Categories
ଆଜିର ଖବର ଜାତୀୟ ଖବର

ମୁମ୍ବାଇର ଧାରାବୀ ଅଞ୍ଚଳରୁ ପୁଣି  5ଟି ନୂଆ ସଂକ୍ରମିତ ମାମଲା: ଦୁଇଜଣଙ୍କର ତବଲିଗ୍‌ ଜମାତ ସହ ରହିଛି ସମ୍ପର୍କ

ମୁମ୍ବାଇ : ମୁମ୍ବାଇର ଧାରାବୀ ବସ୍ତିରେ କରୋନା ଜନିତ ପାଞ୍ଚଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରେ ଦୁଇଜଣ ତବଲିଗ୍‌ ଜମାତ ସହ ସମ୍ପର୍କିତ ରହିଛନ୍ତି ବୋଲି ଜଣାପଡିଛି । ଏ ପର୍ଯ୍ୟନ୍ତ ଧାରାବୀରେ ସର୍ବମୋଟ ମୋଟ 22ଟି ମାମଲା ସାମ୍ନାକୁ ଆସିଛି । ଧାରାବୀ ପରି ଅଞ୍ଚଳରେ କରୋନାର ମାମଲା ଆସିବା ପରେ ଏହା ଚିନ୍ତାର ବିଷୟ ପାଲଟି ଯାଇଛି । ଏବେ ଏହି ଅଞ୍ଚଳର ସମସ୍ତଙ୍କୁ ସ୍କ୍ରିନିଂ କରିବା ପାଇଁ ମୁମ୍ବାଇ ମହାନଗର ପାଳିକା ଉଦ୍ୟମ କରୁଛି ବୋଲି ଜଣାପଡିଛି ।

ଦିଲ୍ଲୀର ତବଲିଗ୍‌ ଜମାତ ମରକଜର ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ବ୍ୟକ୍ତିମାନେ ଦେଶରେ ଭିନ୍ନ ଭିନ୍ନ ଅଂଶରୁ କରୋନାରେ ପଜିଟିଭି ହେବା ପରେ ଏହାକୁ ନେଇ ଏବେ ଚିନ୍ତା ବଢି ଯାଇଛି । ମୁମ୍ବାଇର ଧାରାବୀ ଅଞ୍ଚଳରୁ ନୂତନ ଭାବରେ ଚିହ୍ନଟ ହୋଇଥିବା ପାଞ୍ଚୋଟି ମାମାଲରୁ ଦୁଇଟି  ମର୍କଜରେ ସାମିଲ୍‌ ଥିଲେ ବୋଲି ଜଣାପଡିଛି । ଦୁହିଁଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି । ଦୁହିଁଙ୍କୁ ରାଜୀବ ଗାନ୍ତଦି ସ୍ପୋର୍ଟସ୍‌ କଲୋନୀରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି । ରାଜ୍ୟରେ ଏପରି ଅବସ୍ଥାକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଧାରାବୀ ଅଞ୍ଚଳକୁ ପୂରା ପୂରି ଲକ୍‌ ଡାଉନ୍‌ କରିବା ପାଇଁ ଅପିଲ୍‌ କରିଛନ୍ତି । ସେହିପରି ଧାରାବୀର ସାଂସଦ ରାହୁଲ୍‌ ସୋବେଲ୍‌ କହିଛନ୍ତି ଯେ, ଏଠିକାର ଜନସଂଖ୍ୟାକୁ ଦେଖି ଧାରାବରୀରେ ସମସ୍ତ ହସ୍ପିଟାଲକୁ ମୁମ୍ବାଇ ମହାନଗର ପାଳିକା ନିଜ ନିୟନ୍ତ୍ରଣରେ ରଖିଛି । ଧାରାବରୀ ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରୂପାନ୍ତରିତ କରାଯାଇଛି । ଧାରାବୀ ଅଞ୍ଚଳବାସୀଙ୍କ ପାଇଁ ଏଠାରେ ଏକ ବିଶେଷ୍ଟ ସେଣ୍ଟ୍ରାଲ୍‌ କିଚେନ୍‌ ପ୍ରସ୍ତୁତ ହେବ ।