Categories
ଆଜିର ଖବର ଜାତୀୟ ଖବର

ଆସାମରେ ପହଞ୍ଚିଲା ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’: ମାର୍ଚ୍ଚ ୨୦ ରେ ମୁମ୍ବାଇରେ ହେବ ଶେଷ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡରୁ କଂଗ୍ରେସର ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆସାମରେ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନିଆଯାଇଥିବା ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୧୫ ଟି ରାଜ୍ୟର ୧୧୦ ଟି ଜିଲ୍ଲା ଦେଇ ଯିବ।

ଏହି ଯାତ୍ରା ଶିବସାଗର ଜିଲ୍ଲାର ହଲୁୱାଟିଂ ଦେଇ ନାଗାଲାଣ୍ଡରୁ ଆସାମରେ ପହଞ୍ଚିଥିଲା। ରାହୁଲ ଗାନ୍ଧୀ ସକାଳେ ନାଗାଲାଣ୍ଡର ତୁଲିରୁ ବସ୍ ଯାତ୍ରା ଆରମ୍ଭ କରି ସକାଳ ପ୍ରାୟ ୯:୪୫ ରେ ଆସାମରେ ପହଞ୍ଚିଥିଲେ।

ଗାନ୍ଧୀଙ୍କୁ ହଲୁୱାଟିଂରେ ଶତାଧିକ ଦଳର କର୍ମକର୍ତ୍ତା ସ୍ୱାଗତ କରିଥିଲେ ଏବଂ ତାଙ୍କର ଆଠ ଦିନିଆ ରାଜ୍ୟ ଗସ୍ତ ପାଇଁ ଜାତୀୟ ପତାକାକୁ ଆସାମ ୟୁନିଟର ନେତାମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

କଂଗ୍ରେସ ସାଂସଦଙ୍କ ନେତୃତ୍ୱରେ ୬,୭୧୩ କିଲୋମିଟର ଦୀର୍ଘ ଯାତ୍ରା ଜାନୁଆରୀ ୧୪ ତାରିଖରେ ମଣିପୁରରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ମୁମ୍ବାଇରେ ଶେଷ ହେବ। ଏହି ଯାତ୍ରା ଆସାମରେ ଜାନୁୟାରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

Categories
ଆଜିର ଖବର

ନାଗାଲାଣ୍ଡ ଆଇଏଏସ୍‌ ଅଫିସର୍‌ଙ୍କ ବିପକ୍ଷରେ ମାମଲା ବନ୍ଦ କଲା ସିବିଆଇ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାଗାଲାଣ୍ଡର ଜନୈକ ଆଇଏଏସ୍‌ ଅଫିସରଙ୍କ ବିପକ୍ଷରେ ମାମଲା ବନ୍ଦ କରିଛି। ୧୯୯୦ ମସିହାର ଆଇଏଏସ୍‌ ଅଫିସର ଜ୍ୟୋତି କଳସଙ୍କ ବିପକ୍ଷପରେ ସିବିଆଇ ୨୦୦୮ରେ ଏକ ମାମଲା ରୁଜୁ କରିଥିଲା। ନାଗାଲାଣ୍ଡ କ୍ୟାଡରର ଏହି ଅଫିସରଙ୍କ ବିରୋଧରେ ଆବଶ୍ୟକ ପ୍ରମାଣ ନଥିବାରୁ ମାମଲା ବନ୍ଦ କରିବାର ନିଷ୍ପତ୍ତି ନେଇଛି ସିବିଆଇ। ସିବିଆଇ ନିଜର ଚୂଡାନ୍ତ ରିପୋର୍ଟ ପଟିଆଲା ହାଉସ୍‌ କୋର୍ଟରେ ଦାଖଲ କରିଛି। ଏହା ସହିତ ବିଗତ ଦିନରେ ଏହି ପ୍ରଶାସନିକ ଅଧିକାରୀଙ୍କ ସମସ୍ତ ବକେୟା ଦେୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଉମସ କୋର୍ଟ। ୨୦୦୮ରେ ୩୭ ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ରଖିବା ନେଇ ସିବିଆଇ ପକ୍ଷରୁ ମାମଲା ଦାୟର କରାଯାଇଥିଲା।