Categories
ଅପରାଧ ଆଜିର ଖବର ଜାତୀୟ ଖବର

4 ମହଲା ଉପରୁ ଶିଶୁକୁ ଫୋପାଡି ହତ୍ୟା କଲା ଜହ୍ଲାଦ

କୋଲକାତା : ରବିବାର କୋଲକାତାରେ ଏକ ଅଭାବନୀୟ ଘଟଣା ଘଟିଛି । ଜମିବାଡି ବିବାଦକୁ ନେଇ ଦୁଇ ଶିଶୁଙ୍କୁ 4 ମହଲାରୁ ତଳକୁ ଫିଙ୍ଗି ଦେଇଥିଲା ଜନୈକ 55 ବର୍ଷୀୟ ବ୍ୟକ୍ତି । ଘଟଣା ସ୍ଥଳରେ ଦୁଇ ବର୍ଷର ଶିଶୁ ପ୍ରାଣ ହରାଇଥିବା ବେଳେ 6 ବର୍ଷର ଶିଶୁଟି ଗୁରୁତର ଭାବରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ଶିବ କୁମାର ଗୁପ୍ତା ନାମକ ଏହି 55 ବର୍ଷୀୟ ବ୍ୟକ୍ତିଙ୍କର ଦୁଇ ଶିଶୁଙ୍କ ପିତା ସହିତ କିଛି ଜମି ଜମା ସମସ୍ୟା ରହିଥିଲା । ଏଥିରେ ଉତ୍‌କ୍ଷିପ୍ତ ଶିବ ଗୁପ୍ତା 4 ମହଲା ଉପରୁ ଦୁଇ ଶିଶୁଙ୍କୁ ଫିଙ୍ଗି ଦେଇଥିଲେ । କିଛି ଦିନ ପୂର୍ବରୁ ମଧ୍ୟ ଗୁପ୍ତାଙ୍କର ଝଗଡା ହୋଇଥିଲା । ରବିବାର ରାତିରେ ଦୁଇ ଶିଶୁ ଖେଳୁଥିବା ସମୟରେ ଉତ୍‌କ୍ଷିପ୍ତ ଗୁପ୍ତା ଉଭୟଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ । ଦୁଇ ବର୍ଷର ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ 6 ବର୍ଷର ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ପଚରା ଉଚୁରା ଜାରି ରଖିଛି । (ଏଜେନ୍ସି)