Categories
ଆଜିର ଖବର ଖେଳ

ଲକ୍‌ଡାଉନ୍‌ରେ ସେଫ୍ ପାଲଟିଲେ ଏହି କ୍ରିକେଟର୍ : ବିସିସିଆଇ ସେୟାର କଲା ଭିଡିଓ

ନୂଆଦିଲ୍ଲୀ : ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍ ଲଗାଯାଇଥିବା ବେଳେ ସମସ୍ତେ ଘରେ ରହୁଛନ୍ତି । ଏହି ସମୟରେ ସମସ୍ତେ ଅଲଗା ଅଲଗା କାମରେ ନିଜକୁ ନିୟୋଜିତ କରୁଥିବା ବେଳେ ସେଫ୍ ପାଲଟିଛନ୍ତି ଭାରତୀୟ ଓପ୍‌ନର ମୟଙ୍କ ଅଗ୍ରୱାଲ । ୨୯ ବର୍ଷୀୟ ଭାରତୀୟ ଟେଷ୍ଟ ଓପ୍‌ନର ମୟଙ୍କ ଖାଇବା ବନାଉଥିବାର ଭିଡିଓ ବିସିସିଆଇ ଟ୍ୱିଟ୍ଟରରେ ସେୟାର କରିଛି । ଏହି ଭିଡିଓରେ ମୟଙ୍କ ବେଲ୍ ପେପର୍ସ ଓ କ୍ୱିନୋଆ ସହାୟତାରେ ବଟର୍ ଗାର୍ଲିକ୍ ମସ୍‌ରୁମ୍ ପ୍ରସ୍ତୁତ କରୁଛନ୍ତି ।

https://www.bcci.tv/videos/147190/meet-chef-mayank-agarwal-

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା : ଶ’ଙ୍କ ପ୍ରତ୍ୟାବର୍ତ୍ତନ, ଦିନିକିଆରେ ରୋହିତଙ୍କ ସ୍ଥାନରେ ମୟଙ୍କ

ମୁମ୍ବାଇ : ନ୍ୟୁଜିଲାଣ୍ଡ ବାନମ ଭାରତ ମଧ୍ୟରେ ହୋଇଥିବା ପାଞ୍ଚମ୍ୟାଚ୍‌ ବିଶିଷ୍ଟ ଟିଟ୍ବେଣ୍ଟି ଶୃଙ୍ଖଳରେ ଭାରତର ଐତିହାସିକ ବିଜୟ ପରେ ନ୍ୟୁଜିଲାଣ୍ଡ୍‌ ବାନମ ଭାରତ ଟେଷ୍ଟ ଗସ୍ତ ପାଇଁ  ଭାରତୀୟ ଦଳର ଘୋଷଣା କରାଯାଇଛି । ଟିଟ୍ବେଣ୍ଟି ସିରିଜ୍‌ରେ ନ୍ୟୁଜିଲାଣ୍ଡ୍‌କୁ ଧୂଳି ଚଟାଇଥିବା ଭାରତୀୟ କ୍ରିକେଟ୍‌ ଦଳକୁ ଓ୍ବାନ୍‌ଡେ’ ଏବଂ ଟେଷ୍ଟ ସିରିଜ୍‌ ପୂର୍ବରୁ ବଡ ଝଟ୍‌କା ଲାଗିଛି । ଏହି ଟେଷ୍ଟ୍‌ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି ଭାରତୀୟ ଓପନର୍‌ ରୋହିତ ଶର୍ମା ।

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା କରିଛି ବିସିସିଆଇ । ମଙ୍ଗଳବାର ଘୋଷଣା କରାଯାଇଥିବା ଭାରତୀୟ ଦଳକୁ ଓପ୍‌ନର ପୃଥ୍ବୀ ଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହିପରି ଅନ୍ତିମ ଟି 20 ରୋହିତ ଶର୍ମାଙ୍କ ହାର୍ମଷ୍ଟ୍ରିଙ୍ଗ ଟାଣି ହୋଇଯାଇଥିବାରୁ ଆସନ୍ତା କାଲି ଠାରୁ ଆରମ୍ଭ ହେବାକୁ ଯାଉଥିବା ତିନି ଟିକିଆ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି ମୟଙ୍କ ଅଗ୍ରଓ୍ବାଲ। ସେହିପରି ଦୁଇ ଓପ୍‌ନର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ଏବଂ ଶିଖର ଧଓ୍ବନଙ୍କ ଅନୁପସ୍ଥିତିରେ ଶୁଭମାନ ଗିଲ୍‌ ରିଜର୍ଭ ଓପ୍‌ନର ଭାବରେ ଦଳରେ ସ୍ଥାନ ପାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ଏ ବିପକ୍ଷ ଅନଅଫିସିଆଲ ଟେଷ୍ଟର ଦୁଇ ଇନିଂସରେ 83 ଏବଂ 204 ରନ୍‌ କରି ଗିଲ୍‌ ଦଳରେ ସ୍ଥାନ ପାଇଛନ୍ତି । ସେହିପରି ପେସ୍‌ ବୋଲର ଇଶାନ୍ତ ଶର୍ମା ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଫିଟ୍‌ନେସ୍‌ ଟେଷ୍ଟ ପରେ ଇଶାନ୍ତଙ୍କ ନାମ ଘୋଷଣା କରାଯିବ । ସେହିପରି ଟି 20 ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ ପରେ ନବଦୀପ ସାଇନିଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ପୁନର୍ବାର କୁଲଦୀପ ଯାଦବଙ୍କୁ ବାହାରେ ବସିବାକୁ ପଡିଛି । ଭାରତୀୟ ମ୍ୟାନେଜମେଣ୍ଟ ପୁନର୍ବାର ଅଶ୍ବିନ୍‌-ଜାଡେଜା ଯୋଡି ଉପରେ ଭରସା ପ୍ରକଟ କରିଛି ।
ଭାରତୀୟ ଦଳ : ବିରାଟ କୋହଲି(ଅଧିନାୟକ), ମୟଙ୍କ ଅଗ୍ରଓ୍ବାଲ, ପୃଥ୍ବୀ ଶ, ଶୁଭମାନ ଗିଲ୍‌, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେ(ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ଶାହା, ଋଷଭ ପନ୍ତ, ଆର. ଅଶ୍ବିନ୍‌, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ୍‌ ବୁମ୍‌ରା, ଉମେଶ ଯାଦବ, ମହମ୍ମଦ ସାମି, ନବଦୀପ ସାଇନି ଏବଂ ଇଶାନ୍ତ ଶର୍ମା(ଫିଟନେସ୍‌) ।

ସୂଚନାଯାେଗ୍ୟ, ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ । ପ୍ରଥମ ଟେଷ୍ଟ ମ୍ୟାଚ୍‌ ଫେବୃଆରୀ 15ରୁ ଫେବୃଆରୀ 21 ଓ ଦ୍ବିତୀୟ ଟେଷ୍ଟ୍‌ ଫେବୃଆରୀ 29ରୁ ମାର୍ଚ୍ଚ ଚାରି ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Categories
ଆଜିର ଖବର ଖେଳ

ନ୍ୟୁଜିଲ୍ୟାଣ୍ଡ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଲେ ଧଓ୍ବନ୍‌

ମୁମ୍ବାଇ : ଆହତ କାରଣରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶୃଙ୍ଖଳାରୁ ବାଦ ପଡିଛନ୍ତି ଶିଖର ଧଓ୍ବନ୍‌ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ସିରିଜ୍‌ରେ ଆହତ ହେବା କାରଣରୁ ଧଓ୍ବନ୍‌ଙ୍କୁ ଟି20 ଏବଂ ଦିନିକିଆ ସିରିଜ୍‌ରୁ ବାଦ ପଡିଛନ୍ତି । ରାଜକୋଟ ଦିନିକିଆରେ ଧଓ୍ବନ୍‌ଙ୍କ ପଞ୍ଜରାରେ ବଲ୍‌ ବାଜିଥିବା ବେଳେ ସେ ଆହତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ଫିଲ୍‌ଡିଂ କରିନଥିଲେ । ଫିଜିଓ ତୃତୀୟ ଦିନିକିଆ ପାଇଁ ଫିଟ୍‌ ଘୋଷଣା କରିବା ପରେ ଧଓ୍ବନ୍‌ ଖେଳିଥିବା ବେଳେ ଫିଲ୍‌ଡିଂ କରି ଆହତ ହୋଇଥିଲେ । ଆହତ ହେବା ପରେ ଧଓ୍ବନ୍‌ ବ୍ୟାଟିଂ କରିନଥିଲେ । ଜାନୁୟାରୀ 24ରୁ 5 ମ୍ୟାଚ୍‌ ବିଶିଷ୍ଟ ଟି20 ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଧଓ୍ବନ୍‌ଙ୍କ ବଦଳ ଖେଳାଳି ଭାବରେ ସଞ୍ଜୁ ସାମ୍‌ସନ୍‌, ମୟଙ୍କ ଅଗ୍ରଓ୍ବାଲ କିମ୍ବା ପୃଥ୍ବୀ ଶଙ୍କୁ ଦଳରେ ସାମିଲ କରାଯାଇପାରେ । (ଏଜେନ୍ସୀ)