Categories
ଫଟୋ ଖବର

କୁଏତରେ ବାଣ ଫୁଟାଇ ବେଶ୍ ଧୂମଧାମରେ ନୂଆ ବର୍ଷ 2020 କୁ ସ୍ବାଗତ କରାଯାଇଛି

A fireworks show is presented to celebrate the New Year in Ahmadi Governorate, Kuwait, Dec. 31, 2019. A fireworks show was held on Tuesday night to celebrate the New Year. (Photo by Asad/Xinhua/IANS)

Categories
ଆଜିର ଖବର ରାଜ୍ୟ ଖବର

ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

ସମୀକ୍ଷା ବ୍ୟୁରୋ
ପୁରୀ,01/01 : ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଦେଇଛି । ନବବର୍ଷ ଅବସରରେ ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ବାର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରକୁ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ପାର୍କିଂ ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସେଥିପାଇଁ 65 ପ୍ଲାଟୁନୁ ପୋଲିସ ମୁତୟନ କରାଯାଇଛି ।

Categories
ଆଜିର ଖବର ଜାତୀୟ ଖବର

ଦେଶବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,01/01 : ଦେଶବାସୀଙ୍କୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଟ୍ବିଟ୍ଟର ଜରିଆରେ ଏକ ଫଟୋ ସେୟାର କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 2020 ନବବର୍ଷ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ବୋଲି ଓଡିଆ, ହିନ୍ଦି ଏବଂ ଇଂରାଜୀରେ ଲେଖାଥିବା ଏକ ଫଟୋ ଟ୍ବିଟ୍‌ କରିଛନ୍ତି ଧର୍ମେନ୍ଦ୍ର ।