Categories
ଆଜିର ଖବର ଜାତୀୟ ଖବର

ଜାତୀୟ ମହିଳା କମିଶନର ଭାବେ ରେଖା ଶର୍ମାଙ୍କ କାର୍ଯ୍ୟକାଳ ଆଉ ତିନି ବର୍ଷ ପାଇଁ ବୃଦ୍ଧି

ନୂଆଦିଲ୍ଲୀ, ଜାତୀୟ ମହିଳା କମିଶନର ଭାବେ ରେଖା ଶର୍ମାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆଜି କେନ୍ଦ୍ର ସରକାର ଏ ନେଇ ଏକ ଗେଜେଟ ନୋଟିଫିକେସନ ଜାରୀ କରିଛନ୍ତି। ଏଥିରେ କୁହାଯାଇଛି ରେଖା ଶର୍ମାଙ୍କର ନୂଆ କାର୍ଯ୍ୟକାଳ ଅଗଷ୍ଟ 7 ତାରିଖରୁ ଆରମ୍ଭ ହେବ। ସେ ଆଉ ତିନି ବର୍ଷ ପାଇଁ ଏହି ସାମ୍ବିଧାନିକ ପଦବୀରେ ରହିବେ।

ରେଖା ଗତ 2018 ମସିହା ଅଗଷ୍ଟ ସାତ ତାରିଖରେ ଜାତୀୟ ମହିଳା କମିଶନର ଭାବେ ନିଯୁକ୍ତି ପାଇଥିଲେ। ସେ ଏହି ପଦବୀରେ ତିନି ବର୍ଷ ପାଇଁ ନିଯୁକ୍ତି ମିଳିଥିଲା। ଏହାପରେ ପୁଣି ଥରେ କେନ୍ଦ୍ର ସରକାର ତାଙ୍କର କାର୍ଯ୍ୟକାଳ ଆଉ ତିନିବର୍ଷ ପାଇଁ ବୃଦ୍ଧି କରିଛନ୍ତି। ସେ 2017 ମସିହାରେ ଅତିରିକ୍ତ ମହିଳା କମିସନର ଭାବେ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଲଭ୍‌ ଜେହାଦ ସମ୍ପର୍କରେ ଆଲୋଚନା କରି ବିବାଦରେ ଛନ୍ଦି ହେଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା

ମୁମ୍ବାଇ : ଲଭ ଜେହାଦକୁ ନେଇ ବିବାଦରେ ଫସିଛନ୍ତି : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ସାକ୍ଷାତ ସମୟରେ ଲଭ୍‌ ଜେହାଦ୍‌ ସମ୍ପର୍କରେ  ଆଲୋଚନା କରିଥିଲେ । ଦେଶରେ ଲଭ ଜେହାଦ ମାମଲା ବୃଦ୍ଧି ପାଉଛି ଏବଂ ଏହା ଦ୍ୱାରା ମହିଳାଙ୍କ ଉପରେ ମଧ୍ୟ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ଶର୍ମା କହିଥିଲେ। ଏହି ପ୍ରସଙ୍ଗରେ କୋଶ୍ୟାରୀଙ୍କ ସହିତ ଆଲୋଚନା ପରେ ଟ୍ୱିଟ କରି ସୂଚନା ଦେଇଥିଲେ ରେଖା ଶର୍ମା । ତେବେ ଟ୍ୱିଟ୍ଟରରେ ରେଖାଙ୍କୁ ବିରୋଧ କରାଯାଇଥିଲା । ଏପରିକି ସ୍ୟାକ ରେଖା ଶର୍ମା ହାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିଥିଲା ।

ଏପରିକି ଅନେକ ବ୍ୟବହାରକାରୀ ରେଖାଙ୍କ ବିରୋଧରେ ମାମଲା ଦାୟର କରିବାର ଧମକ ଦେଇଥିଲେ । କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ କରିଛନ୍ତି । ଦିଗ୍‌ବିଜୟ ଟୁଇଟ୍‌ କରି କହିଛନ୍ତି ଯେ, କ’ଣ ଜାତୀୟ ମହିଳା କମିଶନ ଲଭ୍‌ ଜିହାଦ୍‌କୁ ପରିଭାଷିତ କରିବେ ? ଯଦି ଆପଣ ଏହା କରିନପାରିବେ, ତେବେ ଆପଣ ଆଇନ ପରାମର୍ଶଦାତାଙ୍କୁ ପରିଭାଷିତ କରିବାପାଇଁ କହିବେ ? ଅଥବା ଆପଣ ମୋଦି ସରକାରରେ ରହିଥିବା ମୁଖତାର ଅବ୍ବାସ ନକ୍‌ଭୀ ଜୀଙ୍କୁ ‘ଲଭ୍‌ ଜିହାଦ’କୁ ପରିଭାଷିତ କରିବା ପାଇଁ କହିପାରିବେ ।’

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଅଳଙ୍କାର ବ୍ରାଣ୍ଡ ତନିସ୍କର ଏକ ବିଜ୍ଞାପନରେ ଲଭ ଜିହାଦକୁ ପ୍ରୋତ୍ସାହିତ କରାଯିବାର ଅଭିଯୋଗ ଆସିବା ପରେ ବିଜ୍ଞାପନଟିକୁ ହଟାଯାଇଥିଲା । (ଏଜେନ୍ସି)