Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

2 ଆମେରିକୀୟ ଏୟାରବେସ୍‌ରେ ଇରାନ୍‌ର ଆକ୍ରମଣ : ଟ୍ବିଟ୍ଟରରେ ଟ୍ରମ୍ପଙ୍କ ପ୍ରତିକ୍ରିୟା

ତେହେରାନ୍‌ : କ୍ୟୁଡ୍‌ସ ଫୋର୍ସର ମୁଖ୍ୟ କମାଣ୍ଡର କାସି ସୋଲେମାନି ହତ୍ୟାର ପ୍ରତିଶୋଧ ସ୍ବରୂପ ଆମେରିକାର ଦୁଇଟି ଏୟାର ବେସ୍‌ ଉପରେ ଆକ୍ରମଣ କରିଛି ଇରାନ୍‌ । ଇରାକ୍‌ରେ ଅବସ୍ଥାପିତ ଦୁଇ ଆମେରିକୀୟ ଏୟାରବେସ୍‌ ଉପରକୁ ମଙ୍ଗଳବାର ମଧ୍ୟରାତ୍ରରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରରେ 12ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ଏହି ଆକ୍ରମଣରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । ଆକ୍ରମଣ ପରେ ଟ୍ରମ୍ପ ଟ୍ବିଟ୍ଟର ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ରମ୍ପ କହିଛନ୍ତି ସବୁ ଠିକ୍‌ ଅଛି । ଆମେରିକା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର । ପରବର୍ତ୍ତୀ ପଦକ୍ଷେପ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସହିତ ଆଲୋଚନା କରୁଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ନିର୍ଭୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ୧୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବାର କ୍ଷମତା

ଭାରତ ଆଜି ୧୦୦୦ରୁ ୧୫୦୦  କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରି ପାରୁଥିବା ସ୍ୱଦେଶୀ ସବ ସୋନିକ କ୍ରୂଜ ମିଶାଇଲ ନିର୍ଭୟର ସପଳ ପରୀକ୍ଷଣ କରିଛି। ଓଡ଼ିଶାର ଉପକୂଳରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହା ପୂର୍ବରୁ ଏହି ମିଶାଇଲର ବହୁ ଥର ପରୀକ୍ଷଣ କରାଯାଇଥିଲା। ନିର୍ଭୟ ମିଶାଇଲ ୩୦୦ କିଲୋଗ୍ରାମ ପର୍ଯ୍ୟନ୍ତ ପରମାଣୁ ୱାରହେଡକୁ ବହନ ପାରିବାର କ୍ଷମତା ରଖିଛି। ଏହାକୁ ଭାରତର ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂସ୍ଥାନ(ଡିଆର୍‌ଡିଓ)ରେ ବିକଶିତ କରାଯାଇଛି।  ଆଜି ଏହାର ସପଳ ପରୀକ୍ଷଣ ପରେ ଏହାକୁ ଖୁବ୍ ଶିଘ୍ର ସେନାରେ ସାମିଲ କରାଯିବ।