ଭାରତୀୟ ଜନତା ପାର୍ଟି (ବିଜେପି) ଏକକ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିବ ବୋଲି ପୂର୍ବାନୁମାନ ଲଗାଇଛନ୍ତି ପୂର୍ବତନ ସମାଜବାଦୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂ। ସମାଜବାଦୀ ପାର୍ଟିର ନେତୃତ୍ବ ଶୈଳୀକୁ ସମାଲୋଚନା କରିବା ସହିତ ମୁଲାୟମ ସିଂଙ୍କ ଦୋମୁହାଁ ନୀତିକୁ ମଧ୍ୟ ସମାଲୋଚନା କରିଥିଲେ। ବିଜେପି ବର୍ତ୍ତମାନ କେନ୍ଦ୍ରରେ ଏକାକୀ ସରକାର ଗଠନ କରିବ କାରଣ ଜାତୀୟତା ବାଦ ନିକଟରେ ଜାତିବାଦ ଦୁର୍ବଳ ହୋଇଯାଇଛି। ସାମ୍ବାଦିକ ମାନେ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ କଣ ଫରକ ରହିବ ବୋଲି ପ୍ରଶ୍ନ କରିଥିଲେ। ୨୦୧୪ରେ ଦେଶରେ ମୋଦି ଲହର ବିଜେପି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବେଳେ ବର୍ତ୍ତମାନ ୨୦୧୯ରେ ମୋଦିଙ୍କ ବିକାଶ ମୂଳକ କାର୍ଯ୍ୟ ତାଙ୍କ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେହିପରି ସମାଜବାଦୀ ପାର୍ଟି ତାଙ୍କୁ ଧୋକା ଦେଇଛି ବୋଲି ଅଭିଯୋଗ କରିଥିଲେ ଅମର ସିଂ।
Categories
ବିଜେପି ବହୁମତରେ ସରକାର ଗଠନ କରିବ : ଅମର ସିଂ
