Categories
ଆଜିର ଖବର

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୁପିନ୍ଦର ହୁଡାଙ୍କୁ ଇଡିର ଜେରା

କର୍ଣ୍ଣାଲ, ୪/୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡାଙ୍କୁ ଏକ ଜମି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ପଚରା ଉଚୁରା କରାଯାଇଛି । ଗୁରଗାଓଁ ଜମି ଦୁର୍ନୀତି ମାମଲାରେ ହୁଡାଙ୍କ ସମ୍ପୃକ୍ତି ନେଇ ବୁଧବାର ପଚରା ଉଚୁରା କରାଯାଇଥିବା ଜଣାପଡିଛି । ସମାନ ମାମଲାରେ ଜାନୁୟାରୀ 2019ରେ ହୁଡାଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଗୁରୁଗାଓଁ ଜମି ଦୁର୍ନୀତିରେ ଘରୋଇ ବିଲ୍ଡରଙ୍କୁ ୧୪ଶହ ଏକର ଜମି ପ୍ରଦାନ କରିଥିଲେ । ଏହି ମାମଲା ବ୍ୟତୀତ ହୁଡାଙ୍କ ନାମରେ ଏଜେଏଲ୍‌ ଗ୍ରୁପ୍‌ ସହିତ ଦୁର୍ନୀତି ମାମଲା ରୁଜୁ କରାଯାଇଛି । ନ୍ୟାସନାଲ ହେରାଲ୍ଡ ଖବର କାଗଜ ଚଳାଉଥିବା ଏଜେଏଲ୍‌ ଗ୍ରୁପ୍‌ ସହିତ ହୁଡା ଏକ ଜମି ଦୁର୍ନୀତିରେ ସମ୍ପୃକ୍ତ ଥିବାର ଅଭିଯୋଗ ଆସିଥିଲା । (ଏଜେନ୍ସି)