Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ମେଣ୍ଟକୁ ନେଇ ସୁନ୍ଦର ତଥ୍ୟ ଉପସ୍ଥାପନା କଲେ ପାଣ୍ଡିଆନ, ହେଲେ ପ୍ରସଂଗକୁ ଝୁଲେଇ ରଖିଲେ

ଭୁବନେଶ୍ବର: ମେଣ୍ଟକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ରାଜନୀତି ପଡୁଛି ଉଠୁଛି। ହେଲେ ଏହା କେବ ହେବ କେମିତି ହେବ ସେ ନେଇ ଏ ପର୍ଯ୍ୟନ୍ତ କୌଣସି ପୂର୍ଣ୍ଣାଙ୍ଗ ତଥ୍ୟ ଆସିପାରି ନାହିଁ। ଏପରି କ୍ଷେତ୍ରରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ମେଣ୍ଟକୁ ନେଇ ଦେଇଥିବା ବୟାନ ପୁଣି ଥରେ ଏହି ଚର୍ଚ୍ଚାକୁ ଜୋରଦାର କରିଛି। ପାଣ୍ଡିଆନ ମେଣ୍ଟକୁ ନେଇ ବେଶ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଛନ୍ତି। ହେଲେ ମେଣ୍ଟ ହେବ କି ନାହିଁ ତାହାକୁ ମଧ୍ୟ ସେ ସୁନ୍ଦର ଭାବେ ଏଡାଇଯାଇଛନ୍ତି।

ନୂଆଦିଲ୍ଲୀରେ ନ୍ୟୁଜ-18 ତରଫରୁ ଆୟୋଜିତ ଏକ କନକ୍ଲେଭରେ ସେ ଯୋଗଦେଇ ରାଜ୍ୟ ତଥା ଦେଶର ରାଜନୀତି ଉପରେ ବକ୍ତବ୍ୟ ରଖିଛନ୍ତି। ସେହି ମଞ୍ଚରେ ଓଡିଶାରେ ମେଣ୍ଟ ହେବ କି ନାହିଁ ବୋଲି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ହେଲେ ସେ ମେଣ୍ଟ ସଂପର୍କରେ ବହୁ ସୁନ୍ଦର ତଥ୍ୟଗୁଡିଏ ଉପସ୍ଥାପନା କରିଥିଲେ। ଏପରିକି ତାଙ୍କର ମେଣ୍ଟ ସଂପର୍କରେ ବକ୍ତବ୍ୟ ବେଶ୍ ଗବେଷଣାତ୍ମକ ମଧ୍ୟ ଥିଲା। ହେଲେ ସେ ବେଶ ଚତୁରତା ସହିତ ମେଣ୍ଟ ହେବ କି ନାହିଁ ତାହାକୁ ସ୍ପଷ୍ଟ କରି ନ ଥିଲେ।

ମେଣ୍ଟ ସଂପର୍କରେ ସେ କହିଥିଲେ ଯେ, ଓଡିଶାରେ ନବୀନ ପଟ୍ଟନାୟକ ବିଜେପିର ବିନା ମେଣ୍ଟରେ ସରକାର ଗଠନ କରିବେ। ଷଷ୍ଠଥର ପାଇଁ ସେ ମୁଖ୍ୟମନ୍ତ୍ରୀ ହେବେ। ସେହିପରି ଦେଶରେ ବିଜେଡି ସହିତ ବିନା ମେଣ୍ଟରେ ପୁଣି ଥରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ତଥାପି ଦେଶର ଏହି ଦୁଇ ମହାନ ନେତା ଏକାଠି ହେଲେ ଏକ ବୃହତର ସ୍ବାର୍ଥ ହାସଲ ହୋଇପାରିବ ବୋଲି ପାଣ୍ଡିଆନ କହିଥିଲେ।

ପାଣ୍ଡିଆନ ଆହୁରି କହିଥିଲେ ଯେ, ସାଧାରଣତଃ ମେଣ୍ଟ ଅର୍ଥ ବୁଝାଯାଏ ଯେ, ଦୁଇଟି ଦଳ ମିଶିଲେ ଆସନ ଭାଗବଣ୍ଟା ଗଣିତରେ ପରିବର୍ତ୍ତନ ହେବ। ମେଣ୍ଟ ହେଲେ ଦୁଇ ରାଜନୀତିକ ଦଳ ବିଜୟର ସମ୍ଭାବନା ଅଧିକ ରହିବ। ମେଣ୍ଟ ହେଲେ ରାଜନୈତିକ ସଂଗଠନ ସଦୃଢ ହେବ। ହେଲେ ଏଠାରେ ସେମିତି କିଛି ଗଣିତ ନାହିଁ। ଓଡିଶାରେ ବିଜେପି ସହିତ ମେଣ୍ଟ କଲେ ବିଜେଡି ଜିତିବ ନ ହେଲେ ହାରିବ ସେ କଥା ନାହିଁ। ସେହିପରି ଦେଶରେ ମୋଦି ଆସିବା ପାଇଁ ବିଜେଡିର କୌଣସି ଆବଶ୍ୟକତା ନାହିଁ। ତେବେ ମେଣ୍ଟରେ ରାଜନୈତିକ ଗଣିତ ଅପେକ୍ଷା ବୃହତ୍ତର ସ୍ବାର୍ଥ ଅଧିକ ରହିଛି।

ତେବେ କାର୍ତ୍ତିକ ପାଣ୍ଡିଆନ ତାଙ୍କର ମନ୍ତବ୍ୟକୁ ଏପରି ଢଙ୍ଗରେ ଦେଇଛନ୍ତି ଯେ, ଯେପରି ସାଧାରଣ ଲୋକେ କାହିଁକି ବିଜ୍ଞ ଲୋକେ ମଧ୍ୟ ବୁଝିବା କଷ୍ଟକର ହେବ। କାରଣ ଗୋଟିଏ ପଟେ ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଯେ, ବିଜେଡି ବିଜେପି ମେଣ୍ଟ ହେବ, ପୁଣି ଅନ୍ୟପଟେ ବିଚାର କଲେ ତାଙ୍କ କଥାରୁ ଜଣାପଡୁଛି ଯେ ମେଣ୍ଟ ହେବ ନାହିଁ।

ତେବେ ପାଣ୍ଡିଆନ ଦ୍ବିତୀୟ ଥର ପାଇଁ ଜାତୀୟ ଗଣମାଧ୍ୟମରେ ଯେପରି ଢଙ୍ଗରେ ଏବଂ ଜଣେ ବିଚକ୍ଷଣ ରାଜନେତା ପରି ଉତ୍ତର ରଖିଛନ୍ତି ତାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ଘୋଷଣା

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି୧୮ ବ୍ରଡ଼କାଷ୍ଟ, ହାଥୱେ କେବୁଲ ଓ ଡାଟାକମ ଏବଂ ଡେନ ନେଟୱାର୍କ ଏକାଠି ହୋଇ ନେଟୱାର୍କ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ରେ ସମ୍ମିଳିତ ହେବେ, ଯାହାକି ୮୦୦୦ କୋଟି ଆୟ ବିଶିଷ୍ଟ ଏକ ସମନ୍ବିତ ମିଡ଼ିଆ ଓ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) କମ୍ପାନୀରେ ପରିଣତ ହେବ। ଏହି ପୁନର୍ଗଠନ ଜରିଆରେ ସମନ୍ବିତ ମୂଲ୍ୟ ବୃଦ୍ଧି ପାଇବା ସହିତ ଏକ ବୃହତ କମ୍ପାନୀ ହେବାର ବ୍ୟାପକ ଆର୍ଥିକ ଲାଭ ମିଳିପାରି । ଏଥିସହିତ ଏହାଦ୍ୱାରା ଲିଷ୍ଟେଡ଼ ସଂସ୍ଥା ସଂଖ୍ୟାରେ ହ୍ରାସ ହୋଇ କର୍ପୋରେଟ ଆକାର ଓ ବ୍ୟବସ୍ଥା  ଆହୁରି ସରଳ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ମିଶ୍ରଣ ଦ୍ୱାରା ନେଟୱାର୍କ ୧୮ ଆକାରରେ ବ୍ୟାପକ ବୃଦ୍ଧି ସହିତ ଏହି କ୍ଷେତ୍ରରେ ଅନ୍ୟତମ ବୃହତ ଆକାରର ପଂଜିକୃତ (ଲିଷ୍ଟେଡ଼) କମ୍ପାନୀ ଭାବରେ ଉଭାହେବ। ସମସ୍ତ ସମ୍ପର୍କିତ କମ୍ପାନୀ ଓ ସଂସ୍ଥାଗୁଡିକର ନିର୍ଦେଶକ ମଣ୍ଡଳୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକ ଗୁଡିକରେ ଏହି ମିଶ୍ରଣ ସ୍କିମ ଓ ବ୍ୟବସ୍ଥା ଅନୁମତି ଲାଭ କରିଛି। ସମଗ୍ର ବ୍ରଡ଼କାଷ୍ଟିଙ୍ଗ ବ୍ୟବସାୟ ନେଟୱାର୍କ୧୮ ଅଧୀନରେ ରହୁଥିବା ବେଳେ କେବୁଲ ଓ ଇଣ୍ଟରନେଟ ସେବା ପ୍ରଦାନ ବ୍ୟବସାୟ ନେଟୱାର୍କ୧୮ ଅନ୍ତର୍ଗତ ଦୁଇଟି ସମ୍ପୂର୍ଣ୍ଣ ଅଧିକୃତ ସହାୟକ କଂପାନୀ ଭାବରେ ରହିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଡେନ ଓ ହାଥୱେ ବ୍ୟବସାୟର ମିଶ୍ରଣ ହେବାଦ୍ବାରା ଭାରତର ୧୫ ନିୟୁତରୁ ଉର୍ଦ୍ଧ୍ବ ଘରକୁ ସଂଯୁକ୍ତ କରି ଲୋକମାନଙ୍କୁ ସୁବିଧାରେ ହାଇ-ସ୍ପିଡ଼ ସେବା ପ୍ରଦାନ କରୁଥିବା ୨୭୦୦୦ ସ୍ଥାନୀୟ କେବୁଲ ଅପରେଟର ପାର୍ଟନରମାନଙ୍କ ସହିତ ଏକାଠି ଏହା ଏକ ବୃହତ ସଂସ୍ଥା ଭାବେ କାୟା ବିସ୍ତାର କରିବ। ସମ୍ମିଳିତ ବ୍ରଡ଼ବ୍ୟାଣ୍ଡ ସଂସ୍ଥା ମଧ୍ୟ ସାରା ଦେଶରେ ଏକ ନିୟୁତରୁ ଉର୍ଦ୍ଧ୍ବ ଫିକ୍ସଡ-ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବ। ନ୍ୟୁଜ଼ ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଭୟ ଲିନିୟର ଏବଂ ଡିଜିଟାଲ କଣ୍ଟେଣ୍ଟର ବିଶାଳ ସମ୍ଭାର ସହିତ ଦେଶର ସର୍ବବୃହତ କେବୁଲ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ଏକାଠି ରହିବା ଦ୍ୱାରା ଏହା ଅଧିକ ଉପଯୋଗୀ ହୋଇ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହାଦ୍ୱାରା ଡିଜିଟାଲ, ବ୍ରଡ଼କାଷ୍ଟ ମିଡ଼ିଆ, କେବୁଲ ଏବଂ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ନୂତନ ସୁଯୋଗ ସମ୍ବଳିତ ଏକ ପରିବେଶର ଅଭ୍ୟୁଦୟ ହେବ। ଏଥିସହିତ ମିଶ୍ରଣ ଦ୍ୱାରା ସମସ୍ତ କମ୍ପାନୀଗୁଡିକରେ ପରିଚାଳନା ବ୍ୟବସ୍ଥା ସଂଗଠିତ ହେବା ସହିତ ରିସ୍କ ହ୍ରାସ  ପାଇବା ଅଂଶଧାରକମାନଙ୍କ ପାଇଁ ଲାଭଦାୟକ ହେବ।