Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଆରୋଗ୍ୟମାନେ ଚାରିମାସ ପାଇଁ ରହନ୍ତୁ ସତର୍କ

ନ୍ୟୁୟର୍କ, ଯେଉଁମାନେ ଗୁରୁତର କୋଭିଡ -୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନଙ୍କ ଦେହରେ ଦୀର୍ଘମାସ ପର୍ଯ୍ୟନ୍ତ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି। ସେଥିପାଇଁ ଗୁରୁତର କୋଭିଡ19ରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ଚାରିମାସ ପାଇଁ ସତର୍କ ରହିବା ଆବଶ୍ୟକ। ଏହି ତଥ୍ୟ ପ୍ରକାଶ କରିଛି ନ୍ୟୁୟର୍କର ସାଇନ୍ସ ଇମ୍ୟୁନୋଲୋଜି ପତ୍ରିକା। ଏହି ପତ୍ରିକା ତରଫରୁ ଗବେଷଣା କରି କୁହାଯାଇଛି କରୋନା ଭାଇରସ ଥରେ ଶରୀର ଭିତରେ ପ୍ରବେଶ କଲେ ତାହା ଅନ୍ତତଃ ପକ୍ଷେ ଚାରିମାସ ପର୍ଯ୍ୟନ୍ତ ପାର୍ଶ ପ୍ରତିକ୍ରିୟା ରଖିଥାଏ।

ଏହି ଗବେଷଣା ଦଳ କୋଭିଡ19 ରେ ଗୁରୁତର ଆକ୍ରାନ୍ତ ହୋଇଥିବା ୩୪୩ ରୋଗୀଙ୍କଠାରୁ ରକ୍ତ ନମୁନା ନେଇ ଏହି ପରୀକ୍ଷା କରିଥିଲେ। ରୋଗର ଲକ୍ଷଣ ଦେଖାଯିବା ପରଠାରୁ ଚାରିମାସ ପର୍ଯ୍ୟନ୍ତ ଏହି ରୋଗୀଙ୍କଠାରୁ ରକ୍ତ ନମୂନା ନିଆଯାଇଥିଲା। ସେଥିରୁ ସେମାନେ ଅବଗତ ହୋଇଥିଲେ ଯେ, 14 ଦିନ ପରେ ରୋଗୀକୁ ଛାଡି ଦିଆଯାଉଥିଲେ ମଧ୍ୟ ରୋଗୀର ଦେହରେ 4 ମାସ ପର୍ଯ୍ୟନ୍ତ ବିଭିନ୍ନ ପାର୍ଶ ପ୍ରତିକ୍ରିୟା କରୁଅଛି।