Categories
ଆଜିର ଖବର ଜାତୀୟ ଖବର

ପବ୍‌ଜୀ ଖେଳିବାକୁ ନେଇ ଝଗଡା : କେନାଲକୁ ଡେଇଁ ବାଳକର ଆତ୍ମହତ୍ୟା

ଚଣ୍ଡୀଗଡ : ପବ୍‌ଜୀ ଖେଳିବା ପାଇଁ ମନା କରାଯିବାରୁ ଜଣେ 13 ବର୍ଷୀୟ ବାଳକ ଆତ୍ମହତ୍ୟା କରିଛନ୍ତି । ଏହି ବାଳକ ଜଣକ ଭାକ୍ରା କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଲକ୍‌ଡାଉନ୍‌ ସମୟରେ ଅନ୍‌ଲାଇନ୍‌ରେ ପବ୍‌ଜୀ ଖେଳୁଥିବାରୁ ପରିବାର ଲୋକଙ୍କ ପକ୍ଷରୁ ଗାଳି ଦିଆଯାଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବାଳକ ଜଣକ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଥିଲେ । ଗତ 20 ତାରିଖରୁ ବାଳକ ଜଣକ ନିଖୋଜ ଥିଲେ । ପଟିଆଲାରୁ ନିଖୋଜ ଥିବା ବାଳକଙ୍କ ମୃତଦେହ ରବିବାର ଦିନ ଉଦ୍ଧାର କରାଯାଇଥିଲା ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ନାବାଳକ ନିଖୋଜ ନେଇ ବାଣପୁର ଥାନାରେ ମାମଲା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ବାଣପୁରରେ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ବାଣପୁରର ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡିହ ଗ୍ରାମର ମକଦମ ଦାସ ଏବଂ ସରୋଜିନୀ ଦାସଙ୍କ ନାବାଳକ ପୁଅ ବୁଧବାର ଠାରୁ ନିଖୋଜ ଅଛନ୍ତି। ବୁଧବାର ଟ୍ୟୁସନ୍‌ ଯାଇଥିବା ବେଳେ ପବିତ୍ର ଦାସ (୧୪) କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ପବିତ୍ରଙ୍କ ରଙ୍ଗ ଗୋରା ଏବଂ ଉଚ୍ଚତା ପାଞ୍ଚ ଫୁଟ। ଟ୍ୟୁସନ୍‌ ସମୟ ୫.୩୦ରୁ ୮.୩୦ ରହିଥିବା ବେଳେ ସେ ରାତି ୧୦ଟା ପର୍ଯ୍ୟନ୍ତ ଫେରିନଥିଲେ। ଏହାପରେ ପରିବାର ଲୋକଙ୍କ ସହିତ ରାତି ୧.୦୦ଟା ପର୍ଯ୍ୟନ୍ତ ବାଣପୁର ଓ ବାଲୁଗାଁରେ ଖୋଜାଖୋଜି ପରେ ନ ମିଳିବାରୁ ସକାଳୁ ଥାନାରେ ଅଭିଯୋଗ କରିଥିଲେ। ଘରୁ ଯିବା ସମୟରେ ସେ ଏକ କଳା ପ୍ୟାଣ୍ଟ, ଖଇରିଆ ସ୍ୟୁଟର ଏବଂ ସାଇକେଲରେ ଯାଇଥିଲେ । ନିଖୋଜ ବାଳକଙ୍କ ସମ୍ବନ୍ଧରେ କୌଣସି ସୂଚନା ମିଳିଲେ ନିମ୍ନଲିଖିତ ନମ୍ବରରେ ସମ୍ପର୍କ କରିବାକୁ ପୋଲିସ ଅନୁରୋଧ କରିଛି।

୭୯୭୮୧୯୭୬୯୫(ଏସ୍‌ଆଇ ଦିଗ୍‌ବିଜୟ ବିଶ୍ବାଳ, ବାଣପୁର ଥାନା)