Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୋହାନ୍ସବର୍ଗରେ 15 ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ  ଗତକାଲି ଇଥିଓପିଆ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଡକ୍ଟର ଆବି ଅହମ୍ମଦ ଅଲିଙ୍କୁ ସାକ୍ଷାତ କରିଛନ୍ତି।

ଉଭୟ ନେତା ବିକାଶରେ ସହଭାଗୀତା ଏବଂ ଦକ୍ଷତା ବିକାଶ, ବାଣିଜ୍ୟ ଓ ପୁଞ୍ଜି ନିବେଶ, ପ୍ରତିରକ୍ଷା ସହଯୋଗ, ଆଇସିଟି, କୃଷି, ଯୁବପିଢୀଙ୍କ ଦକ୍ଷତା ଏବଂ ଜନ- ଜନଙ୍କ ସମ୍ପର୍କ ସହିତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ବିଷୟ ସଂପର୍କରେ ଫଳପ୍ରଦ ଆଲୋଚନା କରିଥିଲେ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଏବଂ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ।

ବ୍ରିକ୍ସରେ ଇଥିଓପିଆର ସଦସ୍ୟତା ପାଇଁ ପ୍ରଧାନମନ୍ତ୍ରୀ, ଆବି ଅହମ୍ମଦଙ୍କୁ ଅଭିନନ୍ଦନ ଜଣାଇଥିଲେ। ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ପ୍ରଧାନମନ୍ତ୍ରୀ ଆବି ଅହମ୍ମଦଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ।

ବ୍ରିକ୍ସ ପରିବାରରେ ଯୋଗଦେବା ପାଇଁ ଇଥିଓପିଆକୁ ଭାରତର ସମର୍ଥନ ଲାଗି ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାକୁ ଇଥିଓପିଆ ଏବଂ ଗ୍ଲୋବାଲ ସାଉଥ ପାଇଁ ଏକ ଗର୍ବ ଓ ପ୍ରେରଣାର ମୁହୂର୍ତ୍ତ ବୋଲି କହିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହ ଏକାଡମେୀ ଅଫ୍ ସାଇନ୍ସର ସିଇଓ ଡକ୍ଟର ସୋଡିୟାଲଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରନେ୍ଦ୍ର ମୋଦୀ ଗତକାଲି ଜୋହାନ୍ସର୍ବଗରେ ଦକ୍ଷିଣ ଆଫ୍ରିକାର ଏକାଡମେୀ ଅଫ୍ ସାଇନ୍ସର ସିଇଓ ତଥା ପ୍ରସିଦ୍ଧ ଜନେଟେିକ୍ଟ ଡକ୍ଟର ହିମଲା ସୋଡିୟାଲଙ୍କୁ ସାକ୍ଷାତ କରିଛନ୍ତି।

ସମୋନେ ମାନବ ଜନେଟେିକ୍ ଲାଇନର ଡୋମନେ୍ ଏବଂ ରୋଗ ସ୍କ୍ରିନିଂରେ ଏହାର ପ୍ରୟୋଗ ଉପରେ ମତ ବିନିମୟ କରିଥିଲେ।

ଜନେଟେିକ୍ସ କ୍ଷତେ୍ରରେ ଭାରତୀୟ ପ୍ରତିଷ୍ଠାନଗୁଡିକୁ ସହଯୋଗ କରିବାକୁ ପ୍ରଧାନମନ୍ତ୍ରୀ ଡକ୍ଟର ସୋଡିୟାଲଙ୍କୁ ଆମନ୍ତ୍ରଣ କରିଥିଲେ।