Categories
ଆଜିର ଖବର

ଆଇଏସ୍ଏସ୍‌ଏଫ୍ ବିଶ୍ବକପ୍‌ରେ ଦିବ୍ୟାଂଶଙ୍କୁ ରୌପ୍ୟ : ଅଲମ୍ପିକ୍ସ ବର୍ଥ ସୁରକ୍ଷିତ

ଭାରତୀୟ ୧୭ ବର୍ଷୀୟ ସୁଟର ଦିବ୍ୟାଂଶ ସିଂ ପନଓ୍ବର ଶୁକ୍ରବାର ଚତୁର୍ଥ ଭାରତୀୟ ଭାବରେ ଅଲମ୍ପିକ୍ସରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି। ରାଜସ୍ଥାନର ଏହି ୧୭ ବର୍ଷୀୟ ବାଳକ ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ରୌପ୍ୟ ପଦକ ସହିତ ଏହି କୃତିତ୍ବ ହାସଲ କରିଛନ୍ତି। ମାତ୍ର ୦.୪ ପଏଣ୍ଟ ପାଇଁ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଥିଲେ ପନଓ୍ବର। ୧୦ ମି ଏୟାର ରାଇଫଲ ବିଭାଗରେ ପନଓ୍ବର ୨୪୯ ପଏଣ୍ଟ ସ୍କୋର କରିଥିବା ବେଳେ ଚୀନ୍‌ର ଜାଇଚେଙ୍ଗ ହୁଇ ୨୪୯.୪ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୨୭.୫ ପଏଣ୍ଟ ସହିତ ଋଷିଆର ଗ୍ରୀଗୋରୀ ସିମ୍‌କୋଭ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏହା ସହିତ ଚତୁର୍ଥ ଭାରତୀୟ ଖେଳାଳି ଭାବରେ ୨୦୨୦ ଟୋକିଓ ଅଲମ୍ପିକ୍ସରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ୧୦ମି. ଏୟାର ରାଇଫଲ୍‌ ମହିଳା ବିଭାଗରେ ଅଞ୍ଜୁମ ମୌଦଗିଲ୍‌ ଓ ଅପୂର୍ବୀ ଚାଣ୍ଡେଲା, ୧୦ମି. ଏୟାର ପିସ୍ତଲରେ ସୌରଭ ଚୌଧୁରୀ ପୂର୍ବରୁ ଏହି ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

Categories
ଆଜିର ଖବର

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ : ଅମିତ ଫଙ୍ଗଲଙ୍କୁ ସ୍ବର୍ଣ୍ଣ

ଏସିଆନ୍‌ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ଭାରତୀୟ ବକ୍ସର ମାନେ ଶୁକ୍ରବାର ତିନୋଟି ପଦକ ହାସଲ କରିଛନ୍ତି। ୫୨ କିଗ୍ରା ବର୍ଗରେ ଅମିତ୍‌ ଫଙ୍ଗଲଗ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୪୯ କିଗ୍ରା ବର୍ଗରେ ଦୀପକ ସିଂ ଏବଂ ୫୬ କିଗ୍ରା ବର୍ଗରେ କବିନ୍ଦର ସିଂ ବିଷ୍ଟ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। କୋରିଆର କିମ୍‌ ଇଙ୍କ୍ୟୁଙ୍କୁ ପରାସ୍ତ କରିଥିବା ଫଙ୍ଗଲ ଚଳିତ ବର୍ଷର ଦ୍ବିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିବା ସହିତ ଫଙ୍ଗଲ ଚମତ୍କାର ରକ୍ଷଣ ସହିତ ମ୍ୟାଚ୍‌କୁ ଅନାୟାସରେ ଜିତି ନେଇଥିଲେ। ଦୀପକଙ୍କ ମୁକାବିଲା ଉଜ୍‌ବେକିସ୍ତାନର ନୋଡିର୍ଜୋନ୍‌ ମିର୍ଜାମେଡୋଭ୍‌ଙ୍କ ବିପକ୍ଷରେ ରହିଥିଲା। ଦୀପକ କଡା ମୁକାବିଲା କରିଥିଲେ ମଧ୍ୟ ରେଫରୀଙ୍କ ଠାରୁ ଏକ ୟେଲୋ କାର୍ଡ ପାଇ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ସେମି ଫାଇନାଲ୍‌ ମ୍ୟାଚ୍‌ରେ ଆଘାତପ୍ରାପ୍ତ ଥିବା କବିନ୍ଦର ଚମତ୍କାର ପ୍ରଦର୍ଶନ କରିଥିଲେ। ମାତ୍ର ଆଘାତକୁ ପ୍ରତିପକ୍ଷ ବକ୍ସର ଆକ୍ରମଣ କରିବାରୁ କବିନ୍ଦର ରକ୍ଷଣାତ୍ମକ ଖେଳିବାକୁ ବାଧ୍ୟ ହେବା ସହିତ ମ୍ୟାଚ୍‌ ହରାଇଥିଲେ। କବିନ୍ଦର ଉଜ୍‌ବେକିସ୍ତାନ ବକ୍ସର ମିରାଜଜୀବେକ୍‌ ମିରାଜହେମଡୋଭ୍‌ଙ୍କ ବିପକ୍ଷରେ ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ।