Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 15 ତାରିଖରୁ ଏମ୍‌କେସିଜି ଓପିଡି ଖୋଲିବ

ବ୍ରହ୍ମପୁର : ଆସନ୍ତା 15 ତାରିଖରୁ ବ୍ରହ୍ମପୁର ଏମ୍‌କେସିଜି ଓପିଡି ଖୋଲିବ । ଏମ୍‌କେସିଜି ମେଡ଼ିକାଲ କଲେଜର ଜେନେରାଲ୍‌ ଓପିଡି ଖୋଲିବା ନେଇ ଗଞ୍ଜାମ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ତେବେ ଓପିଡିକୁ ଆସିବା ସମୟରେ ଲୋକେ ମାସ୍କ ପରିଧାନ ସହ ସାମାଜିକ ଦୂରତା ମାନିବାକୁ ପରାମର୍ଶ ଦିଆଯାଇଛି । କରୋନା ସଂକ୍ରମଣ ଆଶଙ୍କାରେ ଗତ ମାସରୁ ଏମ୍‌କେସିଜି ଜେନେରାଲ୍‌ ଓପିଡି ବନ୍ଦ ରହିଛି । ଓପିଡି ବନ୍ଦ ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେବାରୁ ଓପିଡି ଖୋଲିବା ନେଇ ସାଧାରଣରେ ଦାବି ମଧ୍ୟ ହୋଇଛି ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ଆଉ 2 ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

ଭୁବନେଶ୍ବର : ରାଜ୍ୟରେ ଆଉ 2ଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜି ଓ ବୁର୍ଲା ଭୀମସାରରେ ଦୁଇଟି ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଦୁଇ ପ୍ଲାଜ୍‌ମା ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ କଟକ, ଭୁବନେଶ୍ବର, ରାଉରକେଲାରେ ପ୍ଲାଜ୍‌ମା ବ୍ୟାଙ୍କ ସ୍ଥାପିତ ହୋଇଛି । କରୋନା ଚିକିତ୍ସାରେ ପ୍ଲାଜ୍‌ମା ବରଦାନ ସାଜିଛି । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌ ଟି ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଡିଭାଇଡର୍‌ରେ ପିଟି ହେଲା ବାଇକ୍‌ : ଦୁଇ ଯୁବକ ଗୁରୁତର

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଦୁଇଯୁବକଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଉଭୟ ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଦିଗପହଣ୍ଡି ପଟୁ ଆସୁଥିବା ଜଗଦଳପୁର ଗ୍ରାମର ତ୍ରିଲୋଚନ ଦାଶ (୨୩) ଏବଂ ବ୍ରହ୍ମପୁରର ରୋହିତ ବେହେରା (୨୨) ବାଇକ୍‌ରେ ଆସୁଥିବାବେଳେ ଫାଷ୍ଟଗେଟ୍ ନିକଟରେ ରାସ୍ତା ପାଶ୍ୱର୍ ଡ଼ିଭାଇଡ଼୍‌ରକୁ ଧକ୍କା ଦେଇଥିଲେ । ଫଳରେ ଉଭୟ ଛିଟିକି ପଡ଼ିଥିଲେ । ଟ୍ରାଫିକ୍ ଥାନା ଗାଡ଼ିକୁ ଜବତ କରିବା ସହ ଉଭୟଙ୍କୁ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ନେଇ ଟ୍ରାଫିକ୍ ଡ଼ିଏସ୍‌ପି ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଉପ ଜିଲ୍ଳାପାଳଙ୍କ ପ୍ରତିଶ୍ରୁତି ପରେ ଷ୍ଟାଫ୍‌ନର୍ସଙ୍କ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ବର : ଉପ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହର କଲେ ଏମ୍‌କେସିଜି ମେଡିକାଲ କଲେଜର ଷ୍ଟାଫ୍‌ନର୍ସ । ଉପ ଜିଲ୍ଲାପାଳ, କୋଭିଡ୍‌ ହସ୍ପିଟାଲ ମୁଖ୍ୟ ଏବଂ ଏମ୍‌କେସିଜି ଅଧୀକ୍ଷକଙ୍କ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ପାଇଁ ଉପ ଜିଲ୍ଲାପାଳଙ୍କ ପକ୍ଷରୁ ଏସ୍‌ଓପି ପ୍ରଣୟନ କରାଯିବା ପରେ ଷ୍ଟାଫ୍‌ନର୍ସ ମାନେ ଧାରଣାରୁ ଓହରିଛନ୍ତି । ଏଣିକି ଷ୍ଟାଫ୍‌ ନର୍ସ ମାନଙ୍କ ରହିବା ପାଇଁ ପିଜି ହଷ୍ଟେଲର ବ୍ୟବସ୍ଥା କରାଯିବ । ଡ୍ୟୁଟି ସମୟରେ ଆବଶ୍ୟକ ପିପିଇ ଯୋଗାଇ ଦିଆଯିବ । ଏକ ମାସର ଡ୍ୟୁଟି ପରେ ବିଭିନ୍ନ ହୋଟେଲରେ ସେମାନଙ୍କର କ୍ବାରେଣ୍ଟିନ୍‌ର ବ୍ୟବସ୍ଥା କରାଯିବ । ଉପ ଜିଲ୍ଲାପାଳ ନର୍ସ ମାନଙ୍କ ସମସ୍ତ ସର୍ତ୍ତରେ ରାଜି ହେବା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯିବ ବୋଲି ଜଣାପଡିଛି ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଏମ୍‌କେସିଜି ପରିସରରୁ କରୋନା ସନ୍ଧିଗ୍ଧ ଫେରାର୍‌

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ଏମ୍‌କେସିଜି ଆଇସୋଲେସନ ୱାର୍ଡ଼ରେ ଥିବା ଜଣେ କରୋନା ସନ୍ଧିଗ୍ଧ ମେଡ଼ିକାଲ୍‌ରୁ ଚମ୍ପଟ ମାରିଛନ୍ତି । ଏଥିନେଇ ସହରରେ ଭୟର ବାତାବରଣ ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ ଗତକାଲି ପୁରୀ କୃଷ୍ଣପ୍ରସାଦ ଅଂଚଳର ପ୍ରଭାତ କୁମାର ପଲାଇ (୨୪)ଙ୍କୁ ଥଣ୍ଡା, କାଶ ତଥା କରୋନା ଲକ୍ଷଣ ଦେଖାଯିବା ପରେ ବ୍ରହ୍ମପୁର ଏମ୍‌କେସିଜି ଅନ୍ତଃବିଭାଗର ଆଇସୋଲେସନ୍ ୱାର୍ଡ଼ରେ ରଖାଯାଇ ତାଙ୍କ ନମୁନା ଭୁବନେଶ୍ୱରକୁ ପଠାଯାଇଥିଲା । ଆଜି ସେ ମେଡ଼ିକାଲ୍‌ରୁ କାହାରିକୁ କିଛି ନ ଜଣାଇ କେଉଁଆଡ଼େ ଚମ୍ପଟ ମାରିଛନ୍ତି । ଏନେଇ ଏମ୍‌କେସିଜି ମେଡ଼ିକାଲ୍ ସୁପରିଟେଣ୍ଡେଣ୍ଟ ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ତୁରନ୍ତ ତାଙ୍କୁ ଖୋଜିବା ପାଇଁ କୁହାଯାଇଛି । ଏପଟେ ସନ୍ଧିଗ୍ଧ କରୋନା ରୋଗୀ ଫେରାର୍ ହୋଇଯିବା ପରେ ଗଂଜାମ ଜିଲ୍ଲାରେ ଭୟର ବାତାବରଣ ଖେଳିଯାଇଛି ।