Categories
ଆଜିର ଖବର

ନିର୍ବାଚନ କମିଶନରଙ୍କୁ ଭେଟିଲେ ନବୀନ

ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ବଙ୍ଗୋପ ସାଗରରେ ଘନୀଭୂତ ହୋଇଥିବା ଫନି ବାତ୍ୟା ପାଇଁ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି। ଯଦି ଓଡିଶା ଫନି ଦ୍ବାରା ପ୍ରଭାବିତ ହୁଏ ତେବେ କେନ୍ଦ୍ରାପଡା ମଧ୍ୟ ପ୍ରଭାବିତ ହେବ। ଏପରି କ୍ଷେତ୍ରରେ ନିର୍ବାଚନ କମିଶନଙ୍କୁ ନିର୍ବାଚନ ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି ନବୀନ। ସୂଚନାଯୋଗ୍ୟ ଯେ, ବିଜୟ ମହାପାତ୍ର ବିଜେପିର ବିଧାୟକ ପ୍ରାର୍ଥୀ ରହିଥିବା ବେଳେ ବିଜେଡିର ଦିବଗନ୍ତ ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି।

Categories
ଆଜିର ଖବର

ଟ୍ବିଟ୍ଟର ସିଇଓଙ୍କ ସହିତ ଟ୍ରମ୍ପଙ୍କ ଆଲୋଚନା

ଟ୍ବିଟ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍‌ ଡର୍ସିଙ୍କ ସହିତ ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ବିଟ୍ଟରରେ କିଛି ବ୍ୟବହାର କାରୀଙ୍କ ସାମ୍ପ୍ରଦାୟିକ ମନୋଭାବ ନେଇ ଡର୍ସିଙ୍କ ସହିତ ଆଲୋଚନା କରିଥିଲେ ଟ୍ରମ୍ପ। ମଙ୍ଗଳବାର ଡର୍ସିଙ୍କ ସହିତ ଆଲୋଚନା କରିଥିବା ନେଇ ଏକ ଫଟୋ ଟ୍ବିଟ୍ଟରରେ ସେୟାର କରିଥିଲେ ଟ୍ରମ୍ପ। ଟ୍ରମ୍ପ ଲେଖିଥିଲେ ଜ୍ୟାକ୍‌ଙ୍କ ସହିତ ବିଶ୍ବରେ ସୋସିଆଲ ମିଡିଆର ପ୍ରଭାବ ନେଇ ବିସ୍ତୃତ ଆଲୋଚନା। ଏହି ବୈଠକରେ ହ୍ବାଇଟ୍‌ ହାଉସ୍‌ର ସୋସିଆଲ ମିଡିଆ ନିର୍ଦ୍ଦେଶକ ଡାନ୍‌ ସ୍କେଭିନୋ ଉପସ୍ଥିତ ଥିଲେ। ଏମାନଙ୍କ ବ୍ୟତିତ ଟ୍ବିଟ୍ଟରର ଆଇନ ଏବଂ ସୁରକ୍ଷା ସେଲ୍‌ ମୁଖ୍ୟ ବିଜୟା ଗାଡ୍ଡେ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଗତ ନଭେମ୍ବରରେ ଟ୍ବିଟ୍ଟର ତାଙ୍କର ଫଲୋଅରଙ୍କୁ ହଟାଉଛି ବୋଲି ଅଭିଯୋଗ ବାଢିଥିଲେ ଟ୍ରମ୍ପ।

Categories
ଆଜିର ଖବର

ମୋହନ ଭାଗବତଙ୍କୁ ଭେଟିଲେ ରତନ ଟାଟା

ଶିଳ୍ପପତି ତଥା ଟାଟା ଗ୍ରୁପ୍‌ର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟା ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଛନ୍ତି। ନାଗପୁର ସ୍ଥିତ ଆରଏସ୍‌ଏସ୍‌ ମୁଖ୍ୟ କାର୍ଯ୍ୟାଳୟରେ ଏହି ବୈଠକ ହୋଇଥିବା ବେଳେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବୈଠକ ଚାଲିଥିଲା। ବୈଠକ ପରେ ଟାଟା ଏହାକୁ ଏକ ସୌଜନ୍ୟ ମୂଳକ ସାକ୍ଷାତ ବୋଲି କହିଥିଲେ। ଆରଏସ୍‌ଏସ୍‌ ମୁଖ୍ୟାଳୟକୁ ଏହା ଟାଟାଙ୍କର ଦ୍ବିତୀୟ ଗସ୍ତ। ପୂର୍ବରୁ ଆରଏସ୍‌ଏସ୍‌ ନେତା ନାନା ପାଲକାରଙ୍କ ଜନ୍ମ ଦିବସରେ ଦୁଇ ବର୍ଷ ପୂର୍ବେ ଟାଟା ପ୍ରଥମ ଥର ଗସ୍ତ କରିଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ବ୍ୟବସାୟୀଙ୍କ ସହାୟତା ହାସଲର ପ୍ରୟାସ କରୁଥିବା ବେଳେ ଏହି ବୈଠକ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ମୁକେଶ ଅମ୍ବାନୀ କଂଗ୍ରେସର ମିଲିନ୍ଦ ଦେଓରାଙ୍କ ପାଇଁ ନିଜ ସମର୍ଥନ ଘୋଷଣା କରିଥିଲେ।

Categories
ଆଜିର ଖବର

ନିର୍ମଳାଙ୍କୁ ନେଇ ‘ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଉଦାହରଣ’ ବୋଲି ଅଭିହିତ କଲେ ଶଶୀ ଥରୁର୍‌

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍‌। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ ଗରମ୍‌ ମାହୋଲ୍‌ରେ ବିପକ୍ଷ ଦଳଙ୍କ ନେତାଙ୍କ ଦେଖାସାକ୍ଷାତ୍‌କୁ ଦେଖିଲେ ଭାରତୀୟ ରାଜନୀତିରେ ସୁନ୍ଦରତାକୁ ଦର୍ଶାଇଥାଏ। କଂଗ୍ରେସ ସାଂସଦ ତଥା ତିରୁଅନନ୍ତପୁରମ୍‌ର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର୍‌ ସୋମବାର ଦିନ ମନ୍ଦିରରେ ତୁଳାଭରମ୍‌ ପୂଜା କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଏପରିକି ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ୍‌ ପଡିଛି। ଆଜି ଅର୍ଥାତ୍‌ ଏପ୍ରିଲ୍‌ ୧୬ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରାମଣ ଆଜି ତାଙ୍କୁ ଦେଖିବାକୁ ହସ୍‌ପିଟାଲ୍‌ରେ ପହଞ୍ଚିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍‌ଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ଭଲ ମନ୍ଦ ବୁଝିଥିଲେ। ତେବେ ଏହାକୁ ନେଇ ଶଶି ଥରୁର୍‌ ଏକ ଟୁଇଟ କରିଛନ୍ତି। ତାଙ୍କ ସହ ସୀତାରମଣଙ୍କ ସାକ୍ଷାତ ସମୟର ଏକ ଫଟୋକୁ ସେୟାର କରିବା ସହିତ ଶଶୀ ଲେଖିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ସୀତାରମଣଙ୍କ ଏହି ସ୍ବଭାବରେ ସେ ବହୁତ ଭାବବିହ୍ବଳିତ ହୋଇଛନ୍ତି, ଆଜିର ନିର୍ବାଚନୀ ବ୍ୟସ୍ତତା ଭିତରୁ ସମୟ ବାହାର କରି ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଜାଣିବା ପାଇଁ ହସ୍‌ପିଟାଲ୍‌ ଆସିଛନ୍ତି। ତାଙ୍କର ଏହି ସ୍ବଭାବକୁ ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଏକ ଉଦାହରଣ ବୋଲି ଅଭିହିତ କରିଛନ୍ତି ଶଶୀ ଥରୁର୍‌।