ନୂଆଦିଲ୍ଲୀ, ଏଥର ସଡକ ଏବଂ ରାଜପଥ ବିକାଶ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସର୍ବାଧିକ ବ୍ୟୟ ବରାଦ କରିଛନ୍ତି। ସେଗୁଡିକ ନିମ୍ନରେ ପ୍ରଦାନ କରାଗଲା
- ସଡ଼କ ଓ ରାଜପଥ ମନ୍ତ୍ରଣାଳୟକୁ ୧,୮୧,୧୦୧ ଲକ୍ଷ କୋଟି ଟଙ୍କାର ବର୍ତ୍ତମାନ ସୁଦ୍ଧା ସର୍ବାଧିକ ଆବଣ୍ଟନ-ଏଥିମଧ୍ୟରୁ ୧,୦୮,୨୩୦ କୋଟି ଟଙ୍କାର ପୁଞ୍ଜି ଯୋଗାଡ଼ କରିବା ଲାଗି
- ୫.୩୫ ଲକ୍ଷ କୋଟି ଟଙ୍କାର ଭାରତମାଳା ପରିଯୋଜନା ଅନ୍ତର୍ଗତ ୩.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ୧୩୦୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ
- ୩୮୦୦ କିମି ଲମ୍ବ ସଡ଼କ ନିର୍ମାଣ ଆରମ୍ଭ ହୋଇସାରିଛି
- ମାର୍ଚ୍ଚ ୨୦୨୨ ସୁଦ୍ଧା ୮୫୦୦ କିମି ଲମ୍ବ ସଡ଼କ ଆହୁରି ନିର୍ମାଣ କରାଯିବ
- ୧୧୦୦୦ କିମି ଜାତୀୟ ରାଜପଥ କରିଡର ମଧ୍ୟ ମାର୍ଚ୍ଚ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ।
- ଆର୍ଥିକ କରିଡର ନିର୍ମାଣ ଲାଗି ଯୋଜନା
- ତାମିଲନାଡ଼ୁରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶରେ ୩୫୦୦ କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର୍ୟ୍ୟ କରାଯିବ।
- କେରଳରେ ୬୫୦୦୦ କୋଟି ଟଙ୍କା ବ୍ୟୟରେ ୧୧୦୦ କିମି ଜାତୀୟ ରାଜପଥ ନିର୍ମାଣ
- ପଶ୍ଚିମବଙ୍ଗରେ ୨୫୦୦୦ କୋଟି ଟଙ୍କା ବ୍ୟୟରେ ୬୭୫ କିମି ରାଜପଥ ନିର୍ମାଣ କାର୍ୟ୍ୟ
- ଆସାମରେ ୧୯,୦୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ କାମ ବର୍ତ୍ତମା ଜାରି ରହିଛି। ରାଜ୍ୟରେ ଆସନ୍ତା ତିନି ବର୍ଷ ମଧ୍ୟରେ ୩୪,୦୦୦ କୋଟି ଟଙ୍କା ବ୍ୟୟରେ ୧୩୦୦ କିମି ଲମ୍ବ ଜାତୀୟ ରାଜପଥ ନିର୍ମାଣ କାର୍ୟ୍ୟ କରାଯିବ।
- ଗୁରୁତ୍ୱପୂର୍ଣ୍ଣ ସଡ଼କ ଏବଂ ରାଜପଥ ପ୍ରକଳ୍ପ
- ଦିଲ୍ଳୀ-ମୁମ୍ବାଇ ଏକ୍ସପ୍ରେସୱେ : ୨୬୦କିମି ଅବଶିଷ୍ଟ କାର୍ୟ୍ୟ ୩୧/୦୩/୨୦୨୧ ସୁଦ୍ଧା ପ୍ରଦାନ କରାଯିବ।
- ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସୱେ : ୨୭୮ କିମି କାର୍ୟ୍ୟ ଚଳିତ ଆର୍ଥିକ ବର୍ଷରେ ଆରମ୍ଭ ହୋଇଯିବ। ନିର୍ମାଣ କାର୍ୟ୍ୟ ୨୦୨୧-୨୨ ରେ ଆରମ୍ଭ ହେବ।
- କାନପୁର-ଲକ୍ଷ୍ନୌ ଏକ୍ସପ୍ରେସୱେ : ଜାତୀୟ ରାଜପଥ ସଂଖ୍ୟା-୨୭ ଲାଗି ବିକଳ୍ପ ୬୩ କିମି ଏକ୍ସପ୍ରେସୱେ ନିର୍ମାଣ କାମ ୨୦୨୧-୨୨ରେ ଆରମ୍ଭ ହେବ।
- ଦିଲ୍ଲୀ-ଡେରାଡୁନ ଆର୍ଥିକ କରିଡର : ୨୧୦ କିମି ଲମ୍ବ କରିଡର କାମ ଚଳିତ ଆର୍ଥିକ ବର୍ଷ ଆରମ୍ଭ ହେବ। ନିର୍ମାଣ କାର୍ୟ୍ୟ ୨୦୨୧-୨୨ରେ ଆରମ୍ଭ ହେବ।
- ରାୟପୁର-ବିଶାଖାପାଟଣା : ଛତିଶଗଡ଼, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଦେଇ ଅତିକ୍ରମ କରିବାକୁ ଥିବା ୪୬୪ କିମି ଲମ୍ବ ସଡ଼କ ପ୍ରକଳ୍ପ ଚଳିତ ଆର୍ଥିକ ବର୍ଷରେ ପ୍ରଦାନ କରାଯିବ।
- ଚେନ୍ନାଇ-ସେଲମ କରିଡର : ୨୭୭ କିମି ଲମ୍ବ ଏକ୍ସପ୍ରେସୱେ ନିର୍ମାଣ କାମ ୨୦୨୧-୨୨ରେ ଆରମ୍ଭ
- ଚାରି ଲେନ ଏବଂ ଛଅ ଲେନର ସମସ୍ତ ନୂଆ ରାଜପଥରେ ଉନ୍ନତ ଗମନାଗମ ପରିଚାଳନା ପ୍ରଣାଳି ପ୍ରତିଷ୍ଠା କରାଯିବ :
- ସ୍ପିଡ ରାଡାର
- ଭ୍ୟାରିଏବଲ ମେସେଜ ସାଇନବୋର୍ଡ
- ଜିପିଏସ ଆଧାରିତ ଭ୍ୟାନ ସଂଯୋଗ କରାଯିବ