ପ୍ରଥମ ମହିଳା ଅମ୍ପାୟାର ଭାବରେ ଇତିହାସ ରଚିବାକୁ ଯାଉଛନ୍ତି ଅଷ୍ଟ୍ରେଲିଆର କ୍ଲେରୀ ପୋଲୋସାକ୍। ପ୍ରଥମ ମହିଳା କ୍ରିକେଟର ଭାବରେ ପୁରୁଷ କ୍ରିକେଟ ମ୍ୟାଚ୍ରେ ଅମ୍ପାୟାରିଂ କରିବାକୁ ଯାଉଛନ୍ତି କ୍ଲେରୀ। ବର୍ତ୍ତମାନ ସୁଦ୍ଧା ୧୫ ଟି ମହିଳା ଆନ୍ତର୍ଜାତୀୟ ମ୍ୟାଚ୍ରେ ଅମ୍ପାୟାର ରହିଥିବା କ୍ଲେରୀ ମହିଳା ବିଶ୍ବକପ୍ରେ ଦୁଇ ଥର ପଦାର୍ପଣ କରି ସାରିଛନ୍ତି। ୨୦୧୬ରେ ପ୍ରଥମେ ପଦାର୍ପଣ କରିଥିବା କ୍ଲେରୀ ଆଇସିସି ଓ୍ବାର୍ଲ୍ଡ କ୍ରିକେଟ୍ ଲିଗ୍ର ଡିଭିଜନ୍ ୨ର ଫାଇନାଲ୍ ମ୍ୟାଚ୍ ପରିଚାଳନା କରିବାକୁ ଯାଉଛନ୍ତି। ପୂର୍ବରୁ ୨୦୧୭ରେ ଅଷ୍ଟ୍ରେଲିଆରେ ଏକ ଘରୋଇ ପୁରୁଷ ମ୍ୟାଚ୍ରେ ଅମ୍ପାୟାରିଂ କରି ସାରିଛନ୍ତି କ୍ଲେରୀ ପୋଲୋସାକ୍।
