Categories
ଆଜିର ଖବର

ପାକିସ୍ଥାନର ପୂର୍ବତ୍ତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ପାକିସ୍ତାନ କୋର୍ଟ

କରାଚୀ,17/12 : ପାକିସ୍ତାନର ଏକ ସ୍ବତନ୍ତ୍ର କୋର୍ଟ ପୂର୍ବତନ ପାକିସ୍ତାନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି । ମଙ୍ଗଳବାର ତିନିଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। 2007ରେ ଦେଶରେ ଜରୁରୀକାଳୀନ ପରସ୍ଥିତି ଜାରି କରିବା ସହିତ ସମସ୍ତ ବିଚାରପତିଙ୍କୁ ବନ୍ଦ କରି ରଖିଥିଲେ ମୁଶାରଫ୍‌ । ପେଶାଓ୍ବାର ହାଇକୋର୍ଟର ମୁଖ୍ୟ ବିଚାରପତି ଓ୍ବାକର ଅହମଦ୍‌ଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଥିଲେ । ପାକିସ୍ତାନ ସମ୍ବିଧାନର ଧାରା 6 ଅନୁଯାୟୀ ମୁଶାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ତିନି ଜଣିଆ ଖଣ୍ଡପୀଠରୁ ଦୁଇ ଜଣ ମୁଶାରଫଙ୍କ ଫାଶୀକୁ ସମ୍ମତି ପ୍ରଦାନ କରିଥିଲେ । (ଏଜେନ୍ସୀ)

Categories
ଆଜିର ଖବର

ଆଇଏସଆଇ ଜୈଶ ସାହାଯ୍ୟରେ ଭାରତରେ ବିସ୍ଫୋରଣ କରାଇଥାଏ : ମୁଶାରଫ୍‌

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ଏକ ବୟାନରେ ପାକିସ୍ତାନର ଅସଲ ଚେହେରା ପଦାରେ ପକାଇଛନ୍ତି । ପାକିସ୍ତାନ ସରକାର ଏବଂ ସେନା କିଭଳି ଭାବେ ଆତଙ୍କବାଦୀ ସଂଗଠନକୁ ସମର୍ଥନ କରେ ତାହା ସେ ପ୍ରକାଶ କରିଛନ୍ତି । ଦୀର୍ଘବର୍ଷ ଧରି ପାକ୍ ସେନାମୁଖ୍ୟ ଏବଂ ପାକ୍ ରାଷ୍ଟ୍ରପତି ଥିବା ମୁଶାରଫଙ୍କ ଏହି ମନ୍ତବ୍ୟ ପାକିସ୍ତାନର ଦୋମୁହାଁ ଏବଂ ଆତଙ୍କବାଦକୁ ପ୍ରରୋଚିତ କରିବା କଥା ପଦାରେ ପକାଇ ଦେଇଛି । ତାଙ୍କ କାର୍ଯ୍ୟକାଳରେ ଜୈଶ-ଇ-ମହମ୍ମଦ ଏକ ଆତଙ୍କବାଦୀ ସଙ୍ଗଠନ ଥିଲା । ପାକ୍ ଗୁଇନ୍ଦା ବିଭାଗ ଆଇଏସଆଇ ଓ ସେନା ଏହାକୁ ଭାରତ ବିରୋଧରେ ବିସ୍ଫୋରଣ କରିବାରେ ସାହାଯ୍ୟ ଏବଂ ବ୍ୟବହାର କରୁଥିଲା । ସେ ୨୦୦୩ରେ ଜୈଶ ଉପରେ କଟକଣା ଜାରି ପାଇଁ ପ୍ରୟାସ କରିଥିବାର କହିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳରେ ଦେଶର ପରିସ୍ଥିତି ଅଲଗା ଥିଲା । ତେଣୁ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ତେବେ ଜୈଶ ୨୦୦୧ରେ ଆଇଏସଆଇ ସହ ମିଶି ଜମ୍ମୁ-କାଶ୍ମୀର ବିଧାନସଭା ଏବଂ ପରେ ଉରି ଓ ପୁଲୱାମା ଆକ୍ରମଣ କରିଥିଲା ।