Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ବଜାରରେ ବଢୁଛି ଓମ୍ଫେଡ୍ ଦୁଗ୍ଧର ଚାହିଦା: ହେଉଛି 56 ପ୍ରକାର ପରୀକ୍ଷା ନିରୀକ୍ଷା

ଭୁବନେଶ୍ୱର: ସଂପ୍ରତି ବଜାରରେ ଯେତେ ପ୍ରକାର ଦୁଗ୍ଧ ମିଳୁଛି, ସେଥିମଧ୍ୟରୁ ଶତକଡା 42 ଭାଗ ହେଉଛି ଓମ୍ଫେଡ୍ ଦୁଗ୍ଧ। ଅନ୍ୟ ସବୁ ଘରୋଇ କଂପାନୀ ଓମ୍ଫେଡ୍ ସହ ପ୍ରତିଯୋଗିତା କରିବାକୁ ଏ ପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି କାହିଁକି ନା, ଓମ୍ଫେଡ୍ ଦୁଗ୍ଧର ମାନ ଓ ଗୁଣବତ୍ତା ସଠିକ୍ ଭାବେ ରକ୍ଷାକରି ଆସୁଛି। ଏବେ ଓମ୍ଫେଡର 4 ପ୍ରକାର ଯାଥା-ଟୋନ୍, ପ୍ରିମିୟମ, ଗୋଲ୍ଡ ପ୍ଲସ ଏବଂ ଟେଟ୍ରା ପ୍ୟାକରେ ଦୁଗ୍ଧ ବଜାରେ ମିଳୁଛି। ଟୋନ୍ ପ୍ୟାକରେ 3 ପ୍ରତିଶତ ଫ୍ୟାଟ୍ ବା ଘିଅ ଅଂଶ ରହୁଥିବା ବେଳେ 8.5 ପ୍ରତିଶତ ଛେନା ଅଂଶ ରହୁଛି। ସେହି ପରି ପ୍ରିମିୟମରେ 3.5 ପ୍ରତିଶତ ଓ ଗୋଲ୍ଡ ପ୍ଲସରେ 4.5 ପ୍ରତିଶତ ଫ୍ୟାଟ୍ ଅଂଶ ରହୁଛି। ମାତ୍ର ସବୁଥିରେ 8.5 ପ୍ରତିଶତ ଛେନା ଅଂଶ ରହୁଛି। ଟୋନ୍ ପ୍ୟାକ୍ ଛୋଟ ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ସର୍ବୋତ୍କୃଷ୍ଟ ଦୁଗ୍ଧ। ମାତ୍ର ଗୋଲ୍ଡ ପ୍ଲସରେ ଅଧିକ ଫ୍ୟାଟ୍ ରହୁଥିବାରୁ ଏଥିରେ ବହଳିଆ ସର ପଡେ ଏବଂ ଏଥିରୁ ଆପଣ ମଧ୍ୟ ଘରେ ଘିଅ ବାହାର କରିପାରିବେ।

ତେବେ ବଜାରରେ ଓମ୍ଫେଡ୍ ର ଏପରି ଦବଦବା ରହିବାର କେତୋଟି କାରଣ ରହିଛି। ପ୍ରଥମତଃ ଏହା ସରକାରୀଙ୍କ ଅଧିନରେ ପରିଚାଳିତ ଏକ ସମବାୟ ସଂସ୍ଥା। ତେଣୁ, ଏଥିରେ କୌଣସି ପ୍ରକାର ଅପମିଶ୍ରଣ ହେବାର ସୁଯୋଗ ଆଦୌଁ ନାହିଁ। ଦ୍ୱିତୀୟତଃ ଦୁଗ୍ଧ ବଜାରକୁ ଛାଡିବା ପୂର୍ବରୁ ଓମ୍ଫେଡ୍ ପ୍ଲାଣ୍ଟରେ ଅନେକ ପରୀକ୍ଷା ନିରୀକ୍ଷା କରାଯାଉଛି।

ଚାଷୀମାନଙ୍କଠାରୁ ଦୁଗ୍ଧ ସଂଗ୍ରହ କରିବା ସମୟରେ ଦୁଗ୍ଧର ମାନ ମାପ କରାଯିବା ପରେ ତାହା ସଂଗ୍ରହ କରାଯାଉଛି। ଦୁଗ୍ଧକୁ ଛିଣ୍ଡାଇବା ପାଇଁ ଯେପରି ବ୍ୟାକ୍ଟେରିଆ ସୃଷ୍ଟି ହୋଇନପାରିବେ, ସେଥିପାଇଁ 4ରୁ 5 ଘଣ୍ଟା ମଧ୍ୟରେ ତାକୁ ଚିଲିଂ ପ୍ଲାଣ୍ଟକୁ ନିଆଯାଇ, ଆବଶ୍ୟକତା ଅନୁଯାୟୀ ଥଣ୍ଡା କରାଯାଉଛି, ଯେପରି ସେଥିରେ କୌଣସି ପ୍ରକାର ବ୍ୟାକ୍ଟେରିଆ ସୃଷ୍ଟି ହୋଇନପାରିବେ। ଚିଲିଂ ହେବା ପରେ ଦୁଗ୍ଧର ପ୍ରକ୍ରିୟାକରଣ ହୁଏ। ଏହି ସମୟରେ ପ୍ରାୟ 56 ପ୍ରକାର ପରୀକ୍ଷା କରାଯାଉଛି। ସେଥିରେ ପ୍ରୋଟିନ ସଠିକ ପରିମାଣର ରହୁଛି କି ନାହିଁ , ଡିଟରଜେଣ୍ଟ ମିଶିଛି କି,( କାରଣ ଚାଷୀମାନେ ଅନେକ ସମୟରେ ସର୍ଫ ପକାଇ କ୍ଷୀର ଡ୍ରମ ଧୋଇଥାନ୍ତି)  ଆଣ୍ଟିବାୟୋଟିକ୍ ରହିଛି କି ଇତ୍ୟାଦି ଇତ୍ୟାଦି। ଏ ସମସ୍ତ ପରୀକ୍ଷା ସରିବା ପରେ ଦୁଗ୍ଧରେ ସ୍ନେହସାର ବା ଘିଅ ଏବଂ ପୃଷ୍ଟିସାର ବା ଛେନା ଅଂଶ ସଠିକ୍ ପରିମାଣରେ ରହୁଛି କି ନାହିଁ  ଆଦି ମଧ୍ୟ ପରୀକ୍ଷା କରାଯାଏ। ଏ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ତାହା ସ୍ୱୟଂ ଚାଳିତ ଅଦ୍ୟାଧୁନିକ ମେସିନ ଦ୍ୱାରା ପ୍ୟାକ୍ ହୋଇ ବଜାରକୁ ଯାଏ। ତେଣୁ ଏଥିରେ କୌଣସି ମିଶ୍ରଣ ହେବାର ସମ୍ଭାବନା ନାହିଁ ଏବଂ ଗୁଣବତ୍ତା ପ୍ରତି ଓମ୍ଫେଡ୍ ସଦେବେଳେ ସଜାଗ ରହିଛି ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ।

ଆପଣ ଜାଣିଛନ୍ତି କି ?

ଆପଣମାନେ ଯେଉଁ ଦୁଗ୍ଧକୁ ଗରମ କରୁଛନ୍ତି, ସେଥିରେ ସର ପଡୁଛି କି ନାହିଁ । ଯଦି ସର ପଡୁଛି, ତେବେ ସେଥିରେ ଅଧିକ ପରିମାଣର ସ୍ନେହସାର ବା ଘିଅ ଅଂଶ ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁ। ଓମ୍ଫେଡ୍ କ୍ଷୀରରେ ଥିବା ସ୍ନେହସାର ଓ ପୃଷ୍ଟିସାରକୁ ହୋମିଜେନାଇଜେସନ କରିଥାଏ। ଏହି ପ୍ରକ୍ରିୟା ଦ୍ୱାରା ଦୁଗ୍ଧରେ ଥିବା ବଡ ବଡ ଘିଅ ଓ ଛେନା ପାର୍ଟିକ୍ଲିଗୁଡିକୁ ଭାଙ୍ଗି, ଅତି କ୍ଷୁଦ୍ରାତିକ୍ଷୁଦ୍ର କଣିକାରେ ପରିଣତ କରାଯାଏ। ତେଣୁ ଏହାକୁ ପୁନର୍ବାର ଗରମ କଲେ, ସେଥିରେ ସରପଡେ ନାହିଁ। ଅପରପକ୍ଷେ ଏହାର ସ୍ୱାଦ୍ ଓ ଗୁଣବତ୍ତା ବୃଦ୍ଧି ପାଇଥାଏ। ଏହା ଶୀଘ୍ର ହଜମ ହୁଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି। ତେଣୁ ଛୋଟ ଶିଶୁ ଓ ବୟସ୍କ ବ୍ୟକ୍ତିମାନଙ୍କୁ କେବଳ ଓମ୍ଫେଡ୍ ଖିର ହିଁ ଦେବାକଥା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓମ୍ଫେଡ୍ ସେହି ଗାଈଙ୍କ ଦୁଗ୍ଧ ଗ୍ରହଣ କରେ ନାହିଁ, ଯେଉଁ ଗାଈଙ୍କର ଫାଟୁଆ କିମ୍ବା ଜଳାତଙ୍କ ରୋଗ ହୋଇଥାଏ। ସେଥିପାଇଁ ଗାଈ ଦୁହିଁବାଠାରୁ ଆରମ୍ଭ କରି ଦୁଗ୍ଧର ପ୍ରକ୍ରିୟାକରଣ ପରେ ବଜାରକୁ ଛାଡିବା ପର୍ଯ୍ୟନ୍ତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ପୂର୍ବକ ସର୍ବମୋଟ 56 ପ୍ରକାର ପରୀକ୍ଷା କରାଯାଉଛି। ତେଣୁ ଓମ୍ଫେଡ୍ ଦୁଗ୍ଧ ସ୍ୱାସ୍ଥ୍ୟକର, ଉତ୍ତମଗୁଣ ମାନର ଓ ସର୍ବୋତ୍କୃଷ୍ଟ। କେବଳ ଦୁଗ୍ଧ ନୁହେଁ, ଓମ୍ଫେଡ୍ ପ୍ରତ୍ୟେକ ଉତ୍ପାଦର ଗୁଣବତ୍ତା ବଜାୟ ରଖିଛି ଏବଂ ଆଗାମୀ ଦିନରେ ଏହି ପ୍ରକ୍ରିୟା ଜାରି ରହିବ। କ୍ୱାଲିଟରେ କୌଣସି ପ୍ରକାର ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡ୍ ର  ପରିଚାଳନା ନିର୍ଦେଶକ।

Categories
ଆଜିର ଖବର ରାଜ୍ୟ ଖବର

କ୍ଷୀରରେ ହେଉଛି ଅପମିଶ୍ରଣ: ୧ ଲିଟର କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର

ଭୁବନେଶ୍ୱର: ଆପଣ ପ୍ୟାକେଟ୍ କ୍ଷୀର କିଣି ଖାଉଛନ୍ତି କି? ହୁସିଆର, କ୍ଷୀରରେ ହେଉଛି ଅପମିଶ୍ରଣ। ଏକ ଲିଟଲ କେମିକାଲରେ ପ୍ରସ୍ତୁତ ହେଉଛି ୫୦୦ ଲିଟର କ୍ଷୀର। ଆଉ ସେଥିରେ ମିଶୁଛି ଏକ୍ସପରୀ ସାକାରିନ୍। ଆପଣ ଚାହିଁଲେ ବି କୌଣସି ଉପାୟରେ ଜାଣି ପାରିବେ ନାହିଁ, ଏହା ଅସଲି କି ନକଲି। କ୍ଷୀର ପରି ବାସ୍ନା ଏବଂ କ୍ଷୀରର ସ୍ୱାଦ ରହିଥିଲେ ମଧ୍ୟ ତାହା ଯେ କୌଣସି ପଶୁର କ୍ଷୀର ନୁହେଁ, ଏକଥା ପ୍ରାମାଣିତ ହୋଇଛି। ଖାଲି ସେତିକି ନୁହେଁ, ଏଥିରେ ପାଉଡର ମିଶାଇ ସେଥିରୁ ପ୍ରସ୍ତୁତ କରାଯାଉଛି ପନିର। ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ସମଗ୍ର ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି। ଏପରି ଅପମିଶ୍ରଣ କରି ଅନେକ ଘରୋଇ କଂପାନୀ କ୍ଷୀର, ଦହି, ପନିର ଆଦି ଦୁଗ୍ଧ ଜାତୀୟ ପଦାର୍ଥ ବଜାରରେ ବିକ୍ରି କରୁଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରଚାର ପ୍ରସାର ହେବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଏହି ଫଟୋକୁ ଦେଖିଲେ ସହଜରେ ଜାଣି ପାରିବେ ଯେ ଖାଲି ପାଣିରେ କେମିକାଲ ଓ ଏକପାରୀ ଶାକାରିନି ମିଶ୍ରଣରେ ପ୍ରସ୍ତୁତ ହେଉଛି କ୍ଷୀର।

ଓମ୍‌ଫେଡ୍ ହେଉଛି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ସମବାୟ ସଂସ୍ଥା। ଓଡିଆ ଅସ୍ମିତା ସହିତ ଓମ୍‌ଫେଡ୍ ଜଡିତ। କାରଣ ଏଥିରେ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର ଭାଗ୍ୟ ଓ ଭବିଷ୍ୟତ ନିହିତ ରହିଛି। ଅପରପକ୍ଷେ ଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ ହେବା ପରେ ଏଥିରେ କୌଣସି ଅପମିଶ୍ରଣ ହେବାର ସୁଯୋଗ ନାହିଁ। ଓମ୍‌ଫେଡ୍ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଦୁଗ୍ଧର ପ୍ରକ୍ରିୟାକରଣ କରୁଛି। ଓମ୍‌ଫେଡ୍ ଦ୍ୱାରା ପ୍ରସ୍ତୁତ ଗୁଆଘିଅ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଭୋଗ ହେଉଛି।

ରାଜ୍ୟ ସରକାର ତଥା ଓମ୍‌ଫେଡ୍ ସଦାସର୍ବଦା ଦୁଗ୍ଧ ଜାତ ଉତ୍ପାଦର ଶୁଦ୍ଧତା, ସ୍ୱଚ୍ଛତା ଓ ଗୁଣବତା ଉପରେ ଗୁରୁତ୍ୱାରୋପ କରିଆସୁଛି। ଓମ୍‌ଫେଡ୍ ଦ୍ୱରା ପ୍ରସ୍ତୁତ ସମସ୍ତ ଉତ୍ପାଦ ଉତମ ଗୁଣମାନର ଏବଂ ସ୍ୱାସ୍ଥ୍ୟକର ଏଥିରେ କୌଣସି ସଂଦେହ ନାହିଁ।
ଓମ୍‌ଫେଡ୍ ଉତ୍ପାଦର ଗୁଣାତ୍ମକମାନରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି କହିଛନ୍ତି ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ। ଏଣୁ ଖାଉଟିମାନେ ଓମ୍‌ଫେଡ୍ ଉତ୍ପାଦ ନିସଂଦେହରେ ନେବା ପାଇଁ ପରାମର୍ଶ ଦେଇଛନ୍ତି ପରିଚାଳନା ନିର୍ଦେଶକ।

Categories
ଆଜିର ଖବର ଜାତୀୟ ଖବର ଜୀବନ ଶୈଳୀ

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?, ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

ସ୍ୱାସ୍ଥ୍ୟ ଟିପ୍ସ: ଆପଣ ନିଶ୍ଚୟ ଶୁଣିଥିବେ ଯେ, ବର୍ଷା ସମୟରେ ଘରର ବୟଜ୍ୟେଷ୍ଠମାନେ କ୍ଷୀର ପିଇବାକୁ ମନା କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କାହିଁକି ଏହାକୁ କୁହାଯାଏ? ବାସ୍ତବରେ ବର୍ଷା ଋତୁରେ କ୍ଷୀର ପିଇବା ଦ୍ୱାରା ପେଟ ବ୍ୟଥା ହୋଇପାରେ। କେବଳ ଏତିକି ନୁହେଁ, ଏହା ଆପଣଙ୍କ ସମଗ୍ର ହଜମ ପ୍ରକ୍ରିୟାକୁ ଖରାପ କରିପାରେ। ଦୁଗ୍ଧଜାତୀୟ ଖାଦ୍ୟ ମଧ୍ୟ ବିଷାକ୍ତ ହୋଇପାରେ। କ୍ଷୀର ପିଇବା ଦ୍ୱାରା ପେଟ ସମସ୍ୟା, ଅମ୍ଳତା ଏବଂ ପେଟ ଖରାପ ହୋଇପାରେ। ଏହି ଋତୁରେ କ୍ଷୀର ପିଇଲେ ଶରୀରକୁ ଅନେକ ପ୍ରକାରର କ୍ଷତି ହୋଇଥାଏ।

ବର୍ଷାଦିନେ କ୍ଷୀର ପିଇବା ଠିକ୍ କି?:

ଆୟୁର୍ବେଦ ଅନୁଯାୟୀ ବର୍ଷା ଋତୁରେ କ୍ଷୀର ପିଇବା ଉଚିତ ନୁହେଁ। କାରଣ ଏହା ଶରୀରକୁ ଅନେକ ପ୍ରକାରର କ୍ଷତି ପହଞ୍ଚାଇଥାଏ। ପ୍ରକାଶ ଯେ, ବର୍ଷା ହେଉଛି ଏକମାତ୍ର ଋତୁ ଯେଉଁଥିରେ କୀଟ, ପତଙ୍ଗମାନଙ୍କର ପ୍ରଜନନ ଋତୁ ଅଟେ। ଏପରି ପରିସ୍ଥିତିରେ ଗାଈ ଏବଂ ମଇଁଷି ଖାଉଥିବା ଚାରାରେ ବିଷାକ୍ତ କୀଟ ରହିପାରେ। ପଶୁ ସେମାନଙ୍କୁ ଖାଇ ସଂକ୍ରମିତ ହୋଇପାରନ୍ତି। ଯାହା ପରେ ଆପଣଙ୍କ କ୍ଷୀର ମଧ୍ୟ ବିଷର ଶିକାର ହୋଇପାରେ।

ଏହି ଋତୁରେ କ୍ଷୀର ପିଇଲେ ଆପଣଙ୍କ ହଜମ ପ୍ରକ୍ରିୟା ଖରାପ ହୋଇପାରେ। ବାସ୍ତବରେ, ଏହି ଋତୁରେ କ୍ଷୀର ପିଇବା ଦ୍ୱାରା ହଜମକାରୀ ଏନଜାଇମ୍ କ୍ଷତି ହୋଇଥାଏ। କେବଳ ଏତିକି ନୁହେଁ, ଏହି କାରଣରୁ ଶରୀରରେ ଅନେକ ପ୍ରକାରର ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ ହୋଇପାରେ। ଯଦି ଆପଣ କୌଣସି ଜିନିଷ ଖାଆନ୍ତି, ତେବେ ଏହାକୁ ହଜମ କରିବାକୁ ସମୟ ଲାଗିଥାଏ, ଯେଉଁଥିପାଇଁ ଧୀର ମେଟାବୋଲିଜିମ୍ ଥାଏ।

ବର୍ଷା ଋତୁରେ ପଶୁମାନେ ଅଧିକ ରୋଗରେ ଆକ୍ରାନ୍ତ ହୋଇଥାଏ। ଏପରି ପରିସ୍ଥିତିରେ କ୍ଷୀର ପିଇବା ଆପଣଙ୍କ ଶରୀର ପାଇଁ ବିପଦଜନକ ହୋଇପାରେ। ସେଥିପାଇଁ ଜଣେ ଏପରି ପାଗରେ କ୍ଷୀର ପିଇବା ଠାରୁ ଦୂରେଇ ରହିବା ଉଚିତ୍। ଯଦି ଆପଣ କ୍ଷୀର ପିଇବାରେ ଅଭ୍ୟସ୍ତ, ତେବେ କ୍ଷୀରକୁ ସଠିକ୍ ଗରମ କରନ୍ତୁ ଏବଂ ସେଥିରେ ଏକ ଚାମଚ ହଳଦୀ ପକାନ୍ତୁ। ଏହି କ୍ଷୀର ଆପଣଙ୍କ ଶରୀର ପାଇଁ ବିଷ ହେବ ନାହିଁ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କରୋନାର ପ୍ରଭାବ : ଦୁଗ୍ଧ ବ୍ୟବସାୟରେ 8 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ : କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ଗଭୀର ଭାବରେ ପ୍ରଭାବିତ ହୋଇଥିବା ବେଳେ ଦୁଗ୍ଧ ବ୍ୟବସାୟ ମଧ୍ୟ ଗଭୀର ଭାବରେ ପ୍ରଭାବିତ ହୋଇଛି । ବିଗତ ଏକ ମାସ ମଧ୍ୟରେ ଦୁଗ୍ଧ ବ୍ୟବସାୟରେ ପ୍ରାୟ 8.8 ପ୍ରତିଶତର ହ୍ରାସ ଘଟିଛି । ଜାତୀୟ ଦୁଗ୍ଧଜାତ ଦ୍ରବ୍ୟ ବୋର୍ଡ (ଏନ୍‌ଡିଡିବି) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ 16ରୁ ଏପ୍ରିଲ୍‌ 12 ମଧ୍ୟରେ ଦୁଗ୍ଧ ଏବଂ ଦୁଗ୍ଧଜାତ ପଦାର୍ଥ ବିକ୍ରି ହ୍ରାସ ପାଇଥିବା ଜଣାପଡିଛି । ଏନ୍‌ଡିଡିବିର ଚେୟାରମ୍ୟାନ୍‌ ଦିଲ୍ଲୀପ ରଥ ଏହି ସୂଚନା ପ୍ରଦାନ କରିଛନ୍ତି । କରୋନା କାରଣରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କାରଣରୁ ବ୍ୟବସାୟରେ ହ୍ରାସ ଘଟିଥିଲେ ମଧ୍ୟ ଏହା ନିରାଶାଜନକ ନୁହେଁ ବୋଲି ରଥ ପ୍ରକାଶ କରିଛନ୍ତି । କରୋନା ପରେ ଦୁଗ୍ଧ ବ୍ୟବସାୟ ପୁନର୍ବାର ଟ୍ରାକ୍‌କୁ ଫେରିବ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।