନେକାଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି କଂଗ୍ରେସ ନେତ୍ରୀ କୁମାରୀ ଶୈଳଜା ।(ଏଜେନ୍ସୀ)

Categories
ଆଜିର ଖବର

ଯୋଗୀ ଏବଂ ମାୟାଙ୍କ ପରେ ଆଜମ୍‌ ଖାନ୍‌ ଓ ମାନେକା ଗାନ୍ଧିଙ୍କ ପ୍ରଚାର ଉପରେ କଟକଣା ଲଗାଇଲେ ଇସି

ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍‌ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ ଆଜମ ଖାନ ଓ ମାନେକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମାନେକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି। ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଆଜମ ଖାନ୍‌ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ମାନେକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ନିର୍ବାଚନୀ ସମୟରେ ଆଚାର ସଂହିତା ଲାଗୁ ହୋଇଥିବାବେଳେ ନିର୍ବାଚନୀ ସଂସ୍କାର ପାଇଁ ନିର୍ବାଚନ ଆୟୋଗ ବେଶ୍‌ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଏହି ଘଟଣାରେ ସୁପ୍ରିମ୍‌କୋର୍ଟ ତରଫରୁ ମଧ୍ୟ ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଇସି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।