Categories
ଆଜିର ଖବର ଜାତୀୟ ଖବର

ଭୋଟ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲ,ସମସ୍ତଙ୍କୁ ମତଦାନ ପାଇଁ କଲେ ଅପିଲ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜର ମତଦାନ କରିଛନ୍ତି। ଦିଲ୍ଲୀ ମ୍ୟୁନିସପାଲ କର୍ରପୋରେସନ ପାଇଁ ଆଜି ଚାଲିଥିବା ମତଦାନରେ ସେ ଭାଗ ନେଇଛନ୍ତି। ସେ ମତଦାନ ପରେ ସବୁ ଭୋଟରଙ୍କୁ ଏହି ପକ୍ରିୟାରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଗୋଟିଏ ଭଲ ଦଳକୁ ଭୋଟ ଦିଅନ୍ତୁ, ଯିଏ ଦୁର୍ନିତି ମୁକ୍ତ ସରକାର କରିପାରିବ ସେହିପରି ଦଳକୁ ଭୋଟ ଦିଅନ୍ତୁ ବୋଲି କହିଛନ୍ତି।

ଆଜି ସକାଳ ଆଠଟାରୁ ଏମସିଡି ବା ମ୍ୟୁନିସପାଲ କର୍ରପୋରେସନ ଅଫ ଦିଲ୍ଲୀର ନିର୍ବାଚନ ଆରମ୍ଭ ହୋଇଛି। ଏଥିରେ ଏମସିଡିର ମୋଟ 250 ୱାର୍ଡ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ନିର୍ବାଚନରେ ଦିଲ୍ଲୀର ପ୍ରାୟ ଦେଢ କୋଟି ଭୋଟର ସାମିଲ ହେବେ। ସେଥିପାଇଁ ଦିଲ୍ଲୀରେ 13 ହଜାର ପୁଲିଂ ବୁଥ କରାଯାଇଛି।