Categories
ଆଜିର ଖବର ଜାତୀୟ ଖବର

ମାନସିକ ଭାବରେ ବିନୟ ସୁସ୍ଥ : ଯାଚିକା ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଏବଂ ରାଜକ୍ଷମା କ୍ୟୁରେଟିଭ୍‌ ଯାଚିକା ଖାରଜ ହେବା ପରେ ବିନୟ ମାନସିକ ଭାବରେ ଅସୁସ୍ଥ ଥିବା ନେଇ ଅନ୍ୟ ଏକ ଯାଚିକା ଦାଖଲ କରାଯାଇଥିଲା । ଶୁକ୍ରବାର ସୁପ୍ରିମକୋର୍ଟରେ ବିନୟ ଶର୍ମାଙ୍କ ଆବେଦନ ଖାରଜ କରାଯାଇଛି । ଗତକାଲି ରାଜକ୍ଷମା ବିରୋଧରେ ଦାଖଲ କରାଯାଇଥିବା କ୍ୟୁରେଟିଭ୍‌ ଯାଚିକାକୁ ଖାରଜ କରାଯାଇଥିଲା । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ଗତକାଲି ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । ଆଜିର ଯାଚିକା ଖାରଜ ହେବା ସହିତ ବିନୟର ଫାଶୀ ପୂର୍ବର ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିନୟର ରାଜକ୍ଷମା ଯାଚିକା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଯାଚିକା ଖାରଜ ହୋଇଯାଇଛି । ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିଥିବା ବେଳେ ଏହା ବିରୋଧରେ କ୍ୟୁରେଟିଭ୍‌ ଯାଚିକା ଦାଖଲ କରାଯାଇଥିଲା । ଗୁରୁବାର ସୁପ୍ରିମ୍‌କୋର୍ଟ ବିନୟର କ୍ୟୁରେଟିଭ୍‌ ଯାଚିକାର ଶୁଣାଣି କରିବା ସହିତ ଏହାକୁ ଖାରଜ କରି ଦେଇଛନ୍ତି । ରାଜକ୍ଷମା ଆବେଦନ ପାଇଁ ଦିଲ୍ଲୀ ଉପରାଜ୍ୟପାଳ ଏବଂ ଗୃହ ବିଭାଗର ଅନୁମତି ନଥିବା ଦର୍ଶାଇ ବିନୟ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଥିଲା । (ଏଜେନ୍ସି)

Categories
ଆଜିର ଖବର

ପୋକ୍ସୋ ଆକ୍ଟରେ ମିଳିବନି ରାଜକ୍ଷମାର ଆବେଦନ : ରାମନାଥ କୋବିନ୍ଦ

ନୂଆଦିଲ୍ଲୀ,6/12: ବର୍ତ୍ତମାନ ଦେଶରେ ବଢ଼ୁଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସବୁଠି ବିକ୍ଷୋଭ ଜାରି ରହିଛି । ଶିଶୁ ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ମିଳିବା ଠିକ୍ ନୁହେଁ ତେଣୁ ସେମାନେ ରାଜକ୍ଷମା ଆବେଦନ କରିବାକୁ ଯୋଗ୍ୟ ନୁହନ୍ତି ବୋଲି କୋବିନ୍ଦ କହିଛନ୍ତି । ରାଜସ୍ଥାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ପୋକ୍ସୋ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିମାନଙ୍କୁ କୌଣସି ରାଜକ୍ଷମା ଆବେଦନ କରିବାର ସୁଯୋଗ ଦିଆଯିବା କଥା ନୁହେଁ ।