Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମୋଦି ତ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ, ଏଣିକି ବିଜେପି ନେତାମାନେ ମଧ୍ୟ ତାହା କୁହନ୍ତୁ

ଭୁବନେଶ୍ବର: ଗତକାଲି ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବୋଧିତ କରିବା ବେଳେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଏପରି ପ୍ରଶଂସା ଯେତେବେଳେ କରୁଛନ୍ତି ତାହା ନିଶ୍ଚିତ ଆଲୋଚନା ହେବ ଏଥିରେ ସନ୍ଦେହ ନାହିଁ।

ତେବେ ଏହାକୁ ନେଇ ରାଜ୍ୟ ବିଜେପି ନେତାଙ୍କ କିପରି ଶିର ବିନ୍ଧା ହେଉଛି ତାହା ମଧ୍ୟ ଅନୁମେୟ। କାରଣ ସେ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ ଯେ, ମୋଦି ଆସିବେ କିଛି ଗୁରୁମନ୍ତ୍ର ଦେବେ। ରାଜ୍ୟ ସରକାରଙ୍କୁ ସମାଲୋଚନା କରିବେ। ହେଲେ ତାହା ତ ହେଲା ନାହିଁ, ବରଂ ମୋଦି ନବୀନଙ୍କୁ ପ୍ରଶଂସା କରି ଦେଇଗଲେ। ନିର୍ବାଚନ ସମୟରେ ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମସ୍ତଙ୍କୁ ଚକିତ କରିଦେଇଛନ୍ତି।

ସେତିକି ନୁହେଁ ଗତ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ର ଯେତେବେଳେ ସମ୍ବଲପୁର ଗସ୍ତରେ ଆସିଥିଲେ ସେତେବେଳେ ମଧ୍ୟ ନବୀନଙ୍କ ବିରୋଧରେ କିଛି କହି ନ ଥିଲେ। ବରଂ ସେଠାରେ ଆୟୋଜିତ ସରକାରୀ ସଭାରେ ନବୀନ ପଟ୍ଟନାୟକଙ୍କୁ ମୋର ମିତ୍ର ବୋଲି କହି ମୋଦି ସମ୍ବୋଧୀତ କରିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

ମୋଦିଙ୍କ ଦୁଇଥର ଓଡିଶା ଗସ୍ତକୁ ନେଇ ରାଜ୍ୟ ବିଜେପି ନେତାମାନେ ହତାସ ହୋଇ ପଡିଲେଣି। କାରଣ ସେମାନେ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ବରଂ ନବୀନଙ୍କୁ ସମାଲୋଚନା ନ କରନ୍ତୁ ପଛେ ହେଲେ ଏମିତି ପରୋକ୍ଷରେ ପ୍ରଶଂସା ନ କରନ୍ତୁ। ଯାହାକୁ ନେଇ ସେମାନେ ବିଚଳିତ। ବାହାରକୁ ଏ ନେଇ ସେମାନେ କିଛି କହିପାରୁ ନ ଥିଲେ ମଧ୍ୟ ଭିତରେ ସେମାନେ ସହିପାରୁ ନାହାଁନ୍ତି। ଯିଏ ଦଳର ସର୍ବୋଚ୍ଚ ନେତା ସିଏ ଯଦି ଏମିତି କହିବେ ତେବେ ଆମେ କଣ କହିବୁ ବୋଲି ନିଜକୁ ନିଜେ ପ୍ରଶ୍ନ କରିଛନ୍ତି।

ତେବେ ସବୁଠାରୁ ଯାହାର ମନୋବଳ ଭାଙ୍ଗିଛି ସେମାନେ ହେଉଛନ୍ତି ତଳ ସ୍ତରର ବିଜେପି କର୍ମୀ। ଯେଉଁମାନେ ଚାରିହାତ ଉପରକୁ ଡେଇଁ ବିଜେପି ଜିନ୍ଦାବାଦ କରୁଛନ୍ତି। ଦଳର ସର୍ବୋଚ୍ଚ ନେତା ରାଜ୍ୟ ସରକାରଙ୍କ ବିରୋଧରେ ଚୁପ ରହିବା ନେଇ ସେମାନେ ଅତିମାତ୍ରାରେ ହତୋତ୍ସାହ ହୋଇପଡିଛନ୍ତି। ଆଗକୁ କେଉଁ ଦମ୍ଭରେ ବିଜେଡି ବିରୋଧରେ ମୁକାବିଲା କରିବେ ଚିନ୍ତାରେ ପଡିଯାଇଛନ୍ତି।

ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ମୋଦି ନବୀନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଲେ ତେବେ ଓଡିଶା ନେତାମାନେ ତାହା କହିବା ଉଚିତ କି ନାହିଁ ? କାରଣ ବର୍ତ୍ତମାନ ପରିସ୍ଥିତିରେ ଓଡିଶା ବିଜେପି ନେତାମାନେ ନବୀନଙ୍କୁ ଯେତେ ବିରୋଧ କଲେ ମଧ୍ୟ ତାହା ଆଉ ତଳସ୍ତରରେ ଗ୍ରହଣୀୟ ହେବ ନାହିଁ। ଏ କଥା ସମସ୍ତେ ଅନୁଭବ କରିସାରିଲେଣି। ତେଣୁ ଏଥର ବିଜେପି ନିର୍ବାଚନ ବୈତରଣୀ କିପରି ପାର ହେବେ ତାହାକୁ ନେଇ ଚିନ୍ତାଗ୍ରସ୍ତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଟେଲିଫୋନ୍‌ରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ସେହିପରି ରଥଯାତ୍ରାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ହେବାର ଅଛି । ଦେଶରେ କରୋନା ସ୍ଥିତି ଜଟିଳ ଥିବାରୁ ଚଳିତ ବର୍ଷ ରଥଯାତ୍ରା ହେବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।