Categories
ଜାତୀୟ ଖବର ବିଶେଷ ଖବର

ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଉପରେ ​​କାହିଁକି ବିବାଦ?: ସମର୍ଥନରେ କିଏ ଆଉ ବିରୋଧରେ କେତେ ଦଳ?

ନୂଆଦିଲ୍ଲୀ: ମୋଦୀ କ୍ୟାବିନେଟରେ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଅନୁମୋଦନ ଲାଭ କରିଛି। ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି, ଗୋଟିଏ ଦେଶ ଗୋଟିଏ ନିର୍ବାଚନ କେନ୍ଦ୍ର କ୍ୟାବିନେଟ ବୈଠକରେ ଉପସ୍ଥାପିତ ହୋଇଛି, ଯେଉଁଠାରେ ଏନଡିଏ ସରକାର ଏହାକୁ ଅନୁମୋଦନ କରିଛି। ଏଥି ସହିତ, ସମସ୍ତ ବିଧାନସଭାର କାର୍ଯ୍ୟକାଳ ୨୦୨୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କମିଟି ପରାମର୍ଶ ଦେଇଛି। କ୍ୟାବିନେଟର ଏହି ନିଷ୍ପତ୍ତି ପରେ ଏବେ ବିରୋଧୀ ଦଳର ନେତାମାନେ ବିରୋଧ ଆରମ୍ଭ କରିଛନ୍ତି।

ଶୀତ ଅଧିବେଶନରେ ଅନୁମୋଦନ ପାଇଁ ମୋଦୀ ସରକାର ସଂସଦରେ ସମ୍ପୃକ୍ତ ବିଲ୍ ଉପସ୍ଥାପନ କରିପାରିବେ ବୋଲି ବିଶ୍ୱାସ ରହିଛି। ଏଥି ସହିତ, ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସବୁଠାରୁ ବଡ ଆହ୍ଵାନ ହେଉଛି ଯେ, ସମ୍ବିଧାନ ଏବଂ ଆଇନକୁ ପରିବର୍ତ୍ତନ କରିବାକୁ ପଡିବ। ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ସମ୍ବିଧାନରେ ସଂଶୋଧନ କରିବାକୁ ପଡିବ। ଏଥିପାଇଁ ରାଜ୍ୟଗୁଡ଼ିକର ସମ୍ମତି ମଧ୍ୟ ଆବଶ୍ୟକ ହେବ। ଏଭଳି ପରିସ୍ଥିତିରେ କେଉଁ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସପକ୍ଷରେ ଅଛନ୍ତି ଏବଂ କେଉଁ ଦଳ ଏହାକୁ ବିରୋଧ କରୁଛନ୍ତି? ତାହା ଜାଣିବା ଜରୁରୀ…

ଜାଣନ୍ତୁ କେଉଁ ୩୨ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କୁ ସମର୍ଥନ କରିଛନ୍ତି?:

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ ଏହି ପ୍ୟାନେଲ୍ ଦେଶର ୬୨ ଟି ରାଜନୈତିକ ଦଳର ମତାମତ ନେଇ ପରାମର୍ଶ ଲୋଡ଼ିଥିଲା ଏବଂ ସେଥିରୁ ୧୮ ଟି ରାଜନୈତିକ ଦଳର ପ୍ରତିନିଧୀଙ୍କ ସହ ଆଲୋଚନା ପରେ ଏହି ପ୍ୟାନେଲ୍ ସେ ତାଙ୍କ ନିଷ୍ପତ୍ତି ଏବଂ ଅନୁସନ୍ଧାନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୪୭ ଟି ରାଜନ୍ତିକ ଦଳ ମଧ୍ୟରୁ ୩୨ ଟି ଦଳ ଏହାକୁ ସମର୍ଥନ କରିଥିବାବେଳେ ୧୫ ଟି ରାଜନୈତିକ ଦଳ ଏହାକୁ ବିରୋଧ କରିଛନ୍ତି।

କେଉଁ ଦଳ ସମର୍ଥନ କରନ୍ତି:

ଏହାକୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ବିଜେପି ଶୀର୍ଷରେ ରହିଛି। ଏହା ପରେ ନ୍ୟାସନାଲ ପିପୁଲ୍ସ ପାର୍ଟି, ଅପନା ଦଳ (ଏସ), ଅଲ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ ୟୁନିଅନ, ଆସାମ ଗଣ ପରିଷଦ, ବିଜୁ ଜନତା ଦଳ, ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ ପାସୱାନ), ମିଜୋ ନ୍ୟାସନାଲ ଫ୍ରଣ୍ଟ, ଜେଡିୟୁ, ରାଷ୍ଟ୍ରବାଦୀ ଲୋକତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି, ଯୁବଜନ ଶ୍ରମିକ ରାୟଥୁ କଂଗ୍ରେସ ପାର୍ଟି , ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ ଅଫ ଆସାମ, ଶିବସେନା, ତେଲୁଗୁ ଦେଶମ୍ ପାର୍ଟି, ଏଆଇଏଡିଏମକେ ଏବଂ ଅକାଳୀ ଦଳ ଭଳି ଅନ୍ୟ ଦଳ ଅନ୍ତର୍ଭୁକ୍ତ।

‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’କୁ କେତେ ଦଳ ବିରୋଧ କରିଛନ୍ତି?:

ଦେଶର ୪ ଟି ଜାତୀୟ ଦଳ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ କୁ ବିରୋଧରେ ବିରୋଧ କରିଥିଲେ। ଯେଉଁଥିରେ କଂଗ୍ରେସ, ଆମ୍ ଆଦମୀ ପାର୍ଟି (ଏଏପି), ବହୁଜନ ସମାଜ ପାର୍ଟି (ବିଏସପି) ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କିମ୍ବା ସିପିଆଇ (ଏମ୍) ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ, ତୃଣମୁଲ କଂଗ୍ରେସ, ଅଲ ଇଣ୍ଡିଆ ମଜଲିସ-ଇ-ଇଥାହାଦୁଲ ମୁସଲିମ, ନାଗା ପିପୁଲ୍ସ ଫ୍ରଣ୍ଟ, ଦ୍ରାବିଡ ମୁନ୍ନେତ୍ର କଡ଼ଗମ, ରାଷ୍ଟ୍ରିୟ ଜନତା ଦଳ, ମରୁମଲାରଚୀ ଦ୍ରାବିଡ ମୁନେତ୍ର କଡ଼ଗମ, ଶିବସେନା ୟୁବିଟି, ଏନସିପି (ଶରଦ ପାୱାର) ଅନ୍ତର୍ଭୂକ୍ତ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଭାରତରେ ପ୍ରବେଶ କଲା କି ମଙ୍କିପକ୍ସ! ବିଦେଶରୁ ଆସିଥିବା ଯୁବକଙ୍କୁ ପରୀକ୍ଷା ପାଇଁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ସମ୍ପ୍ରତି ଏକ ଦେଶରୁ ଆସିଥିବା ଜଣେ ଯୁବକଙ୍କୁ ମଙ୍କି ଫକ୍ସ ହୋଇଥିବାର ସନ୍ଦେହ କରାଯାଇଛି। ଫଳରେ ତାଙ୍କୁ ଆସୋଲେସନରେ ରଖାଯାଇଛି।ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି। ତେବେ ସୂଚନା ଅନୁସାରେ ତାଙ୍କର ଦେହ ସ୍ଥିର ରହିଛି। ତେବେ ମଙ୍କି ଫକ୍ସ ହୋଇଛି କି ନାହିଁ ନିଶ୍ଚିତ କରିବା ପାଇଁ ତାଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

ସେହି ବିଦେଶରୁ ଆସିବା ପରେ ତାଙ୍କ ଦେହରେ କିଛି ଲକ୍ଷଣ ପ୍ରକାଶ ପାଇଥିଲା। ଏପରିକ ସେ ଯାହା ଅନୁଭବ କରିଥିଲେ ତାହା ମଙ୍କି ଫକ୍ସ ହୋଇଥିବାର ସନ୍ଦେହ କରାଯାଇଥିଲା। ଫଳରେ ଅଧିକ ପରୀକ୍ଷା ପାଇଁ ତାଙ୍କୁ ଏକ ହସପିଟାଲର ଆସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି।

ତାଙ୍କ ଉପରେ ଏକ ଟିମ ପୁରା ନଜର ରଖିଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ମୁଖ୍ୟତଃ ଆଫ୍ରିକାନ ଦେଶରେ ଏହି ରୋଗ ବ୍ୟାପକଭାବେ ଦେଖାଯାଇଛି। ସେଥିପାଇଁ ସେଠାରୁ ଯେଉଁମାନେ ଆସୁଛନ୍ତି ତାଙ୍କ ଉପରେ ନଜର ରଖାଯାଇଛି। ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ସରକାରୀ ନିୟମ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର

ମୋଦୀ ସରକାରଙ୍କ ପାଇଁ ସମସ୍ୟା ହେବ କି ହିଣ୍ଡନବର୍ଗର ତାଜା ରିପୋର୍ଟ?: ଜାଣନ୍ତୁ କ’ଣ କହିଲେ ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟବସାୟୀ ଆଦାନୀ ଗ୍ରୁପ୍ ବିରୋଧରେ ଏକ ସମ୍ବେଦନଶୀଳ ରିପୋର୍ଟ ପ୍ରକାଶ କରିଥିବା ହିଣ୍ଡନବର୍ଗ ରିସର୍ଚ୍ଚ ବର୍ତ୍ତମାନ ବଜାର ନିୟାମକ SEBI ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ଉପରେ ଅଭିଯୋଗ କରିଛି। ଯାହା ପରେ ସାରା ଦେଶରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ଏହି ସମୟରେ ଅର୍ଥନୀତିଜ୍ଞ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ କହିଛନ୍ତି ଯେ, ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ଉପରେ ହିଣ୍ଡନବର୍ଗର ରିପୋର୍ଟ ମୋଦୀ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ।

ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ଵାମୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚଙ୍କ ଉପରେ ହିଣ୍ଡନବର୍ଗ ଅନୁସନ୍ଧାନ ରିପୋର୍ଟର ଏହି ପ୍ରକାଶ ନରେନ୍ଦ୍ର ମୋଦୀ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହେବ। ଯାହା ପରେ ସୋସିଆଲ ମିଡିଆରେ ଟ୍ରୋଲରମାନେ ସକ୍ରିୟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ପ୍ରସଙ୍ଗରେ ଆକ୍ସନ ମୋଡରେ ଅମିତ ଶାହା, ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମା (ଆଇବିବି)ର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି। ବାଂଲାଦେଶରେ ଭାରତୀୟ ନାଗରିକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି କମିଟି ବାଂଲାଦେଶରେ ଥିବା ନିଜ ସମକକ୍ଷ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ବଜାୟ ରଖିବ।

ସୀମା ସୁରକ୍ଷା ବଳ (ବିଏସଏଫ)ର ପୂର୍ବ କମାଣ୍ଡ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ବିଏସଏଫ ଫ୍ରଣ୍ଟିୟର ମୁଖ୍ୟାଳୟ ଦକ୍ଷିଣ ବଙ୍ଗର ଆଇଜି, ବିଏସଏଫ ଫ୍ରଣ୍ଟିୟର ମୁଖ୍ୟାଳୟ ତ୍ରିପୁରାର ଆଇଜି, ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ (ଏଲପିଏଆଇ)ର ସଦସ୍ୟ (ଯୋଜନା ଓ ବିକାଶ) ଏବଂ ଏଲପିଏଆଇର ସଚିବ ସାମିଲ ହେବେ।

Categories
ଆଜିର ଖବର ଜାତୀୟ ଖବର

ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ଅର୍ଥମନ୍ତ୍ରୀ: ଜାଣନ୍ତୁ କଣ କହିଲେ ନିର୍ମଳା ସିତାରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା NITI ଆୟୋଗ ବୈଠକରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାରୁ ଉଠି ଚାଲି ଯାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ତାଙ୍କୁ ବୈଠକରେ ମାତ୍ର ୫ ମିନିଟ୍ କହିବାକୁ ଅନୁମତି ଦିଆଯାଇଥିଲା ଏବଂ ମୋର ମାଇକ ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅଭିଯୋଗର ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମାଇକ ବନ୍ଦ କରିବା ଅଭିଯୋଗ ଭୁଲ ଅଟେ।

ମମତା ବାନାର୍ଜୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ NITI ଆୟୋଗ ବୈଠକରେ ଯୋଗ ଦେଇଥିଲେ। ଆମେ ସମସ୍ତେ ତାଙ୍କ କଥା ଶୁଣିଥିଲୁ। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ ସମୟ ଦିଆଯାଇଥିଲା ଏବଂ ଏହା ପ୍ରତ୍ୟେକ ଟେବୁଲ ସମ୍ମୁଖରେ ଥିବା ପରଦାରେ ପ୍ରଦର୍ଶିତ ହୋଇଥିଲା। ସେ ଗଣମାଧ୍ୟମ ସାମ୍ନାରେ କହିଥିଲେ ଯେ, ତାଙ୍କର ମାଇକ ବନ୍ଦ କରିଦିଆଯାଇଥିଲା। ଏହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା। ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କୁ କହିବା ପାଇଁ ଉଚିତ ସମୟ ଦିଆଯାଇଥିଲା।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆହୁରି କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାଇକ୍ ବନ୍ଦ ହୋଇଯାଇଥିବା ଦାବି କରିଛନ୍ତି, ଯାହା ସତ୍ୟ ନୁହେଁ। ମିଥ୍ୟା ଉପରେ ଆଧାରିତ ଏକ କାହାଣୀ ସୃଷ୍ଟି କରିବା ପରିବର୍ତ୍ତେ, ସେ ଏହା ପଛରେ କ’ଣ ସତ୍ୟ ଅଛି, ତାହା କହିବା ଉଚିତ୍।

Categories
ଆଜିର ଖବର ଜାତୀୟ ଖବର

ଗତ 10 ବର୍ଷରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟାରେ କେତେ ବୃଦ୍ଧି?: ମନ୍ତ୍ରୀଙ୍କ ଆଶ୍ଚର୍ଯ୍ୟଜନକ ଉତ୍ତର

ନୂଆଦିଲ୍ଲୀ: ଦେଶରେ ମୋବାଇଲ୍ ସଂଯୋଗ, ଇଣ୍ଟରନେଟ୍ ଏବଂ ବ୍ରଡବ୍ୟାଣ୍ଡ୍ର ବ୍ୟବହାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ 10 ବର୍ଷ ମଧ୍ୟରେ ଦେଶରେ ମୋଟ ଟେଲିଫୋନ୍ ଏବଂ ମୋବାଇଲ୍ ସଂଯୋଗରେ ଅତୁଳନୀୟ ବୃଦ୍ଧି ଘଟିଛି। ସଂସଦରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସରକାର। ସଂସଦରେ ଏ ସମ୍ପର୍କରେ ଯୋଗାଯୋଗ ଓ ଗ୍ରାମ୍ୟ ଉନ୍ନୟନ ରାଜ୍ୟ ମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖର ଏକ ବିବୃତ୍ତି ଦେଇଛନ୍ତି।

ଲୋକସଭା ସଦସ୍ୟ କୃଷ୍ଣ ପ୍ରସାଦ ଟେନ୍ନେଟ୍ଟି ଏବଂ ୱାଇ.ଏସ. ଅବିନାଶ ରେଡ୍ଡୀ ସରକାରଙ୍କୁ ପଚାରିଥିଲେ ଯେ ଗତ ଦଶନ୍ଧି ମଧ୍ୟରେ ମୋଟ ଟେଲିଫୋନ୍ ଏବଂ ମୋବାଇଲ୍ ସଂଯୋଗ ସଂଖ୍ୟା କେତେ ବୃଦ୍ଧି ପାଇଛି? ଏହି ସମୟ ମଧ୍ୟରେ ଇଣ୍ଟରନେଟ୍ ଏବଂ ବ୍ରଡବ୍ୟାଣ୍ଡ ପ୍ରବେଶରେ କ’ଣ ବୃଦ୍ଧି ଘଟିଛି। ଲୋକସଭା ସଦସ୍ୟ ମଧ୍ୟ ଏହି କ୍ଷେତ୍ରରେ କେତେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ (ଏଫଡିଆଇ) ବୃଦ୍ଧି ପାଇଛି ବୋଲି ପ୍ରଶ୍ନ କରିଥିଲେ।

ରାଜ୍ୟ ମନ୍ତ୍ରୀ ଏହି ଉତ୍ତର ଦେଇଛନ୍ତି:

ଏହାର ଜବାବରେ ଯୋଗାଯୋଗ ଓ ଗ୍ରାମ୍ୟ ଉନ୍ନୟନ ରାଜ୍ୟ ମନ୍ତ୍ରୀ ଡକ୍ଟର ପେମାସାନି ଚନ୍ଦ୍ର ଶେଖର କହିଛନ୍ତି ଯେ, 31.03.2014 ପର୍ଯ୍ୟନ୍ତ ଟେଲିଫୋନ୍ ସଂଯୋଗ 93.3 କୋଟି ଥିଲାବେଳେ 31.03.2024 ସୁଦ୍ଧା ସେମାନଙ୍କ ସଂଖ୍ୟା 119.87 କୋଟିକୁ ବୃଦ୍ଧି ପାଇଛି ଏହି ବୃଦ୍ଧି ଦର 28.48 ପ୍ରତିଶତ ଥିଲା। 2014 ରୁ 2024 ପର୍ଯ୍ୟନ୍ତ ଟେଲିକମ୍ ସେବା ପ୍ରଦର୍ଶନ ସୂଚକାଙ୍କ ଉପରେ TRAI ର ତ୍ରୟମାସିକ ରିପୋର୍ଟରୁ ଏହି ତଥ୍ୟ ନିଆଯାଇଛି।

10 ବର୍ଷରେ ମୋବାଇଲ୍ ସଂଯୋଗ ଏତେ ବୃଦ୍ଧି ପାଇଲା:

ଏଥି ସହିତ, 31.03.2014 ପର୍ଯ୍ୟନ୍ତ ଦେଶରେ ମୋବାଇଲ୍ ସଂଯୋଗ ସଂଖ୍ୟା 90.45 କୋଟି ଥିଲା, ଯାହା 31.03.2024 ପର୍ଯ୍ୟନ୍ତ 116.59 କୋଟିକୁ ବୃଦ୍ଧି ପାଇଛି। ଏହି ଅବଧିରେ ଅଭିବୃଦ୍ଧି ହାର 28.90 ପ୍ରତିଶତ ହୋଇଛି। ସରକାରଙ୍କ ଅନୁଯାୟୀ, 31.03.2014 ପର୍ଯ୍ୟନ୍ତ ଇଣ୍ଟରନେଟ୍ ସବସ୍କ୍ରିପସନ୍ 25.16 କୋଟି ଥିଲା, ଯାହା 31.03.2024 ପର୍ଯ୍ୟନ୍ତ 95.44 କୋଟିକୁ ବୃଦ୍ଧି ପାଇଛି। ଏହି ଅବଧିରେ ଅଭିବୃଦ୍ଧି ହାର 279.33 ଥିଲା। ଏଥି ସହିତ, 31.03.2014 ପର୍ଯ୍ୟନ୍ତ ବ୍ରଡବ୍ୟାଣ୍ଡ ସବସ୍କ୍ରିପସନ୍ 6.09 କୋଟି ଥିଲା, ଯାହା 31.03.2024 ସୁଦ୍ଧା 92.41 କୋଟି ଥିଲା।

Categories
ଆଜିର ଖବର ଜାତୀୟ ଖବର

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କଲେ କେନ୍ଦ୍ର ମନ୍ତ୍ରୀ: ସଂରକ୍ଷଣ ଉପରେ କଲେ ବଡ ଦାବି

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଘରୋଇ ଚାକିରିରେ ସଂରକ୍ଷଣ ଘୋଷଣା ହେବା ମାତ୍ରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ମୋଦୀ ସରକାରଙ୍କ ମନ୍ତ୍ରୀ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱାଲେ ଆଜି କହିଛନ୍ତି ଯେ, ତାଙ୍କ ଦଳ, ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କୁ ଓବିସି କିମ୍ବା ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବାକୁ ଦାବି କରିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାମଦାସ ଅଠାୱାଲେ କହିଛନ୍ତି ଯେ ଏସସି ଏବଂ ଏସଟିରୁ ଅନେକ ଲୋକ ଘରୋଇ କମ୍ପାନୀରେ ଚାକିରି ଖୋଜୁଛନ୍ତି, କିନ୍ତୁ ସେଠାରେ କୌଣସି ସଂରକ୍ଷଣ ନାହିଁ। ଏହା ସହିତ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ଖୁବ୍ ଶୀଘ୍ର ସରକାରୀ କମ୍ପାନୀଗୁଡିକ ମଧ୍ୟ ବେସରକାରୀ କ୍ଷେତ୍ରରେ ପରିଣତ ହେବେ। ଶ୍ରୀ ଅଠାୱାଲେ ଏନଡିଏ ସରକାରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଅଟନ୍ତି।

Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର

‘ଏହା ରାହୁଲ ଗାନ୍ଧୀଙ୍କ ପ୍ରଭାବ’: ଟ୍ୱିଟରରେ PMO ର କଭର ଫଟୋ ବଦଳିଲା ପରେ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ PMO ଇଣ୍ଡିଆ ବର୍ତ୍ତମାନ ଅଫିସିଆଲ୍ ଏକ୍ସ ଆକାଉଣ୍ଟ୍ ର ପ୍ରୋଫାଇଲ୍ ଫଟୋ ଏବଂ କଭର ଫଟୋ ଅପଡେଟ୍ କରିଛି। ପିଏମଓ ଇଣ୍ଡିଆ ‘X’ ର କଭର ଫଟୋରେ ସମ୍ବିଧାନରେ ପ୍ରଣାମ କରୁଥିବା ମୋଦୀଙ୍କ ଚିତ୍ର ଅନ୍ତର୍ଭୁକ୍ତ କରିଛି।

ତେବେ ପିଏମଓ ଇଣ୍ଡିଆର ଫଟୋ ବଦଳାଇବା ପାଇଁ ପିଏମ ମୋଦୀଙ୍କ ଉପରେ କଂଗ୍ରେସ କଟାକ୍ଷ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ ଏକ ନିର୍ଣ୍ଣାୟକ ପ୍ରସଙ୍ଗ ଭାବରେ ସମ୍ବିଧାନର ସୁରକ୍ଷା ଉପରେ
ରାହୁଲ ଗାନ୍ଧୀଙ୍କ ମତ ସିଧାସଳଖ ପ୍ରଭାବ ପକାଇଛି।

ବାସ୍ତବରେ ୨୦୨୪ ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ପାର୍ଟି ଏବଂ ରାହୁଲ ଗାନ୍ଧୀ ସମ୍ବିଧାନର ସୁରକ୍ଷା ପ୍ରସଙ୍ଗ ଉଠାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ କଡ଼ା ଆକ୍ରମଣ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିର୍ବାଚନ ରାଲିରେ କହିଥିଲେ ଯେ, ଯଦି ବିଜେପି କେନ୍ଦ୍ରରେ କ୍ଷମତାକୁ ଫେରିବ, ତେବେ ସେମାନେ ଗରିବ, ଦଳିତ, ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗର ଅଧିକାର ପ୍ରଦାନ କରୁଥିବା ସମ୍ବିଧାନକୁ ଫାଡି ଫିଙ୍ଗିଦେବେ। ରାହୁଲ ଗାନ୍ଧୀ କହିଥିଲେ ଯେ, ତାଙ୍କ ଦଳ ଏବଂ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ସମ୍ବିଧାନକୁ ବଞ୍ଚାଇବା ପାଇଁ ଲଢୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଦେଶରେ ଲାଗୁ ହେଲା CAA, ବିଜ୍ଞପ୍ତି ଜାରି, ଜାଣନ୍ତୁ କିଏ କିଏ ପାଇବେ ଭାରତୀୟ ନାଗରିକତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଘୋଷଣା ହେବାର ଠିକ୍ ପୂର୍ବରୁ କେନ୍ଦ୍ର ସରକାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) କାର୍ଯ୍ୟକାରୀ କରିଛନ୍ତି। ଆଜି ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି।

ଡିସେମ୍ବର ୨୦୧୯ ରେ CAA ସଂସଦ ଦ୍ୱାରା ଅନୁମୋଦିତ ହୋଇଥିଲା। ଚାରି ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। CAA ନିୟମାବଳୀ ଜାରି ହେବା ପରେ ବର୍ତ୍ତମାନ ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶରୁ ଆସିଥିବା ହିନ୍ଦୁ ଏବଂ ଶିଖମାନେ ନାଗରିକତ୍ୱ ପାଇବେ।

ଗୃହ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଆବେଦନଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ଅନଲାଇନ୍ ମୋଡରେ ଦାଖଲ ହେବ, ଯେଉଁଥି ପାଇଁ ଏକ ୱେବ୍ ପୋର୍ଟାଲ୍ ଉପଲବ୍ଧ କରାଯାଇଛି।

ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଅନୁଯାୟୀ, ଡିସେମ୍ବର ୩୧, ୨୦୧୪ ପୂର୍ବରୁ ଭାରତରେ ସ୍ଥିର ହୋଇଥିବା ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସି ଏବଂ ଖ୍ରୀଷ୍ଟିଆନଙ୍କ ସମେତ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ୨୦୧୯ ରେ ଏହା ସଂସଦ ଦ୍ଵାରା ପାରିତ ହୋଇଥିଲା। ଏହା ମଧ୍ୟ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଛି। ଏହି ବିଲ୍ ଭାରତର କୌଣସି ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ନୁହେଁ ଏବଂ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାର ସମାନ ଭାବରେ ସୁରକ୍ଷିତ ରହିବ।

୬ ଟି ରାଜ୍ୟ ବିଧାନସଭାରେ CAA ବିରୋଧରେ ପ୍ରସ୍ତାବ ପାରିତ କରିସାରିଛନ୍ତି:

ଦେଶରେ କାର୍ଯ୍ୟକାରୀ ହୋଇଥିବା ନାଗରିକତା (ସଂଶୋଧନ) ବିଲ୍ ୨୦୧୯ (CAA) କୁ ବିରୋଧ କରି ବିଧାନସଭାରେ ୬ ଟି ରାଜ୍ୟରୁ ଏକ ସଂକଳ୍ପ ପାରିତ ହୋଇଛି। ଏଥିମଧ୍ୟରେ ମୁଖ୍ୟତଃ କେରଳ ବିଧାନସଭା, ପଞ୍ଜାବ ବିଧାନସଭା, ରାଜସ୍ଥାନ ବିଧାନସଭା, ପଶ୍ଚିମବଙ୍ଗ ବିଧାନସଭା, ପୁଡୁଚେରୀ ବିଧାନସଭା ଏବଂ ତେଲେଙ୍ଗାନା ବିଧାନସଭା ଅନ୍ତର୍ଭୁକ୍ତ।