Categories
ଆଜିର ଖବର ରାଜ୍ୟ ଖବର

ସରିଲା କ୍ୟାବିନେଟ୍‌ ବୈଠକ : 5 ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର୍‌

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୫ଟି ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ ମିଳିଥିବା ଜଣାଯାଇଛି। ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଏହି ବୈଠକରେ ସାଧାରଣ ପ୍ରଶାସନ, ଏସ୍‌/ଏସ୍‌ଟି, ପୂର୍ତ୍ତ ଓ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାକୁ ମଞ୍ଜୁରୀ ମିଳିଥିବାର ସୂଚନା ରହିଛି । ସେହିପରି ପଛୁଆ ବର୍ଗଙ୍କ ପାଇଁ ଗୁରତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାର ସୂଚନା ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଦ୍ୟାଳୟରେ ସମ୍ବିଧାନର ମୁଖବନ୍ଧ ପଢାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀକାନ୍ତ

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ସମ୍ପ୍ରତି ଦେଶରେ ସିଏଏ, ଏନଆରସିକୁ ଦେଶର ଏକ ବିବାଦମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଦେଶର ସମ୍ବିଧାନ ଆଜି ବିପନ୍ନ। ସମ୍ବିଧାନ ସୁରକ୍ଷା ପାଇଁ ବିରୋଧୀ ଦଳଙ୍କ ସମେତ ବହୁ ବୁଦ୍ଧିଜୀବୀମାନେ ଚେଷ୍ଟା ଜାରି ରଖିଛନ୍ତି। ସମ୍ବିଧାନକୁ ସୁରକ୍ଷା ପାଇଁ ବିଦ୍ୟାଳୟରେ ସମ୍ବିଧାନ ମୁଖବନ୍ଧ ପଢାଯାଉଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ଛତିଶଗଡ ପରି ଅଣବିଜେପି ଶାସିତ ସରକାରଗୁଡ଼ିକ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନ ମୁଖବନ୍ଧ ପଢିବାକୁ ବାଧ୍ୟତାମୂଳକ କରି ସାରିଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଦ୍ୟାଳୟଗୁଡ଼ିକରେ ସମ୍ବିଧାନର ମୁଖବନ୍ଧ ପଢାଯିବା ନେଇ ନିୟମ କରିବାକୁ ଚିଠି ଦେଇଛନ୍ତି। ଜାନୁଆରୀ 26 ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ଅବସରରେ ଏହି ନିୟମକୁ ଲାଗୁ କରିବା ନେଇ ଚିଠି ଲେଖିଛନ୍ତି ଶ୍ରୀକାନ୍ତ ଜେନା।

Categories
ଜାତୀୟ ଖବର ବିଶେଷ ଖବର

ମନ୍ଦିର ରାଜନୀତି, ବିଜେଡି ବନାମ ବିଜେପି

କେଦାର ମିଶ୍ର

ପ୍ରଶାସନର ସବୁ ଘଟନା ଓ ପ୍ରସଙ୍ଗ ପଛରେ ଗୋଟେ ରାଜନୀତି ଥାଏ ଓ ଏହାକୁ ଯେତେ ଅସ୍ଵୀକାର କାଲେ ମଧ୍ୟ ତାହା ସତ୍ୟନବୀନ ପଟ୍ଟନାୟକ ଯେତେବେଳେ ତାଙ୍କର ପଞ୍ଚମ ପାଳିର ସରକାର ଆରମ୍ଭ କଲେ, ସେତେବେଳେ ହଠାତ ପ୍ରଶାସନର ଉଦ୍ଦେଶ୍ୟ ବଦଳିଗଲାଆଗରୁ ଲୋକପ୍ରିୟ ଯୋଜନା ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଓଡିଶା ସରକାର, ହଠାତ ରାଜ୍ୟର ପୁରୁଣା ମନ୍ଦିର ତଥା ଧର୍ମସ୍ଥଳୀ ଗୁଡିକର ବିକାଶ ଉପରେ ଗୁରୁତ୍ଵ ଦେବା ଆରମ୍ଭ କଲେ। ଓଡିଶାର ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀ ସହରର ଚେହେରା ବଦଳାଇଦେବାକୁ ଏକ ବଡ ଯୋଜନା ଇତିମଧ୍ୟରେ ଆରମ୍ଭ ହୋଇ ସାରିଛି ଓ ପୁରୀର ଚେହେରା ବଦଳିବା ଆରମ୍ଭ କରିଛି। ପୁରୀ ସହିତ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ କୋଣାର୍କ ମନ୍ଦିରର ବିକାଶ ଲାଗି ନିର୍ଦ୍ଦିଷ୍ଟ ଯୋଜନା କଥା ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହା ସହିତ ଗତକାଲି ସମ୍ବଲପୁର ଗସ୍ତରେ ଯାଇଥିବା ସମୟରେ ମୁଖ୍ୟମନ୍ତ୍ରୀ ସମଲେଶ୍ଵରୀ ମନ୍ଦିରର ବିକାଶ ଲାଗି ସ୍ଵତନ୍ତ୍ର ପ୍ରକଳ୍ପ ବିଷୟରେ ଘୋଷଣା କରିଛନ୍ତି। ରାଜ୍ୟ ସରକାର ସ୍ପଷ୍ଟ ଭାବରେ ମନ୍ଦିର ତଥା ପ୍ରସିଦ୍ଧ ଧର୍ମକ୍ଷେତ୍ର ଗୁଡିକର ବିକାଶ କଥା ଚିନ୍ତା କରିଛନ୍ତି ଓ ଏହା ଗତ କୋଡିଏ ବର୍ଷ ଶାସନ ପରେ ଏକ ବ୍ୟତିକ୍ରମ ନିଶ୍ଚୟ। ତେଣୁ ଏ ପ୍ରସଙ୍ଗରେ ରାଜନୀତି ଅଛି କି ବୋଲି ପ୍ରଶ୍ନ ଉଠିବା ସ୍ଵାଭାବିକ।

କେହି କେହି ଏହାକୁ ବିଜେପିର ମନ୍ଦିର ରାଜନୀତି ବିପକ୍ଷରେ ବିଜେଡ଼ିର ଏକ ସୁଚିନ୍ତିତ ରାଜନୀତି ବୋଲି କହୁଛନ୍ତି। ହେଲେ ବିଜେପିର ମନ୍ଦିର ରାଜନୀତି ଓ ଓଡିଶା ମନ୍ଦିରଗୁଡିକର ବିକାଶ ପ୍ରସଙ୍ଗକୁ ଆମେ ତୁଳନା କରି ପାରିବା କି? ବିଜେପି ଯଦିଓ ହିନ୍ଦୁତ୍ଵ ଜାତୀୟତାବାଦ ରାଜନୀତିର କଥା କହେ,ହେଲେ ସରକାର ଗଠନ ପରେ ଐତିହ୍ୟ ବିକାଶ ତଥା ଜାତୀୟ ସାଂସ୍କୃତିକ ସମ୍ବଳର ପରିଚାଳନା କ୍ଷେତ୍ରରେ ଏହା ବିଶେଷ ଗୁରୁତ୍ଵ ଦେଇନାହିଁ। ମୋଦୀ ସରକାରର ପ୍ରଥମ ପାଳିରେ “ଅମୃତ” ଓ “ପ୍ରସାଦ” ଯୋଜନାର ସଫଳତା ବିଷୟରେ ସେମିତି କିଛି ବିଶେଷ କାହାଣୀ ବିଜେପି ସରକାର କହି ପାରିବେ ନାହିଁ। ବିଜେପିର ମନ୍ଦିର ରାଜନୀତି ଏ ଯାଏଁ ତିଆରି ହୋଇନଥିବା ରାମ ମନ୍ଦିରକୁ କେନ୍ଦ୍ର କରି ଗତି କରୁଛି। ଏହି ମନ୍ଦିର ସହିତ ଇତିହାସର ଏକ ଦୁର୍ଘଟଣା ସହିତ ଜଡିତ ଏବଂ ସେହି ଦୁର୍ଘଟଣାରୁ ବିଜେପି ଢେର ଫାଇଦା ଉଠାଇସାରିଛି। ପରିଶେଷରେ ସୁପ୍ରିମ କୋର୍ଟ ରାମ ମନ୍ଦିର ସପକ୍ଷରେ ଚୂଡାନ୍ତ ରାୟ ଦେବାପରେ ଏହି ରାଜନୀତିର ଅନ୍ତ ଘଟିଛି। ରାମମନ୍ଦିର ରାଜନୀତି ସହିତ ପ୍ରାଚୀନ ଐତିହ୍ୟ ବା କୀର୍ତ୍ତିର ସମ୍ପର୍କ ନାହିଁ। ଏହା ଏକ ନୂଆ ମନ୍ଦିର ଯାହା ଏଯାଏ ଜନ୍ମ ନେଇନାହିଁ। ତେଣୁ ରାମ ମନ୍ଦିର ରାଜନୀତି ସହିତ ଓଡିଶା ମନ୍ଦିର ସମ୍ପର୍କରେ ସରକାରଙ୍କ ତତ୍ପରତାକୁ ତୁଳନା କରିବା ଠିକ ହେବନାହିଁ।

ଓଡିଶାର ସାଂସ୍କୃତିକ ପର୍ୟଟନର ମୂଳ ପୂଞ୍ଜି ଭାବରେ ଓଡିଶାରେ ଶହ ଶହ ପ୍ରାଚୀନ ମନ୍ଦିର ରହିଛି। ଏହି ମନ୍ଦିର ଗୁଡିକ କେବଳ ଧାର୍ମିକ ପୂଜାସ୍ଥଳୀ ନୁହନ୍ତି, ଏହା କଳିଙ୍ଗ ଶିଳ୍ପ ଓ ସ୍ଥାପତ୍ୟର ଉତ୍କର୍ଷଓଡିଶାରେ ମନ୍ଦିର ଗୁଡିକୁ କେବଳ ନୁହେଁ, ବରଂ ପ୍ରାଚୀନ ବୁଦ୍ଧ ବିହାର, ମଜାର, ମସଜିଦ, ଗୀର୍ଜା, ଗୁମ୍ଫା ଇତ୍ୟାଦିର ଏକ ନବୀନ ସର୍ବେକ୍ଷଣ ହେବା ଜରୁରୀ। ୧୮୭୨-୭୩ ମସିହାରେ ଜନୈକ ଆମେରିକାନ ଇଞ୍ଜିନିୟର ଯୋଶେଫ ଡେଭିଡ ବେଗଲାର ଓଡିଶାର ମନ୍ଦିରମାନଙ୍କ ଉପରେ ଏକ ବିଶେଷ ସର୍ଭେ କରିଥିଲେ। ବେଗଲାରଙ୍କ ସର୍ଭେରୁ ଶହ ଶହ ପ୍ରାଚୀନ ମନ୍ଦିରକୁ ଆମେ ମାଟି ତଳୁ କିମ୍ବା ଜଙ୍ଗଲ ଭିତରୁ ପୁଣିଥରେ ଦେଖିବାର ସୁଯୋଗ ପାଇଲେ। ବେଗଲାର ଉଠାଇଥିବା କୋଣାର୍କ ମନ୍ଦିରର ଫଟୋ ଦେଖି ଆମେ ଜାଣୁ ଯେ ସେତେବେଳେ ଅଧା ମନ୍ଦିର ବାଲିରେ ପୋତି ହୋଇ ରହିଥିଲା। ସରକାର ମନ୍ଦିର ଗୁଡିକର ବିକାଶ ବିଷୟରେ ଚିନ୍ତା କରିବା ପୂର୍ବରୁ ସେ ସମ୍ପର୍କରେ ଏକ ସୁବିସ୍ତୃତ କ୍ୟାଲେଣ୍ଡର ତିଆରି କରିବା ଜରୁରୀ।

ପୁରୀ ଓ ଭୁବନେଶ୍ବରକୁ ବାଦ ଦେଲେ ଗଞ୍ଜାମ ଜିଲାର ବୁଗୁଡା ଓ ଖଲିକୋଟ, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ଯାଜପୁର, ବଲାଙ୍ଗିରର ହରିଶଙ୍କର ଓ ରାଣୀପୁର-ଝରିଆଲ, ବରଗଡର ନୃସିଂହନାଥ ଇତ୍ୟାଦିର ବିଶେଷ ଗୁରୁତ୍ଵ ରହିଛି। ଏହା ବାଦ ରାଜ୍ୟର ପ୍ରମୁଖ ସୁଫି ଆସ୍ଥାନ, ପୁରୁଣା ଗୀର୍ଜା ଗୁଡିକର ସୁରକ୍ଷା କଥା ମଧ୍ୟ ସରକାରଙ୍କ ଚିନ୍ତାର ବିଷୟ ହେବା ଉଚିତ। ପୁରୀ ସହର କେବଳ ସନାତନ ସଂସ୍କୃତିର ପ୍ରାଚୀନ ସହର ନୁହେଁ, ଏହା ସବୁ ଧର୍ମ ଓ ମତର ସମନ୍ଵୟ କ୍ଷେତ୍ର ମଧ୍ୟଶଙ୍କାରାଚାର୍ୟ, ରାମାନନ୍ଦ, ରାମାନୁଜ, ନାନକ, ଚୈତନ୍ୟ, ସାଲବେଗ ପ୍ରମୁଖଙ୍କ ବହୁ ମତ ଓ ପନ୍ଥର ସମନ୍ଵୟ ପୁରୀରେ ଘଟିଛି। ତେଣୁ ପୁରୀର ବିକାଶ ବେଳେ ଏହାର ସମନ୍ବୟବାଦୀ ପରମ୍ପରାର ସଂରକ୍ଷଣ ମଧ୍ୟ ନିତାନ୍ତ ଜରୁରୀ।

ବିଜେପିର ଧାର୍ମିକ ରାଜନୀତି ସହିତ ବିଜେଡି ସରକାରର ମନ୍ଦିର ବିକାଶ କୁ ହୁଏତ ଯୋଡିବା ଠିକ ହେବନାହିଁ, ହେଲେ ମନ୍ଦିର ବିକାଶ ଯେମିତି ସୌଖୀନ ହିନ୍ଦୁତ୍ଵର ଏଜେଣ୍ଡା ନ ହୁଏ, ସେଥିପ୍ରତି ଦ୍ରୁଷ୍ଟି ଦେବା ମଧ୍ୟ ଜରୁରୀ।     

Categories
ଆଜିର ଖବର ରାଜ୍ୟ ଖବର

ବରଗଡ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ ସହିତ ସାଇନ୍ସ ପାର୍କର କଲେ ଉଦ୍‌ଘାଟନ

ସମୀକ୍ଷା ବ୍ୟୁରୋ

ବରଗଡ : ବରଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଠାରେ ନୂତନ ଜିଲ୍ଲା ଚିକିତ୍ସାଳୟର ଲୋକାର୍ପଣ କରିବା ସହିତ ସାଇନ୍ସ ପାର୍କର ଉଦ୍‌ଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ବରଗଡ଼ ସହର ଠାରୁ ୧୦ କିଲୋମିଟର ଦୂର ଟୁକୁର୍ଲା ଠାରେ ୪୫ କୋଟି ବ୍ୟୟ ଅଟକଳରେ ଏହି କୋଠା ନିର୍ମାଣ ହୋଇଛି। 300ଟି ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ୍‌ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭାବେ କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀ ଆଜି ସମ୍ବଲପୁର ଗସ୍ତ ମଧ୍ୟ କରିବେ। ଏଠାରେ ପ୍ରସିଦ୍ଧ ମା’ ସମଲେଶ୍ବରୀଙ୍କ ଦର୍ଶନ କରିବା ସହିତ ଏହି ମନ୍ଦିରର ବିକାଶ ପାଇଁ ମଧ୍ୟ ଘୋଷଣା କରାଯାଇପାରେ ବୋଲି ସୂଚନା ରହିଛି।