Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ପୋଖରୀରେ ବୁଡି ନାବାଳକ ମୃତ

ସମୀକ୍ଷା ବ୍ୟୁରୋ
ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ଗ୍ରାମପଞ୍ଚାୟତର ଭାପୁର(ବୃନ୍ଦାବନପୁର) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ନାବାଳକଙ୍କ ଘର ସମ୍ମୁଖରେ ରହିଥିବା ନନ୍ଦ ପୋଖରୀରେ ଏହି ଅଘଟଣ ଘଟିଛି। ଉଲ୍ଲେଖଯୋଗ୍ୟ ଯେ, ସମୀର ରାଉତଙ୍କ ୧୦ ବର୍ଷର ନାବାଳକ ପୁତ୍ର ପୋଖରୀକୁ ହାତ ଧୋଇବାକୁ ଯାଇଥିବା ସମୟରେ ଅଚାନକ ଗୋଡ ଖସିଯିବାରୁ ବାଳକ ଜଣକ ପୋଖରୀରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ବାଳକଙ୍କୁ ଉଦ୍ଧାର କରିଥିଲେ । ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବାଣପୁର ଡାକ୍ତରଖାନାକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲା : ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷ କାରାଦଣ୍ଡ

ନୂଆଦିଲ୍ଲୀ : 2013 ଦିଲ୍ଲୀ ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ 20 ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି । ଗୁରୁବାର ଦିଲ୍ଲୀର ଏକ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି । 2013ରେ ପୂର୍ବ ଦିଲ୍ଲୀର ଗାନ୍ଧୀନଗରରେ 5 ବର୍ଷୀୟ ବାଳିକାର ଦୁଷ୍କର୍ମ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ମନୋଜ ଶାହ ଏବଂ ପ୍ରଦୀପ କୁମାରଙ୍କୁ 20 ବର୍ଷର କାରାଦଣ୍ଡ ସହିତ 5 ଲକ୍ଷ ଲେଖାଏଁ ଅର୍ଥ ଦଣ୍ଡ ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ପୀଡିତାଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Categories
ଆଜିର ଖବର

ନାବାଳିକା ଦୁଷ୍କର୍ମ ଉଦ୍ୟମ : ସମ୍ପର୍କୀୟ ଭାଇ ଗିରଫ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,11/12: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଟାଉନ ଥାନା ପୁଲିସ୍‌ ତାଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରିଛି । ବୁଧବାର ସନ୍ଧ୍ୟାରେ 15 ବର୍ଷୀୟା ନାବାଳିକାଜଣକ ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ପୀଡ଼ିତାଙ୍କ ଚିତ୍କାର ଶୁଣି ପରିବାର ଲୋକେ ପହଞ୍ଚି ଯାଇଥିଲେ । ଏହାପରେ ଅଭିଯୁକ୍ତ ସେଠାରୁ ଖସି ପଳାଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ୍‌ ଅଭିଯୁକ୍ତ ବାପୁନ ଦାସକୁ ଗିରଫ କରିଥିଲା । ଗୁରୁବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି ।