Categories
ଆଜିର ଖବର ଜାତୀୟ ଖବର

ମୁଲାୟମ ସିଂ ଯାଦବଙ୍କୁ ଶେଷ ଦର୍ଶନ କଲେ ଗୃହମନ୍ତ୍ରୀ ଅମିତ ସାହା

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ସାହା ପରଲୋକଗତ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କୁ ଶେଷ ଦର୍ଶନ କରିଛନ୍ତି। ସାହା ଆଜି ଗୁରୁଗାଓଁରେ ଥିବା ମେଦାନ୍ତ ହସପିଟାଲ ଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ସେଠାରେ ଉପସ୍ଥିତ ଥିବା ମୁଲାୟମଙ୍କ ପୁତ୍ର ଅଖିଲେଶ ଯାଦବଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି।

ଏକ ବାର୍ତ୍ତାରେ ଅମିତ ସାହା କହିଛନ୍ତି ଯେ, ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଉତ୍ତର ପ୍ରଦେଶର ଜଣେ ଜାତୀୟ ସ୍ତର ନେତାର ଶୂନ୍ୟସ୍ଥାନ ସୃଷ୍ଟି କଲା। ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ହୋଇଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ମୁଲାୟମ ସିଂ ଯାଦବଙ୍କ ବିୟୋଗରେ ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ମୁଲାୟମ ସିଂ ଯାଦବଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ଏହି ସମାଜବାଦୀ ନେତା ତାଙ୍କର ଦୃଢ ଅବଦାନ ପାଇଁ ସେ ସବୁବେଳ ସ୍ମରଣୀୟ ରହିବେ।

ମୁଲାୟମ ସିଂ ଯାଦବ ଆଜି ସକାଳ ୮:୧୬ ମିନଟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ପରଲୋକ ଘଟିଛି।