ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭ ମେଳାରେ ମଉନି ଅମାବାସ୍ୟାର ସ୍ନାନ ପର୍ବରେ ଭିଡ଼ ବୃଦ୍ଧି ହେତୁ ଦଳାଚକଟା ହୋଇଥିଲା। ଏହି ଦଳାଚକଟାରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡିଆଇଜି ମହାକୁମ୍ଭ ବୈଭବ କୃଷ୍ଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମୁଦାୟ ୬୦ ଜଣ ଆହତ ହୋଇଛନ୍ତି ଏବଂ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ୩୦ ଜଣଙ୍କ ମଧ୍ୟରୁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି। ମୃତକଙ୍କ ମଧ୍ୟରେ ଉତ୍ତରପ୍ରଦେଶ ବ୍ୟତୀତ ଆସାମ ଏବଂ ଗୁଜୁରାଟର ମଧ୍ୟ ଲୋକ ଅଛନ୍ତି।
Tag: Mauni Amavasya
ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ବୁଧବାର ରାତିରେ ଘଟିଥିବା ଦଳାଚକଟାରେ କେତେ ଲୋକ ଆହତ ହୋଇଛନ୍ତି ଏବଂ କେତେ ଜଣଙ୍କର ମୃତ୍ୟୁ ହୋଇଛି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ନାହିଁ। ତେବେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂତ୍ରରୁ ପ୍ରକାଶ।
ଏହି ସମୟରେ ମହାକୁମ୍ଭ ଡିଆଇଜି ବୈଭବ କୃଷ୍ଣ କହିଛନ୍ତି ଯେ, ‘ଦଳାଚକଟାରେ ଆମର ସରକାରୀ ସଂଖ୍ୟା ନାହିଁ। କାରଣ ଆମେ ଏଠାରେ ଜନତାଙ୍କୁ ନିୟନ୍ତ୍ରଣ କରିବାରେ ବ୍ୟସ୍ତ। ଆହତମାନଙ୍କୁ ଚିକିତ୍ସା କରାଯାଉଛି।
ଏହା ବ୍ୟତୀତ କୃଷ୍ଣ କହିଛନ୍ତି ଯେ, ଆଜି ଆମେ ୧୦ କୋଟିରୁ ଅଧିକ ଲୋକ ଆସିବାକୁ ଆଶା କରୁଛୁ। ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଗତକାଲି ସନ୍ଧ୍ୟା ଠାରୁ ଆମର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଲୋକମାନେ ଏଠାରେ ଥିବା ସମସ୍ତ ଘାଟରେ ଶାନ୍ତିରେ ସ୍ନାନ କରୁଛନ୍ତି। ସକାଳେ ଚାପ ଥିଲା ଏବଂ ସେଠାରେ ବହୁତ ଭିଡ଼ ଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ ଅନେକ ଅଖାଡ଼ା ଆମକୁ କହିଥିଲେ ଏବଂ ପରେ ସେମାନେ ସ୍ନାନ କରିବେ ବୋଲି କହିଥିଲେ। ବର୍ତ୍ତମାନ ଭିଡ ନିୟନ୍ତ୍ରଣରେ ଥିବାରୁ ଅଖାଡ଼ା ଏବଂ ସାଧୁମାନଙ୍କ ପାଇଁ ଆମର ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି। ଅଖାଡ଼ା ମାର୍ଗ ଏବଂ ଅଖାଡ଼ା ଘାଟ ପ୍ରସ୍ତୁତ। ସମଗ୍ର ଅଞ୍ଚଳକୁ ପରିମଳ କରାଯାଇଛି ଏବଂ ଆମେ ଏହାକୁ ଅଖାଡ଼ାଙ୍କୁ ଜଣାଇଛୁ ଏବଂ ସେମାନେ ଶୀଘ୍ର ସ୍ନାନ ପାଇଁ ଏଠାକୁ ଆସିବା ଆରମ୍ଭ କରିବେ।