Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନକ୍ସଲ ଚକ୍ରବ୍ୟୁହରେ କେମିତି ଫସିଲେ ସୁରକ୍ଷା କର୍ମୀ, ଜାଣନ୍ତୁ 22 ଯବାନ ସହିଦ ହେବା ପଛର ରହସ୍ୟ

ନୂଆଦିଲ୍ଲୀ, ଗତକାଲି ଭାରତ ରାଜନୈତିକ ଇତିହାସରେ ଆଉ ଏକ ବଡ ଘଟଣା ଯୋଡି ହୋଇଗଲା। ନକ୍ସଲଙ୍କ ଶଣ୍ଢୁଆସୀ ଆକ୍ରମଣରେ ସହିଦ ହେଲେ 22 ଯବାନ। କେତେ ଜଣ ମାଓବାଦୀ ମଲେ ତାହା ବଡ କଥା ନୁହେଁ, ହେଲେ ମାଓବାଦୀଙ୍କ ଯେଉଁ ହମଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଥର ମାଓବାଦୀମାନେ ପୂର୍ବରୁ ଏକ ଚକ୍ରବ୍ୟୁହ ରଚନା କରି ସୁରକ୍ଷା କର୍ମୀଙ୍କୁ ଫସେଇ ଦେଇଛନ୍ତି। ଯାହା ପୂର୍ବରୁ କେବେ ଏପରି ଘଟଣା ଘଟି ନ ଥିଲା।

ପ୍ରକୃତ ଘଟଣା ହେଲା ମାଓବାଦୀମାନ ଯବାନଙ୍କୁ ହତ୍ୟା କରିବେ ବୋଲି ପୂର୍ବରୁ ଷଡଯନ୍ତ୍ର କରିଥିଲେ। ସେଥିପାଇଁ ସେମାନେ ନିଜେ ସୁକୁମା ଜଙ୍ଗଲରେ ଲୁଚି ରହିଛନ୍ତି ବୋଲି ଏକ ଖବର ଜାଣିଶୁଣି ପ୍ରଚାର କରିଦେଲେ। ସେହି ଖବର ଗୁଇନ୍ଦା ବିଭାଗ ପାଖରେ ପହଁଚିବା ପରେ ଏକ ବଡ ଅପରସେନର ଯୋଜନା ପ୍ରସ୍ତୁତ କରାଗଲା। ମାଓବାଦୀମାନେ ଜାଣିଶୁଣି ଖବର ଦେଇ ଯବାନମାନଙ୍କୁ ଅପେକ୍ଷା କରି ରହିଲେ। ସେଥିପାଇଁ ସେମାନେ ଏକ ଚକ୍ରବ୍ୟୁହ ରଚନା କଲେ। ସୁକୁମା ବିଜେପୁର ଭୌଗଳିକ ସ୍ଥିତି ଅନୁସାରେ ସେମାନେ ପାହାଡ ଉପରେ ଇଂରାଜୀ ଅକ୍ଷର ‘U’ ପରି ଜଗି ରହିଲେ।

ଏସବୁ ଖବର ଗୁଇନ୍ଦା କିମ୍ବା ଯବାନଙ୍କ ପାଖରେ ନ ଥିଲା। ଫଳରେ ପ୍ରାୟ ଦୁଇ ହଜାର ଯବାନ ସୁକୁମା ଜଙ୍ଗଲ ଭିତରକୁ ମାଓ ଅପରେସନ କରିବେ ବୋଲି ବାହାରି ପଡିଲେ। ଗୁଇନ୍ଦା ସୁଚନା ଅନୁସାରେ ସେମାନେ ଜଙ୍ଗଲ ଭିତରକୁ ପଶି ମାଓ ଆବାସ ସ୍ଥଳ ଆଡକୁ ଅଗ୍ରସର ହେବାକୁ ଲାଗିଲେ। ହେଲେ ସେଠାରେ ପହଞ୍ଚିବା ପୂର୍ବରୁ ଆଗରୁ ଜଗି ରହିଥିବା ମାଓବାଦୀମାନେ ପାହାଡ ଉପରୁ ଶଣ୍ଢୁଆଶୀ ଆକ୍ରମଣ ଆରମ୍ଭ କରିଦେଲେ। ଯବାନମାନେ ନିଜର ବନ୍ଧୁକ ଧରିବା ପାଇଁ ମଧ୍ୟ ସମୟ ପାଇ ପାରିଲେ ନାହିଁ। ତେବେ ସେଠାରେ ପ୍ରାୟ 4 ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

ଏହି ଆକ୍ରମଣରେ ମାଓବାଦୀମାନେ ପାହାଡ ଉପରୁ ରକେଟ ଲଞ୍ଚର ଏବଂ ଏଲଏମଜି ବ୍ୟବହାର କରିଥିବାର ଜଣାପଡିଥିଲା। ଏହି ଆକ୍ରମଣରେ ପ୍ରାୟ 2 ଶହ ମାଓବାଦୀ ସାମିଲ ହୋଇଥିଲେ ବୋଲି ଜଣାପଡିଛି। ସେମାନେ ସମସ୍ତେ ପ୍ରାୟ ସେହି ନିକଟ ଗ୍ରାମର ବୋଲି କୁହାଯାଉଛି। ଏଥିସହିତ ଏହି ଆକ୍ରମଣରେ ମାଓବାଦୀଙ୍କ ତରଫରୁ ତାଙ୍କ ସମର୍ଥକମାନେ ମଧ୍ୟ ବାହାରେ ରହି ଖବର ଦେଉଥିଲେ ବୋଲି ପୋଲିସକୁ ସୂଚନା ମିଳିଛି।

ତେବେ ଏତେ ବଡ ଆକ୍ରମଣ ପଛରେ ଯେ ନେତୃତ୍ୟ ନେଉଥିଲେ ସେ ହେଉଛନ୍ତି ମାଓ କମାଣ୍ଡର ମାଡବି ହିଡିମା। 40 ବର୍ଷ ବୟସର ଏହି ମାଓନେତା ଛତିଶଗଡ ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ ଭାବେ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର, ଛତିଶଗଡ ସୁକୁମା ବିଜେପୁରୀ ସୀମାରେ ମାଓ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଏହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସେ ଏହି ସ୍ଥାପତ୍ୟ ନିର୍ମାଣ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଏହି କଳାରେ ସୁଦର୍ଶନ ବାଲୁକାରେ ଏକ ଜଙ୍ଗଲ କରିଛନ୍ତି। ତା ସମ୍ମୁଖରେ ସିଆରପିଏଫ ଯବନାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ଯବାନଙ୍କ ୟୁନିଫର୍ମକୁ ସେ ରଂଗନୀ ବାଲୁକା ଦେଇ ବାସ୍ତବତାକୁ ଫୁଟାଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

ନକ୍ସଲଙ୍କ ଆକ୍ରମଣରେ 22 ଯବାନ ନିହତ, ସହିଦ ଯବାନଙ୍କୁ ଦିଆଗଲା ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ, ପୁଣି ଥରେ ନକ୍ସଲଙ୍କ ତାଣ୍ଡବ ଆରମ୍ଭ ହୋଇଛି। ରବିବାରର ଭୋରରୁ ନକ୍ସଲଙ୍କ ଆକ୍ରମଣରେ 22 ଜଣ ଯବାନ ନିହତ ହୋଇଛନ। ଏହି ଦୁଃଖଦ ଘଟଣା ଛତିଶଗଡ ସୁକୁମା ବିଜେପୁର ସୀମା ଅଞ୍ଚଳରେ ଘଟିଛି। ମାଓବାଦୀମାନେ ସୀମାନ୍ତ ଜଙ୍ଗଲରେ ଲୁଚି ରହିଥିବାର ଖବର ପାଇଁ ଯବାନମନାଙ୍କ ତରଫରୁ ଏକ ବଡ ଅପରେସନ ଚାଲିଥିଲା। ହେଲେ ଯବାନମାନେ ଆସୁଥିବାର ଜାଣିବା ପରେ ନକ୍ସଲମାନେ ଅତର୍କିତ ଆକ୍ରମଣ ଆରମ୍ଭ କରିଦେଇଥିଲେ।

ପ୍ରାୟ 4 ଘଣ୍ଟା ଧରି ନକ୍ସଲ ଏବଂ ଯବାନମାନଙ୍କ ମଧ୍ୟରେ ଗୁଲି ବିନିମୟ ହୋଇଥିଲା। ହେଲେ ନକ୍ସଲମାନେ ଯେପରି ସ୍ଥାନରେ ଲୁଚି ଗୁଳି ଚାଳନା କରୁଥିଲେ ସେଥିରେ ଯବାନମାନେ ସେମାନଙ୍କୁ ସମ୍ମୁଖୀନ ହେବା କଷ୍ଟଦାୟକ ଥିଲା। ଫଳରେ ସେଠାରେ 22 ଜଣ ଯବାନଙ୍କର ମୃତ୍ୟୁ ହୋଇଥିଲା। ଏମାନଙ୍କ ମଧ୍ୟରେ 8 ଜଣ ହେଉଛନ୍ତି ଜିଲ୍ଲା ରିଜର୍ଭ ଗାର୍ଡ, 6 ଜଣ ଏସଟିଏଫ, 7 ଜଣ କୋବ୍ରା ବାହିନୀ ଏବଂ ଜଣେ ବସ୍ତରିୟା ବାହିନୀ ଯବାନ ଅଛନ୍ତି।

ତେବେ ଏହି ଅପରେସନରେ ନକ୍ସଲମାନଙ୍କର ବ୍ୟାପକ କ୍ଷତି ହୋଇଛି ବୋଲି ଛତିଶଗଡ ନକ୍ସଲ ଅପରେସନ ଡିଆଇଜି ପ୍ରକାଶ କରିଛନ୍ତି। ଏହି ଘଟଣାପରେ ଆସାମ ନିର୍ବାଚନ ପ୍ରଚାରରେ ଥିବା ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଗସ୍ତ କାର୍ଯ୍ୟ ବାତିଲ କରି ଛତିଶଗଡ ଫେରି ଆସିଛନ୍ତି। ସେହିପରି ଗୃହମନ୍ତ୍ରୀ ଅମିତ ସାହା ମଧ୍ୟ ଆସାମ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀରେ ଜରୁରୀ ବୈଠକ କରିଛନ୍ତି।

ଏହି ଘଟଣାକୁ ନେଇ ସାରା ଦେଶରେ ଦୁଃଖ ପ୍ରକାଶ କରାଯାଇଛି। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଶୋକ କରିବା ସହିତ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଦେଇଛନ୍ତି। ସେମାନଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅପରେସନରେ ଯେଉଁମାନେ ଶହୀଦ ହୋଇଛନ୍ତି ସେମାନେ ହେଲେ

District Reserve Guard (DRG)

1. Deepak Bhardwaj, Sub-Inspector

2. Ramesh Kumar Zurri, Head Constable

3. Narayan Sodhi, Head Constable

4. Ramesh Korsa, Constable.

5.Subhash Naik, Constable.

6. Kishor Andrik, Assistant Constable.

7. Sankuram Sodhi, Assistant Constable.

8. Bhosaram Kartami, Assistant Constable.

STF

9. Shravan Kashyap, Head Constable.

10. Ramdas Korrram, Constable.

11. Jagatram Kanwar, Constable

12. Sukhsingh Faras, Constable

13. Ramashankar Paikra, Constable

14. Shankarnath, Constable.

COBRA (210 battalion)

15. Dilip Kumar Das, Inspector

16. Raj Kumar Yadav, Head Constable

17. Shambhurai, Constable

18. Dharmdev Kumar, Constable

19. S M Krishna, Constable

20. R Jagdish, Constable

21. Bablu Rabha, Constable

Bastariya Battalion

22. Samaiyaa Maravi, Constable