ନୂଆଦିଲ୍ଲୀ : ଦିଲ୍ଲୀ ରାଜପଥରେ 71ତମ ଗଣତନ୍ତ୍ର ଦିବସ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆଗେଟ୍ ନିକଟରେ ଥିବା ଜାତୀୟ ଯୁଦ୍ଧ ସ୍ମାରକଠାରେ ରାଷ୍ଟ୍ର ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କ ସମେତ ତିନି ସେନା ମୁଖ୍ୟ ସେଠାରେ ଉପସ୍ଥିତ ଥିଲେ। ତିନି ସେନାର ମୁଖ୍ୟ ରାଷ୍ଟ୍ରୀୟ ପ୍ରମୁଖ ଅବସରରେ ଯଥା ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସରେ ଅମର ଯବାନ ଜ୍ୟୋତିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରନ୍ତି। ଅମର ଜବାନ ଜ୍ୟୋତି ପରିବର୍ତ୍ତେ ପ୍ରଥମ ଥର ଲାଗି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । (ଏଜେନ୍ସି)
Tag: nationalwarmemorial
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ସମର ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲର ଉଦଘାଟନ କରିଛନ୍ତି । ପ୍ରାୟ ୪୦ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି ସ୍ମାରକ ଦେଶର ସହିଦ ସୈନିକଙ୍କ ପାଇଁ ସମର୍ପିତ କରିଛନ୍ତି । ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍ଠାରେ ଏହା ଲୋକାର୍ପିତ ହୋଇଛି । ସ୍ଵାଧୀନତା ପରଠାରୁ ଯୁଦ୍ଧ ଶହୀଦ ଯବାନଙ୍କ ସ୍ମୃତିରେ ଏହା ଲୋକାର୍ପିତ କରାଯାଇଛି । ଏହି ଅବସରରେ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ ଏହି ସ୍ମାରକ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ହଜାର ହଜାର ବୀର ସୈନିକଙ୍କ ଉଦ୍ଦେଶ୍ୟରେ ସମର୍ପିତ । ସେ କହିଛନ୍ତି ଯେ ଦେଶର ସେନା ମାନଙ୍କ ପାଇଁ ଏପରି ସ୍ମାରକ ବହୁ ଆଗରୁ ନିର୍ମିତ ହେବାର ଥିଲା । ଭାରତୀୟ ସେନା ବିଶ୍ଵର ସବୁଠାରୁ ଘାତକ ଓ ପେଶାଦାର ସେନା ମଧ୍ୟରେ ଅନ୍ୟତମ । ସେମାନେ ସବୁବେଳେ ଦେଶର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି । ଦେଶର ସରକାର ଯବାନ ମାନଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ।