Categories
ଆଜିର ଖବର

ସିଜିଆଇଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା : ବିଚାର କମିଟିରେ ଏନ୍‌ଭି ରମଣାଙ୍କ ସ୍ଥାନରେ ଇନ୍ଦୁ ମଲହୋତ୍ରା

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଥିବା ଯୌନ ନିର୍ଯାତନା ମାମଲାର ବିଚାର କରିବା ପାଇଁ ଗଠନ ହୋଇଥିବା କମିଟିରେ ଏକ ପରିବର୍ତ୍ତନ କରାଯାଇଛି। ଏହି ତିନି ଜଣିଆ କମିଟିରୁ ଜଷ୍ଟିସ୍‌ ଏନ୍‌ ଭି ରମଣାଙ୍କ ସ୍ଥାନରେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା ଏହି କମିଟିରେ ସ୍ଥାନ ପାଇଛନ୍ତି। ସୁପ୍ରିମ୍‌କୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଷ୍ଟିସ୍‌ ରମଣା ଏହି ମାମଲାରୁ ଓହରି ଯାଇଥିବା ବେଳେ ଶୁକ୍ରବାର ଏହି କମିଟିର ମୁଖ୍ୟ ଏସ୍‌ ଏ ବୋବଡେ ନୂତନ ସଦସ୍ୟ ନିଯୁକ୍ତ କରିବେ। ଉଲ୍ଲେଖଯୋଗ୍ୟ ଯ, ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଜନୈକା କର୍ମୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହାପରେ ଉତ୍ସବ ବେଂଶ ନାମକ ଜଣେ ଓକିଲ ଗୋଗୋଇଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା କରାଯାଉଥିବା ଅଭିଯୋଗ କରିଥିଲେ।