Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି କ୍ରିକେଟ୍‌ ଖେଳିଲେ ଦିଲ୍ଲୀ ବିଜେପି ମୁଖ୍ୟ

ସୋନୀପତ : ଲକ୍‌ଡାଉନ୍‌ ସମୟରେ ସାଧାରଣ ଜନତା ଘରେ ରହୁଥିବା ବେଳେ ଜନ ପ୍ରତିନିଧି କିନ୍ତୁ ଏହାର ଓଲଟା କାର୍ଯ୍ୟ କରୁଛନ୍ତି । ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ । ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ସହିତ ତିଓ୍ବାରୀ କ୍ରିକେଟ ମଧ୍ୟ ଖେଳିଛନ୍ତି । କରୋନା ଭାଇରସ୍‌ କାରଣରୁ ଦିଲ୍ଲୀ-ହରିୟାଣା ସୀମା ସିଲ୍‌ ହୋଇଥିଲେ ମଧ୍ୟ ତିଓ୍ବାରୀ ସୋମବାର ସୋନୀପତରେ ପହଞ୍ଚିଥିଲେ । ଏହି ସମୟରେ ବିନା ମାସ୍କରେ କ୍ରିକେଟ୍‌ ଖେଳିବା ସହିତ ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରି ଏକାଧିକ ବ୍ୟକ୍ତିଙ୍କୁ ଭେଟିଥିଲେ । ଏହା ସହିତ ବିନା ମାସ୍କରେ ଗୀତ ଗାଇବା ସହିତ ବିଭିନ୍ନ ବ୍ୟକ୍ତିଙ୍କ ସହିତ ସେଲ୍‌ଫି ନେଇଥିଲେ ତିଓ୍ବାରୀ ।

ତେବେ ତିଓ୍ବାରୀଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ତିଓ୍ବାରୀ କହିଛନ୍ତି ସେ, ସଦାସର୍ବଦା ସାମାଜିକ ଦୂରତ୍ବ ନିୟମର ପାଳନ କରିଥାନ୍ତି । ସୋନୀପତର ଶେଖ୍‌ପୁରାର ଅବସ୍ଥିତ ଏହି ଷ୍ଟାଡିୟମ୍‌ର ମାଲିକଙ୍କ ଆମନ୍ତ୍ରଣରେ ସେ ଏହି ସ୍ଥାନକୁ ଆସିଥିଲେ ଏବଂ କୌଣସି ପ୍ରକାର ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରିନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ଭାରତ ବର୍ତ୍ତମାନ ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ରହିଥିବା ବେଳେ ସରକାରଙ୍କ ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର

ମାନହାନି ମାମଲାରେ ମନୋଜ ତିଓ୍ବାରୀ ଏବଂ ଅନ୍ୟ ନେତାଙ୍କୁ ସମନ

ନୂଆଦିଲ୍ଲ,28/11 : ସାଂସଦ ତଥା ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ସମନ । ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନି ମୋକଦ୍ଦମା ମାମଲାରେ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀ ଏବଂ ଅନ୍ୟ 5 ଜଣଙ୍କୁ କୋର୍ଟଙ୍କ ପକ୍ଷରୁ ସମନ କରାଯାଇଛି । ସିସୋଦିଆଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ସହକାରୀ ମେଟ୍ରପଲିଟାନ୍‌ ମାଜିଷ୍ଟ୍ରେଟ୍‌ ବିଶାଲ ପାହୁଜା କରିଥିଲେ । ତିଓ୍ବାରୀଙ୍କ ସମେତ ସାଂସଦ ହଂସ ରାଜ ହଂସ, ପ୍ରବେଶ ବର୍ମା, ହରିଶ ଖୁରାନା ଏବଂ ଦୁଇ ବିଧାୟକ ଶୀର୍ଷା ସିଂ ଏବଂ ବିଜେନ୍ଦର ଗୁପ୍ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍‌ ଜାରି କରାଯାଇଛି । ଡିସେମ୍ବର 18ରେ କୋର୍ଟରେ ହାଜର ହେବାପାଇଁ କୋର୍ଟଙ୍କ ପକ୍ଷରୁ ସମନ ଜାରି କରାଯାଇଛି ।