Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ଵର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି । ଆଜି ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଙ୍କୁ ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ଭାବରେ ବିବେଚିତ କରି ଦେଶର ପ୍ରତିଷ୍ଠିତ MIT ବିଶ୍ଵବିଦ୍ୟାଳୟ ଏହି ସମ୍ମାନ ପ୍ରଦାନ କରିଛି।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ଵନାଥ ଡି କରଟ,ପୁନାର ଲୋକପ୍ରିୟ ସାଂସଦ ଗିରିଶ ବାପତ୍,ବିଧାୟକ ସୁନିଲ କମ୍ୱଲେ ,ବିଶିଷ୍ଟ ବୈଜ୍ଞାନିକ ବିଜୟ କୁମାର ଦାସ,ମଗ୍ନେସ କାରତ ପ୍ରମୁଖଙ୍କ ଉପସ୍ଥିତିରେ MIT ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମ୍ମାନ ପ୍ରଦାନ କରିଛନ୍ତି ।