Categories
ଆଜିର ଖବର ଜାତୀୟ ଖବର

ଗଡକରୀଙ୍କ ଗଡରେ ବିଜେପିକୁ ଝଟ୍‌କା : ଜିଲ୍ଲାପରିଷଦ ନିର୍ବାଚନରେ ବିଜେପିର ପରାଜୟ

ନାଗପୁର : ଭାରତୀୟ ଜନତା ଦଳ (ବିଜେପି)ର ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନୀତିନ୍‌ ଗଡକରୀଙ୍କ ଗଡ ନାଗପୁରରେ ଦଳକୁ କଡା ପରାଜୟ ମିଳିଛି। ନାଗପୁରର ଧୋପାବାଡାରେ ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏଠାରେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ମିଳିଛି। 31ଟି ଆସନ ଜିତି କଂଗ୍ରେସ ବିଜୟୀ ହୋଇଛି ।

ଖୋଦ୍‌ କେନ୍ଦ୍ର ମନ୍ତ୍ରୀ ନିତୀନ୍‌ ଗଡକାରୀଙ୍କ ଗ୍ରାମ ଧୋପ୍ପାଓ୍ବାଡା ନାଗପୁରରେ। ଏଠାରେ ନୀତିନ୍‌ଙ୍କୁ ମଜବୁତ୍‌ ସ୍ଥିତି ରହିଥିବାବେଳେ ବିଜେପିର ମଧ୍ୟ ସ୍ଥିତି ବେଶ୍‌ ସୁଦୃଢ ରହିଥିଲା। କିନ୍ତୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିକୁ ବିଫଳ ହେବାକୁ ପଡିଛି। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ଡୋଙ୍ଗରେ ବହୁମତ ପାଇଛନ୍ତି। ମହେନ୍ଦ୍ରଙ୍କୁ 9,444 ଭୋଟ୍‌ ମିଳିଥିବାବେଳେ ବିଜେପି ପ୍ରାର୍ଥୀ ମୋମକୁବର୍‌ଙ୍କୁ ମାତ୍ର 5,501 ଭୋଟ୍‌ ମିଳିଛି। ଜିଲ୍ଲା ପରିଷଦର ଧୋପେବାଡା ଆସନ ତିନି ଥର ପାଇଁ ବିଜେପି କବ୍‌ଜାରେ ରହିଥିଲା। କିନ୍ତୁ ଚଳିତଥରା ଏହି ଆସନରେ ବାଜି ମାରିନେଇଯାଇଛି । ବିଜେପିର ସଂରକ୍ଷକ ଭୂମିକା ନିଭାଉଥିବା ତଥା ଆରଏସଏସ୍‌ର ସ୍ବୟଂସେବକସଂଘର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ନାଗପୁରଠାରେ ଅବସ୍ଥିତ। ଏପରି ସମୟରେ ଦଳର ଏହି ପରାଜୟକୁ ଏକ ବଡ ବିପର୍ଯ୍ୟୟ ଭାବେ ଦେଖାଯାଉଛି। (ଏଜେନ୍ସି)

Categories
ଆଜିର ଖବର

ଅଷ୍ଟ୍ରେଲିଆକୁ ୮ ରନରେ ହରାଇଲା ଭାରତ, ଦିନିକିଆରେ ୫୦୦ତମ ବିଜୟ

ନାଗପୁରରେ ଟିମ୍ ଇଣ୍ଡିଆକୁ ବିଜୟ ଭେଟି ଦେଲେ ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆର ଦୁଇଟି ଓ୍ୱିକେଟ ଖସାଇ ବିଜୟ ମୁଣ୍ଡି ମାରିଥିଲେ ଅଲରାଉଣ୍ଡର ବିଜୟ ଶଙ୍କର। ଶେଷ ଓଭରରେ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ୧୧ ରନ୍ ଦରକାର ଥିବା ବେଳେ ଭାରତକୁ ଆବଶ୍ୟକ ଥିଲା ୨ଟି ଓ୍ୱିକେଟ। ତେବେ ଭ୍ରମଣକାରୀ ଦଳ ୮ ରନ୍ ଦୂରରେ ରହି ଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୦ ରନ୍ କରିଥିଲା। ଜବାବରେ କଙ୍ଗାରୁ ବାହିନୀ ୨୪୨ରନରେ ଅଲ ଆଉଟ୍ ହୋଇଥିଲା। ଏହାଥିଲା ଭାରତର ଦିନିକିଆରେ ୫୦୦ତମ ବିଜୟ। ଏହି ମ୍ୟାଚରେ ବିରାଟ କୋହଲି ୪୦ତମ ଶତକ ହାସଲ କରିଥିଲେ।

Categories
ଆଜିର ଖବର

ଆଜି ଭାରତ ଅଷ୍ଟ୍ରେଲିଆ ଦିନିକିଆ, ଅଗ୍ରଣୀ ଲକ୍ଷ୍ୟରେ ଭାରତୀୟ ଦଳ

ଆଜି ନାଗପୁରଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ପୂର୍ବରୁ ହାଇଦ୍ରାବାଦଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାଜିତ କରି ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା, ଏହି ଛୋଟ ଲକ୍ଷ୍ୟକୁ ଭାରତୀୟ ଦଳ ୪୮.୨ ଓଭରରେ ପୂରଣ କରିନେଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ଦମଦାର ଖେଳ ପ୍ରଦର୍ଶନକରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ଖେଳାଳି ଯଥାକ୍ରମେ ୫୯ରନ ଏବଂ ୮୧ରନ କରି ଖେଳ ଶେଷ ପର୍ଯନ୍ତ ଅପରାଜିତ ଥିଲେ। ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଚଳିତ ଶୃଙ୍ଖଳା ପରେ ଉଭୟଦଳ ବିଶ୍ଵକପରେ ଭାଗନେବେ। ତେଣୁ ଦୁଇଦଳ ଫର୍ମକୁ ଆସିବାପାଇଁ ଏହା ହେଉଛି ଶେଷ ସୁଯୋଗ। ଅଧିନାୟକ ବିରାଟ କୋହଲୀ ଦ୍ଵିତୀୟ ମ୍ୟାଚ ଜିତି ଶୃଙ୍ଖଳାକୁ ୨-୦ରେ ଅଗ୍ରଣୀ କରିବାପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଟି୨୦ ସିରିଜ ବିଜେତା  ଫିଞ୍ଚଙ୍କ ଦଳ କୌଣସିମତେ ଦ୍ଵିତୀୟ ମ୍ୟାଚକୁ ହାତମୁଠାରୁ ଖସେଇବାକୁ ଦେବନି। ତାଙ୍କ ଦଳ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ବନି ରହିବାପାଇଁ ଚେଷ୍ଟା ନିଶ୍ଚିତ କରିବେ ।