Categories
ଆଜିର ଖବର

ମୁଜାଫରପୁର ସେଲ୍ଟର ହୋମ୍‌ ମାମଲା : ତଦନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ସିବିଆଇକୁ ତିନି ମାସର ସମୟ

ମୁଜାଫରପୁର ସେଲ୍ଟର ହୋମ୍‌ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ୧୧ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ରିପୋର୍ଟ ପାଇଁ ସିବିଆଇକୁ ତିନି ମାସର ସମୟ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସୋମବାର ବିଚାରପତି ଇନ୍ଦୁ ମଲହୋତ୍ରା ଏବଂ ଏମ୍‌ ଆର ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ସେଲ୍ଟର ହୋମ୍‌ରେ ରହୁଥିବା ଏକାଧିକ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବଂ ଏହାର ଭିଡିଓ କରାଯାଇ ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ଆସିଥିଲା। ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସ ପକ୍ଷରୁ ଏହି ମାମଲାକୁ ସାମ୍‌ନାକୁ ଅଣାଯିବା ପରେ ଏହାର ତଦନ୍ତ କରାଯାଇଥିଲା। ପ୍ରାରମ୍ଭିକ ଭାବରେ ବିହାର ପୋଲିସ୍‌ ମାମଲାର ତଦନ୍ତ କରୁଥିଲା। ତଦନ୍ତ ପ୍ରକ୍ରିୟା ସ୍ବଚ୍ଛ ଏବଂ ଅବାଧ ନଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ଜୁନ୍‌ ୩ ତାରିଖ ସୁଦ୍ଧା ସିବିଆଇକୁ ଏହାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।