Categories
ଆଜିର ଖବର

ସୋପିଆଁରେ ଏନ୍‌କାଉଣ୍ଟର : ୨ ଏଜିଏଚ୍‌ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀରରେ ସୋପିଆଁରେ ମଙ୍ଗଳବାର ସୁରକ୍ଷାବାହିନୀର ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋପିଆଁରେ ଏହି ଘଟଣା ଘଟିଛି। ଅୱନୀରା ଅଂଚଳରେ ଆତଙ୍କବାଦୀମାନେ ଥିବା ସୂଚନା ମିଳିବା ମାତ୍ରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚିଥିଲେ। ସୁରକ୍ଷାବାହିନୀର ଯବାନମାନଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଗୁଳିବିନିମୟ ସମୟରେ ୨ ଏଜିଏଚ୍‌ ଆତଙ୍କବାଦୀଙ୍କୁ ନିହତ କରାଯାଇଛି। ଏହା ପୂର୍ବରୁ ପୁଲୱାମା ଜିଲ୍ଲାର ପଂଜାରଣ ଅଂଳଚରେ ସେନା ଆତଙ୍କବାଦୀ ଦଳକୁ ଘେରାବନ୍ଦୀ କରିଥିଲା। ଏହି ଅପରେଶନରେ ସେନା ବ୍ୟତୀତ ଜମ୍ମୁ କଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେଶନ ଗୃପ ଓ କେନ୍ଦ୍ରୀ ସୁରକ୍ଷା ବଳ ମଧ୍ୟ ସାମିଲ ଥିଲେ।

Categories
ଆଜିର ଖବର

ସୋପିଆଁରେ ଏନ୍‌କାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍‌କାଉଣ୍ଟର ଘଟିଥିଲା। ପୋଲିସ୍‌ର ସୂଚନା ଅନୁଯାୟୀ, ପୋଲିସ୍‌ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍‌।