Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଲକ୍ଷ କୋଟି ଟଙ୍କାର ପ୍ରଗତି ପ୍ରକଳ୍ପର ହେଲା ସମୀକ୍ଷା, ଜାଣନ୍ତୁ କଣ

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ୩୪ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜିର ବୈଠକରେ, ବିଭିନ୍ନ ପ୍ରକଳ୍ପ, କାର‌୍ୟ୍ୟକ୍ରମ ଏବଂ ଅଭିଯୋଗ ସମୀକ୍ଷା କରାଯାଇଥିଲା। ରେଳ ମନ୍ତ୍ରଣାଳୟ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ପ୍ରକଳ୍ପଗୁଡ଼ିକ ସମୀକ୍ଷା କରାଯାଇଥିଲା। ମୋଟ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ଏହିସବୁ ପ୍ରକଳ୍ପ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଜମ୍ମୁ ଓ କଶ୍ମୀର, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ଗୁଜରାଟ ଓ ଦାଦ୍ରା ନଗର ଓ ହାଭେଳି ସମେତ ୧୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ରହିଛି।

ଏହି ସମୀକ୍ଷା ଅବସରରେ, ଆୟୁଷ୍ମାନ ଭାରତ ଏବଂ ଜଳ ଜୀବନ ମିଶନ ଭଳି କାର‌୍ୟ୍ୟକ୍ରମର ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ସଂକ୍ରାନ୍ତ ଅଭିଯୋଗ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।

ଅଭିଯୋଗଗୁଡ଼ିକର ବିସ୍ତୃତ ସମାଧାନ ସୁନିଶ୍ଚିତ ଓ ତ୍ୱରାନ୍ୱିତ କରିବା ଲାଗି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯେଉଁସବୁ ପ୍ରକଳ୍ପ ସମୀକ୍ଷା କରାଯାଇଥିଲା, ସେଗୁଡ଼ିକୁ ଧାର‌୍ୟ୍ୟ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବା ଲାଗି ବିଳମ୍ବିତ ପ୍ରସଙ୍ଗଗୁଡ଼ିକର ଶୀଘ୍ର ସମାଧାନ ସୁନିଶ୍ଚିତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୁଖ୍ୟ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ଯଥାଶୀଘ୍ର ସମସ୍ତ ରାଜ୍ୟ ଆୟୁଷ୍ମାନ ଭାରତର ଶତପ୍ରତିଶତ ପଞ୍ଜୀକରଣ ସମ୍ପୂର୍ଣ୍ଣ କରିବା ଦିଗରେ ଧ୍ୟାନ ଦେବା ଉଚିତ। ସେହିପରି ଜଳ ଜୀବନ ମିଶନ ଅନ୍ତର୍ଗତ ଲକ୍ଷ୍ୟ ହାସଲ କରିବା ନିମନ୍ତେ ମିଶନ ମୋଡରେ କାର‌୍ୟ୍ୟ କରିବା ଲାଗି ଏକ କାର‌୍ୟ୍ୟଖସଡ଼ା ପ୍ରସ୍ତୁତ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ଅନୁଷ୍ଠିତ ୩୩ଟି ପ୍ରଗତି ସମୀକ୍ଷା ବୈଠକରେ ୧୮ଟି କ୍ଷେତ୍ରରେ ୨୮୦ଟି ପ୍ରକଳ୍ପ ସହିତ ୫୦ଟି କାର‌୍ୟ୍ୟକ୍ରମ/ଯୋଜନା ଏବଂ ଅଭିଯୋଗର ସମୀକ୍ଷା କରାଯାଇସାରିଛି।

Categories
ଆଜିର ଖବର ଜାତୀୟ ଖବର

ଗୋ ବ୍ୟାକ୍‌ ମୋଦି : ମୋଦିଙ୍କ କଲିକତା ଗସ୍ତକୁ ଛାତ୍ର ସଙ୍ଗଠନ ଏସ୍‌ଏଫ୍‌ଆଇର ବିରୋଧ

ପଶ୍ଚିମବଙ୍ଗ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଛାତ୍ରସଙ୍ଗଠନ ଷ୍ଟୁଡେଣ୍ଟସ୍‌ ଫେଡେରସନ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଦୁଇ ସଙ୍ଗଠନ ନେତାଜୀ ସୁଭାଷ ବୋଷ ଅନ୍ତରାର୍ଷ୍ଟ୍ରୀୟ ବିମାନବନ୍ଦର ଓ ସଡକରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା ପ୍ରସ୍ତୁତ କରିଛନ୍ତି ।

ସୋସିଆଲ ମିଡିଆରେ ହ୍ୟାଜ୍‌ଟ୍ୟାଗ୍‌ ଗୋବ୍ୟାକ୍‌ମୋଦିର ଏକ ଅଭିଯାଜନ ଚଲାଇଛନ୍ତି, ଯେଉଁଥିରେ ଲୋକଙ୍କୁ ଏୟାରପୋର୍ଟ ରୋଡ ଓ ଭିଆଇପି ରୋଡରେ ବିରୋଧ କରିବା ପାଇଁ ପହଞ୍ଚିବାକୁ କୁହାଯାଇଛି ।  ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାର ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀମାନେ ରାସ୍ତା ଖାଲି କରାଯିବା ସହିତ ପ୍ରଦର୍ଶନର ସମ୍ଭାବନା ଥିବାରୁ ସଡକରେ ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି । ମୋଦି ଏହି ଗସ୍ତରେ କୋଲକତାର ପୋର୍ଟ ଟ୍ରଷ୍ଟର 150 ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବା ସହିତ ରାଷ୍ଟ୍ର ଉଦ୍ଦେଶ୍ୟରେ ଚାରି ଐତିହାସିକ କୋଠାକୁ ସମର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । (ଏଜେନ୍ସି)

Categories
ଆଜିର ଖବର

ନିର୍ବାଚନରେ ବିଜୟ ନେଇ ହେମନ୍ତ ସୋରେନ୍‌ଙ୍କୁ ଶୁଭକାମନା ଜଣାଇଲେ ମୋଦି

ନୂଆଦିଲ୍ଲୀ, 23/12: ଝାଡଖଣ୍ଡ ବିଧାନସଭା ନିର୍ବାଚନରେ କଂଗ୍ରେସ-ଜେଏମଏମ୍‌-ଆରଜେଡି ମହାମେଣ୍ଟ ରାଜ୍ୟରେ ଥିବା ବିଜେପି ସରକାରକୁ କଡ୍ଡା ଟକ୍କର ଦେଇ  ବିଜୟୀ ହୋଇଛନ୍ତି। ନିର୍ବାଚନ ପରିଣାମ ଆସିବା ପରେ ଜେଏମଏମ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ନେଇ ସ୍ପଷ୍ଟ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୋରେନ୍‌ଙ୍କୁ ଶୁଭକାମନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, ଝାଡଖଣ୍ଡ ବିଧାନସଭା ନିର୍ବାଚନ ବିଜୟ ପାଇଁ ହେମନ୍ତ ସୋରନେ୍‌ ଓ ଜେଏମ୍‌ଏମ୍‌ର ନେତୃତ୍ବ ନେଉଥିବା ସମସ୍ତ ମହାମେଣ୍ଟକୁ ଶୁଭକାମନା। ରାଜ୍ୟରେ ସେବା କରିବା ନିମେନ୍ତ ଶୁଭକାମନା। ଆଉ ଏକ ଟୁଇଟ୍‌ରେ କହିଛନ୍ତି ଯେ, ଝାଡଖଣ୍ଡ ଲୋକଙ୍କୁ ଧନ୍ୟବାଦ ଯେ, ବିଜେପିକୁ କିଛି ବର୍ଷ ସେବା କରିବାକୁ ସୁଯୋଗ ଦେଇଥିବାରୁ। ବିଜେପି ଆଗାମୀ ସମୟରେ ମଧ୍ୟ ଝାଡଖଣ୍ଡର ସେବା କରିବା ସହିତ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିବ। (ଏଜେନ୍ସି)