Categories
ଆଜିର ଖବର ଜାତୀୟ ଖବର

କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ ସିଂ

ନୂଆଦିଲ୍ଲୀ : ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି । ମନମୋହନଙ୍କ କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି । 2004-2014 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିବା ଶ୍ରୀ ସିଂଙ୍କ 2009ରେ କରୋନାରୀ ବାଇପାସ୍‌ ଏମ୍ସରେ କରାଯାଇଥିଲା । ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏମ୍ସର କାର୍ଡିଓ ଥୋରିଆକ୍‌ ବିଶେଷଜ୍ଞ ମାନେ ତାଙ୍କର ଯତ୍ନ ନେଉଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହସ୍ପିଟାଲରେ ଭର୍ତ୍ତି  ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି।

ମିଳିଥିବା ସୂଚନା ଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସର ନେତା ଡ. ମନମୋହନ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିବାର ସୂଚନା ରହିଛି। ରବିବାର ରାତ୍ରିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର ତାଙ୍କର ଚିକିତ୍ସା କରୁଥିବାବେଳେ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡାକ୍ତର।

Categories
ଆଜିର ଖବର

2003ରେ ନାଗରିକତ୍ବ ସଂଶୋଧନ ବିଲ୍‌ ଦାବି କରିଥିଲେ ମନମୋହନ ସିଂ

ନୂଆଦିଲ୍ଲୀ,19/12 : ଦେଶବ୍ୟାପୀ ନାଗରିକତ୍ବ ସଂରକ୍ଷଣ ବିଲ୍‌କୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଉଥିବା ବେଳେ ଗୁରୁବାର ଦିନ ଏକ ନୂଆ ତଥ୍ୟ ସମ୍ମୁଖକୁ ଆସିଛି । ଗୁରୁବାର ବିଜେପି 2003 ରାଜ୍ୟସଭାର ଏକ ଭିଡିଓ ସେୟାର କରିଛି । ଏହି ଭିଡିଓରେ ତତ୍କାଳୀନ ବିରୋଧୀ ଦଳ ନେତା ମନମୋହନ ସିଂ ସଂଖ୍ୟାଲଘୁ ସମ୍ପ୍ରଦାୟ ନିମନ୍ତେ ଏକ ସ୍ବତନ୍ତ୍ର ନାଗରିକତ୍ବ ବିଲ୍‌ର ପ୍ରସ୍ତାବ ଦେଇଥିଲେ । ଏହି ବିଲ୍‌ରେ ମନମୋହନ କେବଳ ବାଂଲାଦେଶ ଏବଂ ପାକିସ୍ତାନକୁ ଅନ୍ତର୍ଭୁକ୍ତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହା ସହିତ ବାଚସ୍ପତି ଏବଂ ତତ୍କାଳୀନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ନିକଟରେ ଏହି ବିଲ୍‌କୁ ପାରିତ କରିବାର ଦାବି ଉପସ୍ଥାପନ କରିଥିଲେ । ଏହି ଭିଡିଓ ଜାରି କରିବା ସହିତ କଂଗ୍ରେସର ଦୋମୁହାଁ ନୀତିକୁ ସମାଲୋଚନା କରିଛି ବିଜେପି । (ଏଜେନ୍ସୀ)