ବିଏସ୍ପି ସୁପ୍ରିମୋ ମାୟାବତୀ ପୁଣି ଥରେ ମେଣ୍ଟକୁ ନେଇ ନିଜ ଆଭିମୁଖ୍ୟ ରଖିଛନ୍ତି। ମାୟାବତୀ ଚଳିତ ଲୋକସଭା ନିର୍ବାଚନ ପାଇଁ କୌଣସି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବିଏସ୍ପି ପୁଣିଥରେ କଂଗ୍ରେସ ସହ ମେଣ୍ଟ ପ୍ରସ୍ତାବକୁ ଖାରଜ କରିଛି। ଉତ୍ତରପ୍ରଦେଶର ଲୋକସଭା ନିର୍ବାଚନ ପାଇଁ ସପା ଓ ବିଏସ୍ପି ସହ ମହାମେଣ୍ଟ କରିଛି। ସେଠାରେ ଦୁହେଁ ୩୭-୩୮ ସିଟ୍ରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି। ତେବେ ଏଠାରେ ସପା ଅଧ୍ୟକ୍ଷ ଅଖିଳେଶ କହିଛନ୍ତି ଯେ, ଉତ୍ତରପ୍ରଦେଶ ଆସନ ପାଇଁ ମହାମେଣ୍ଟରେ କଂଗ୍ରେସ ମଧ୍ୟ ସାମିଲ୍ ରହିଛି ଏବଂ କଂଗ୍ରେସକୁ ଆମେଠି ଓ ରୟବେରଲୀ ଦୁଇଟି ଆସନ ଦିଆଯାଇଛି। ଠିକ୍ ଏହି ସମୟରେ ମାୟାବତୀ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସଠାରୁ ଦୂରେଇ ରହିବାକୁ ଚାହୁଁଥିବା ସ୍ପଷ୍ଟ କରିଛି। ବିଏସପି ଓ ସପା ମଧ୍ୟରେ ମଧ୍ୟପ୍ରଦେଶରେ ମଧ୍ୟ ଆସନ ବୁଝାମଣା ହୋଇଛି।
Tag: mayabati
ପୁଲୱାମା ଆକ୍ରମଣର ପରେ ଭାରତୀୟ ବାୟୁ ସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ପକାଇ ପାକ୍ ଅଧିକୃତ କଶ୍ମୀରର ଆତଙ୍କବାଦୀ ଶିବିରକୁ ଧ୍ୱଂସ କରି ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି। ଏହି ସର୍ଜିକାଲ ଷ୍ଟ୍ରାଇକ୍ ପରେ ବିଏସ୍ପି ସୁପ୍ରିମୋ ମାୟାବତୀ ସେନାଙ୍କୁ ପ୍ରଶଂସା କରିବା ସହିତ ମୋଦିଙ୍କୁ କଟାକ୍ଷ କରିଛନ୍ତି । ମାୟାବତୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି ଯେ – ‘ଜୈଶ୍ ଆତଙ୍କୀଙ୍କ ବିରୋଧରେ ପିଓକେରେ ପଶି ଭାରତୀୟ ବାୟୁସେନାର ବାହାଦୂର ଯବାନଙ୍କ ସାହାସିକ କାର୍ଯ୍ୟ ପାଇଁ ସଲାମ ସହିତ ସମ୍ମାନ କରୁଛି । ଯଦି ପୂର୍ବରୁ ବିଜେପି ସରକାର ଭାରତୀୟ ସେନାକୁ ଫ୍ରି ହ୍ୟାଣ୍ଡ ଦେଇଥା’ନ୍ତେ ତେବେ ପଠାନ୍କୋଟ, ଉରି ଓ ଫୁଲ୍ୱାମା ପରି କୌଣସି ଆକ୍ରମଣ ଘଟିନଥା’ନ୍ତା । ଏହିପରି କିଛି ଦୁଃଖଦ ଘଟଣା ଘଟିନଥା’ନ୍ତା କି ଆମ ଯବାନ୍ମାନେ ଶହୀଦ୍ ହୋଇନଥାନ୍ତେ ।