ପିଣ୍ଟୁ ବିଷୋୟୀ
ବେଗୁନିଆପଡା: କରୋନା ପାଇଁ ଲକ ଡାଉନ ସମୟରେ ଖାଦ୍ୟ ସାମଗ୍ରୀରୁ ବଞ୍ଚିତ ହୋଇଥିବା ଗରିବ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମିଲ୍ କାର୍ଯ୍ୟକ୍ରମ। କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡା ବ୍ଲକରେ ଏହାର ଶୁଭାରମ୍ଭ କରିଛନ୍ତି। ଖଣ୍ଡିଆନଈ ପଞ୍ଚାୟତର କେତେଜଣକୁ ମିଲ କାର୍ଯ୍ୟକ୍ରମ ତରଫରୁ ପ୍ରଦାନ କରାଯାଇଥିବା କିଟକୁ ବିଧାୟିକା ପ୍ରଦାନ କରିଥିଲେ। କେହି ଗରିବ ଅସହାୟ ଯେଭଳି ଖାଦ୍ୟ ପାଇବାରୁ ବଞ୍ଚିତ ନ ରହୁ ସେଥିପାଇଁ ଏ ପ୍ରୟାସ ବୋଲି ବିଧାୟିକା ମତ ପ୍ରକାଶ କରିଥିଲେ। ଏହି ସମୟରେ ୪୫ ନମ୍ବର ଜିଲ୍ଲା ପରିଷଦ ସଦସ୍ୟ ଗୀତାଞ୍ଜାଳ ଭୂୟାଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦଶ ହଜାର, ଦିଗାପଡା ସରପଞ୍ଚ ପୂଜା ପରିଡ଼ା ମିଲ କାର୍ଯ୍ୟକ୍ରମକୁ ଦଶ ହଜାର, ସମାଜସେବୀ ଗୌରାଙ୍ଗ ଚରଣ ସାହୁ ମିଲକୁ ଦଶ ହଜାର, କାଲିମେଖି ସରପଞ୍ଚ ମମତା ପୋଲ।ଇ ପାଞ୍ଚ ହଜାର, ଶାଙ୍କୁଡ଼ା ସରପଞ୍ଚ ସନ୍ତୋଷ କୁମାର ସାହୁ ପାଞ୍ଚ ହଜାର, ବେରୁହାବାଡ଼ି ସରପଞ୍ଚ ନିଳାଞ୍ଚଳ ପାଢ଼ୀ ପାଞ୍ଚ ହଜାର ଟଙ୍କା ଏବଂ ଜୋହନ ସ୍ବାଇଁ ଦୁଇ ହଜାର ଟଙ୍କା ମିଲ କାର୍ଯ୍ୟକ୍ରମ ଉଦେଶ୍ୟରେ ବିଧାୟିକାଙ୍କୁ ପ୍ରଦାନ କରିଛନ୍ତି।
ସୂଚନା ଅନୁଯାଇ ପୂର୍ବରୁ ବିଧାୟିକା ମିଲ କାର୍ଯ୍ୟକ୍ରମ ପାଇଁ ୩୦ ହଜାର ପ୍ରଦାନ କରିବା ସହ ସମସ୍ତଙ୍କୁ ଏହି ମହତ କାର୍ଯ୍ୟପାଇଁ ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଦେବବର ପ୍ରଧାନ, ବ୍ଲକ ଅଧକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଉପସ୍ଥିତ ଥିଲେ।